ଏ ବର୍ଷ ଇଦ୍‌ରେ ପରଦାକୁ ଆସିବ ସଲମାନଙ୍କ ଫିଲ୍ମ ‘ରାଧେ’

The Sakala Picture
Published On

ମୁମ୍ବଇ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ରିଲିଜ ତାରିଖ ସାମ୍ନାକୁ ଆସିଛି। ଇଦ୍‌ ଅବସରରେ ମେ’୧୩ରେ ଫିଲ୍ମଟି ରିଲିଜ ହେବ। ଭାଇଜାନ ନିଜେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ‘ରାଧେ’ର ରିଲିଜ୍‌କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଓଟିଟି ପ୍ଲାଟ୍‌ଫର୍ମରେ ଏହା ରିଲିଜ୍ ହୋଇପାରେ ବୋଲି କୁହାଯାଉଥିଲା। ତେବେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍ ହେବା ନେଇ ଖବର […]

ମୁମ୍ବଇ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ରିଲିଜ ତାରିଖ ସାମ୍ନାକୁ ଆସିଛି। ଇଦ୍‌ ଅବସରରେ ମେ’୧୩ରେ ଫିଲ୍ମଟି ରିଲିଜ ହେବ। ଭାଇଜାନ ନିଜେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ପୂର୍ବରୁ ‘ରାଧେ’ର ରିଲିଜ୍‌କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଓଟିଟି ପ୍ଲାଟ୍‌ଫର୍ମରେ ଏହା ରିଲିଜ୍ ହୋଇପାରେ ବୋଲି କୁହାଯାଉଥିଲା। ତେବେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍ ହେବା ନେଇ ଖବର ଆସିବା ପରେ ସଲମାନ୍‌ଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା


ଲକ୍‌ଡାଉନ୍ ଜାରି ହେବା ପୂର୍ବରୁ ସଲମାନ୍‌ଙ୍କ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’କୁ ରିଲିଜ୍ କରିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ।

ସଲମାନ୍‌ ଖାନ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଡ୍ୟାନ୍ସ ମାଷ୍ଟର ପ୍ରଭୁ ଦେବା ନିର୍ଦ୍ଦେଶନା ଦେଇଥିବା ବେଳେ ସଲମାନ୍ ଖାନ୍, ସୋହେଲ ଖାନ୍ ଓ ଅତୁଲ ଅଗ୍ନିହୋତ୍ରି ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି। ଏଥିରେ ସଲମାନ୍ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାଛଡ଼ା ଜ୍ୟାକି ସ୍ରଫ୍ ଓ ରଣଦୀପ ହୁଡ଼ାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp