‘ଗଣପତ୍‌’ରେ ଟାଇଗର୍‌ଙ୍କ ସହ ଦେଖାଯିବେ ନୋରା

The Sakala Picture
Published On

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ କ୍ରିତି ସାନନ ଫିଲ୍ମ ‘ହିରୋପନ୍ତି’ରୁ ସେମାନଙ୍କ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଟାଇଗରଙ୍କ ଆକ୍ସନ ଓ ନୃତ୍ୟ ପାଇଁ ସେ ଏବେ ଯୁବପିଢିଙ୍କ ପ୍ରିୟ ଅଭିନେତା ହୋଇ ପାରିଛନ୍ତି। ଟାଇଗରଙ୍କ ଅଭିନୀତ ପ୍ରତିଟି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିବାବେଳେ ତାଙ୍କର ଆଗାମୀ ଫିଲ୍ମ ‘ଗଣପତ’ ଲାଗି ସେ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଛଅବର୍ଷ ପରେ ପୁଣି ଟାଇଗର୍‌ ଓ କ୍ରିତିଙ୍କ ଯୋଡ଼ିକୁ ପରଦା ଉପରେ […]

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ କ୍ରିତି ସାନନ ଫିଲ୍ମ ‘ହିରୋପନ୍ତି’ରୁ ସେମାନଙ୍କ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଟାଇଗରଙ୍କ ଆକ୍ସନ ଓ ନୃତ୍ୟ ପାଇଁ ସେ ଏବେ ଯୁବପିଢିଙ୍କ ପ୍ରିୟ ଅଭିନେତା ହୋଇ ପାରିଛନ୍ତି। ଟାଇଗରଙ୍କ ଅଭିନୀତ ପ୍ରତିଟି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିବାବେଳେ ତାଙ୍କର ଆଗାମୀ ଫିଲ୍ମ ‘ଗଣପତ’ ଲାଗି ସେ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଛଅବର୍ଷ ପରେ ପୁଣି ଟାଇଗର୍‌ ଓ କ୍ରିତିଙ୍କ ଯୋଡ଼ିକୁ ପରଦା ଉପରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ବିକାଶ ବହଲ ରହିଥିବାବେଳେ ବାସୁ ଭଗନାନୀ ଫିଲ୍ମର ପ୍ରଯୋଜକ ସାଜିଛନ୍ତି। କିଛିଦିନ ପୂର୍ବରୁ ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରାଯାଇଥିଲା। କ୍ରିତି ପରେ ଏବେ ଏହି ଫିଲ୍ମରେ ନୋରା ଫତେହି ଦେଖାଯିବେ ବୋଲି ପ୍ରକାଶ ପାଇଛି। କ୍ରିତିଙ୍କ ପରେ ନୋରା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ପୂର୍ବରୁ ନୋରା ଅନେକ ହିଟ୍‌ ଫିଲ୍ମ ଯଥା, ‘ଦିଲବର୍‌ ଦିଲବର୍‌’, ‘ଏକ ତୋ କମ୍‌ ଜିନ୍ଦେଗାନୀ’, ‘ଓ ସାକି ସାକି’ ‘ଗରମି’ ଆଦି ଆଇଟମ ସଙ୍ଗୀତରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ନୋରାଙ୍କ ଲୋକପ୍ରିୟତା ଦେଖି ତାଙ୍କୁ ଏହି ଫିଲ୍ମରେ ତାଙ୍କୁ ନେବା ପାଇଁ ଏହାର ନିର୍ମାତାମାନେ ସ୍ଥିର କରିଥିଲେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp