ଖୁବ୍‌ଶୀଘ୍ର ପରଦାକୁ ଫେରିବେ ଅନୁଷ୍କା

The Sakala Picture
Published On

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପାଖାପାଖି ଅଢେଇ ବର୍ଷ ହେଲାଣି ସିନେ ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ମସିହାରେ ଶେଷଥର ପାଇଁ ଏହି ଅଭିନେତ୍ରୀ ଜଣଙ୍କୁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଅନୁଷ୍କା କେବଳ ସୋସିଆଲ ମିଡ଼ିଆରେ ହିଁ ନଜର ଆସିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌କୁ ନେଇ ପରଦାକୁ ଫେରିବେ ଅନୁଷ୍କା। ୨୦୨୦ରେ ଅନୁଷ୍କା ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବୋଲି […]

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପାଖାପାଖି ଅଢେଇ ବର୍ଷ ହେଲାଣି ସିନେ ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ମସିହାରେ ଶେଷଥର ପାଇଁ ଏହି ଅଭିନେତ୍ରୀ ଜଣଙ୍କୁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଅନୁଷ୍କା କେବଳ ସୋସିଆଲ ମିଡ଼ିଆରେ ହିଁ ନଜର ଆସିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌କୁ ନେଇ ପରଦାକୁ ଫେରିବେ ଅନୁଷ୍କା। ୨୦୨୦ରେ ଅନୁଷ୍କା ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବୋଲି ଖବର ପ୍ରକାଶ ପାଇଥିଲା। ଏହି ଖବର ପରେ ପରେ ସେହି ବର୍ଷ ଅନୁଷ୍କା ଭାରତୀୟ ଟିମ୍‌ର ଜର୍ସି ପିନ୍ଧା କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଦେଖାଯାଇଥିଲେ। ଅନୁଷ୍କାଙ୍କ ସହ ଝୁଲନ ମଧ୍ୟ ଉପସ୍ଥିତ ଥିଲେ। ପଡ଼ିଆରେ ଉଭୟଙ୍କ ଉପସ୍ଥିତିକୁ ନେଇ ସେ ସମୟରେ ଖବର ଆସିଥିଲା ଯେ, ଅନୁଷ୍କା ଓ ଝୁଲନ ବାୟୋପିକ ଘୋଷଣା ଲାଗି ଭିଡ଼ିଓ ସୁଟିଂ କରୁଛନ୍ତି। ଏହି ଫିଲ୍ମର ନିର୍ମାଣ ଦାୟିତ୍ବରେ ସୋନି ପିକଚର୍ସ ରହିବ। ଫିଲ୍ମର କାହାଣୀ ଉପରେ ଏବେ କାମ ଚାଲିଛି। ଅନୁଷ୍କାଙ୍କ ମଧ୍ୟ ପରଦା ଉପରେ ଝୁଲନଙ୍କ ଚରିତ୍ରକୁ ନିଭାଇବା ପାଇଁ ଏବେଠୁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp