କଥା ରଖିନାହାନ୍ତି ରଣବୀର, କେବିସି ଶୋ’ରେ ଦୀପିକା କଲେ ଖୁଲ୍ଲାସା

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ବହୁତ ଜଲ୍‌ଦି ଅମିତାଭ ବଚ୍ଚନଙ୍କ ‘କୌନ୍‌ ବନେଗା କରୋଡ଼ପତି’ ଶୋ’ ରେ ନଜର ଆସିବେ। ଏହି ଶୋ’ରେ ଦୀପିକା ତାଙ୍କର ସ୍ବାମୀ ରଣବୀର ସିଂହଙ୍କ ନାଁରେ ବିଗ୍‌ ବି’ଙ୍କ ନିକଟର ଅଭିଯୋଗ କରୁଥିବାର ଦେଖାଯିବେ। ଶୋ’ରେ ଦୀପିକା କହିଥିଲେ ଯେ, ରଣବୀର ତାଙ୍କୁ ଦେଇଥିବା କଥା ଆଜିଯାଏଁ ରଖିନାହାନ୍ତି। ଦୀପିକା ପୂର୍ବରୁ ବିଗ୍‌ ବି’ଙ୍କ ସହିତ ‘ପିକୁ’ ଫିଲ୍ମରେ କାମ କରିଥିଲେ। ଫିଲ୍ମରେ ଅମିତାଭ ଦୀପିକାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ। […]

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ବହୁତ ଜଲ୍‌ଦି ଅମିତାଭ ବଚ୍ଚନଙ୍କ ‘କୌନ୍‌ ବନେଗା କରୋଡ଼ପତି’ ଶୋ’ ରେ ନଜର ଆସିବେ। ଏହି ଶୋ’ରେ ଦୀପିକା ତାଙ୍କର ସ୍ବାମୀ ରଣବୀର ସିଂହଙ୍କ ନାଁରେ ବିଗ୍‌ ବି’ଙ୍କ ନିକଟର ଅଭିଯୋଗ କରୁଥିବାର ଦେଖାଯିବେ। ଶୋ’ରେ ଦୀପିକା କହିଥିଲେ ଯେ, ରଣବୀର ତାଙ୍କୁ ଦେଇଥିବା କଥା ଆଜିଯାଏଁ ରଖିନାହାନ୍ତି।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

ଦୀପିକା ପୂର୍ବରୁ ବିଗ୍‌ ବି’ଙ୍କ ସହିତ ‘ପିକୁ’ ଫିଲ୍ମରେ କାମ କରିଥିଲେ। ଫିଲ୍ମରେ ଅମିତାଭ ଦୀପିକାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ। ଦୀପିକା କେବିସି ଶୋ’ରେ ତାଙ୍କ ଅନ୍‌ସ୍କ୍ରିନ୍‌ ବାପାଙ୍କ ନିକଟରେ ସ୍ବାମୀ ରଣବୀର କପୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଶୋ’ରେ ଦୀପିକା କହିଥିଲେ ଯେ, ସେ ମୋତେ କଥା ଦେଇଥିଲେ ଦିନେ ମୋତେ ନିଜ ହାତରେ ଜଳଖିଆ ପ୍ରସ୍ତୁତ କରି ଖୁଆଇବେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ରଣବୀରଙ୍କ କ୍ଲାସ୍‌ ନେବା ପାଇଁ ବିଗ୍‌ ବି’ ଶୋ’ରେ ତାଙ୍କୁ ଫୋନ୍‌ ଲଗାଇଥିଲେ। ବିଗ୍‌ ବି’ ରଣବୀରଙ୍କୁ କହିଥିଲେ ଯେ- ତମ ପତ୍ନୀ ତୁମ ନାମରେ ଅଭିଯୋଗ ଆଣିଛନ୍ତି। ଏହି କଥା ଶୁଣିବା ପରେ ରଣବୀର ବେଶ୍ ମଜାକିଆ ଅନ୍ଦାଜରେ କହିଥିଲେ ଯେ, ତମେ ମୋ ବିଷୟରେ ଭଲ କହିବା ପରିବର୍ତ୍ତେ ମୋ ନାଁରେ ଅଭିଯୋଗ ଆଣୁଛ। ବଚ୍ଚନ ସାହେବ କହିଲେଣି ମାନେ ସେ ତାଙ୍କ କଥା ରଖିବେ ବୋଲି ରଣବୀର କହିଥିଲେ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

ଦୀପିକା ବହୁତ ଜଲ୍‌ଦି ଫର୍‌ହା ଖାନ୍‌ଙ୍କ ସହିତ ‘କେବିସି-୧୩’ ଶୋ’ରେ ନଜର ଆସିବେ। ଏହାର ପ୍ରୋମୋ ଚ୍ୟାନେଲ୍‌ ପକ୍ଷରୁ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ରିଲିଜ୍ ହେଲା ‘ଆଲଫା’ ଟିଜର୍: ଝିଅ ଆଲିଆଙ୍କୁ ବାପା ବବି ଦେଓଲଙ୍କ ଭୟଙ୍କର ଜନ୍ମଦିନ ଉପହାର

ଏଠାରେ ପ୍ରକାଶ ଥାଉ କି, ଏହି ଶୋ’ରେ ଫର୍‌ହା ଖାନ୍ ଭାଗ ନେବା ପରେ ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଫର୍‌ହା କହିଛନ୍ତି ଯେ, ‘ମୁଁ ନିଜେ କରୋନା ଟିକା ନେବା ସହିତ କରୋନା ଟିକା ନେଇଥିବା ଲୋକଙ୍କ ସହ କାମ କରିଥିଲି। ତଥାପି ମୋତେ କେମିତି କରୋନା ହେଲା ତାହା ମୁଁ ଜାଣିପାରୁନାହିଁ ’। ଏହାପରେ ଉଭୟ ଦୀପିକା ଓ ବିଗ୍‌ ବି’ ସେମାନଙ୍କର କୋଭିଡ ପରୀକ୍ଷା କରାଇଥିଲେ ମଧ୍ୟ
ରିପୋର୍ଟ ନେଗେଟିଭ ଆସିଛି।

08 Sep 2021 By The Sakala

କଥା ରଖିନାହାନ୍ତି ରଣବୀର, କେବିସି ଶୋ’ରେ ଦୀପିକା କଲେ ଖୁଲ୍ଲାସା

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ବହୁତ ଜଲ୍‌ଦି ଅମିତାଭ ବଚ୍ଚନଙ୍କ ‘କୌନ୍‌ ବନେଗା କରୋଡ଼ପତି’ ଶୋ’ ରେ ନଜର ଆସିବେ। ଏହି ଶୋ’ରେ ଦୀପିକା ତାଙ୍କର ସ୍ବାମୀ ରଣବୀର ସିଂହଙ୍କ ନାଁରେ ବିଗ୍‌ ବି’ଙ୍କ ନିକଟର ଅଭିଯୋଗ କରୁଥିବାର ଦେଖାଯିବେ। ଶୋ’ରେ ଦୀପିକା କହିଥିଲେ ଯେ, ରଣବୀର ତାଙ୍କୁ ଦେଇଥିବା କଥା ଆଜିଯାଏଁ ରଖିନାହାନ୍ତି।

ଦୀପିକା ପୂର୍ବରୁ ବିଗ୍‌ ବି’ଙ୍କ ସହିତ ‘ପିକୁ’ ଫିଲ୍ମରେ କାମ କରିଥିଲେ। ଫିଲ୍ମରେ ଅମିତାଭ ଦୀପିକାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ। ଦୀପିକା କେବିସି ଶୋ’ରେ ତାଙ୍କ ଅନ୍‌ସ୍କ୍ରିନ୍‌ ବାପାଙ୍କ ନିକଟରେ ସ୍ବାମୀ ରଣବୀର କପୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଶୋ’ରେ ଦୀପିକା କହିଥିଲେ ଯେ, ସେ ମୋତେ କଥା ଦେଇଥିଲେ ଦିନେ ମୋତେ ନିଜ ହାତରେ ଜଳଖିଆ ପ୍ରସ୍ତୁତ କରି ଖୁଆଇବେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ରଣବୀରଙ୍କ କ୍ଲାସ୍‌ ନେବା ପାଇଁ ବିଗ୍‌ ବି’ ଶୋ’ରେ ତାଙ୍କୁ ଫୋନ୍‌ ଲଗାଇଥିଲେ। ବିଗ୍‌ ବି’ ରଣବୀରଙ୍କୁ କହିଥିଲେ ଯେ- ତମ ପତ୍ନୀ ତୁମ ନାମରେ ଅଭିଯୋଗ ଆଣିଛନ୍ତି। ଏହି କଥା ଶୁଣିବା ପରେ ରଣବୀର ବେଶ୍ ମଜାକିଆ ଅନ୍ଦାଜରେ କହିଥିଲେ ଯେ, ତମେ ମୋ ବିଷୟରେ ଭଲ କହିବା ପରିବର୍ତ୍ତେ ମୋ ନାଁରେ ଅଭିଯୋଗ ଆଣୁଛ। ବଚ୍ଚନ ସାହେବ କହିଲେଣି ମାନେ ସେ ତାଙ୍କ କଥା ରଖିବେ ବୋଲି ରଣବୀର କହିଥିଲେ।

ଦୀପିକା ବହୁତ ଜଲ୍‌ଦି ଫର୍‌ହା ଖାନ୍‌ଙ୍କ ସହିତ ‘କେବିସି-୧୩’ ଶୋ’ରେ ନଜର ଆସିବେ। ଏହାର ପ୍ରୋମୋ ଚ୍ୟାନେଲ୍‌ ପକ୍ଷରୁ ଜାରି କରାଯାଇଛି।

ଏଠାରେ ପ୍ରକାଶ ଥାଉ କି, ଏହି ଶୋ’ରେ ଫର୍‌ହା ଖାନ୍ ଭାଗ ନେବା ପରେ ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଫର୍‌ହା କହିଛନ୍ତି ଯେ, ‘ମୁଁ ନିଜେ କରୋନା ଟିକା ନେବା ସହିତ କରୋନା ଟିକା ନେଇଥିବା ଲୋକଙ୍କ ସହ କାମ କରିଥିଲି। ତଥାପି ମୋତେ କେମିତି କରୋନା ହେଲା ତାହା ମୁଁ ଜାଣିପାରୁନାହିଁ ’। ଏହାପରେ ଉଭୟ ଦୀପିକା ଓ ବିଗ୍‌ ବି’ ସେମାନଙ୍କର କୋଭିଡ ପରୀକ୍ଷା କରାଇଥିଲେ ମଧ୍ୟ
ରିପୋର୍ଟ ନେଗେଟିଭ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର