ଆଦିତ୍ୟଙ୍କ ପ୍ରେମରେ ଅନନ୍ୟା

The Sakala Picture
Published On

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍-୨’ରୁ ପାଦ ଦେଇଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବହୁତ କମ୍‌ ଦିନରେ ଦର୍ଶକଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ତେବେ ସେ ତାଙ୍କ ଫିଲ୍ମ ଅପେକ୍ଷା ପ୍ରେମ ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି । ଅନେକ ଦିନରୁ ସେ ସାହିଦ୍‌ କପୁରଙ୍କ ସାନ ଭାଇ ତଥା ଅଭିନେତା ଇଶାନ୍‌ ଖଟ୍ଟରଙ୍କୁ ଡେଟ୍ କରୁଥିବା ଖବର ପ୍ରକାଶ ପାଇଥିଲା। କିଛିଦିନ ପୂର୍ବରୁ […]

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍-୨’ରୁ ପାଦ ଦେଇଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବହୁତ କମ୍‌ ଦିନରେ ଦର୍ଶକଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ତେବେ ସେ ତାଙ୍କ ଫିଲ୍ମ ଅପେକ୍ଷା ପ୍ରେମ ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି । ଅନେକ ଦିନରୁ ସେ ସାହିଦ୍‌ କପୁରଙ୍କ ସାନ ଭାଇ ତଥା ଅଭିନେତା ଇଶାନ୍‌ ଖଟ୍ଟରଙ୍କୁ ଡେଟ୍ କରୁଥିବା ଖବର ପ୍ରକାଶ ପାଇଥିଲା। କିଛିଦିନ ପୂର୍ବରୁ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ଅନନ୍ୟା, ଆଦିତ୍ୟ ରାୟ କପୁରଙ୍କ ପ୍ରେମରେ ପଡ଼ିଥିବା କଥା ଚର୍ଚ୍ଚା ହେଉଛି। ଅବଶ୍ୟ ଏଯାବତ୍‌ ଦୁହେଁ ଉଭୟଙ୍କ ପ୍ରେମ ସମ୍ପର୍କକୁ ଲୁଚାଇ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଅନନ୍ୟା ଇଶାନଙ୍କ ପୂର୍ବରୁ କରନ୍‌ ଜୟସିଂହ ନାମକ ଜଣେ ଯୁବକଙ୍କୁ ଡେଟ୍‌ କରୁଥିଲେ। କିନ୍ତୁ ୨୦୧୯ରେ ଯେତେବେଳେ ଅନନ୍ୟା ଇଶାନ୍‌ଙ୍କୁ ସୁଟିଂ ସେଟ୍‌ରେ ଭେଟିଥିଲେ, ସେତେବେଳେ ସେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏବେ ଦୁହେଁ ଅଲଗା ହୋଇଯାଇଛନ୍ତି। ଇଶାନଙ୍କ ବ୍ୟତୀତ ଅନନ୍ୟାଙ୍କ ନାମ ସାଉଥ୍ ଷ୍ଟାର୍‌ ବିଜୟ ଦେବରକୋଣ୍ଡାଙ୍କ ସହିତ ମଧ୍ୟ ଯୋଡ଼ା ଯାଇଛି। ଅନନ୍ୟାଙ୍କ କାମ କଥା କହିବାକୁ ଗଲେ ସେ ବହୁତ ଜଲ୍‌ଦି ବିଜୟ ଦେବରକୋଣ୍ଡାଙ୍କ ସହିତ ‘ଲାଇଗର୍’ ଫିଲ୍ମରେ ନଜର ଆସିବେ। ଏହାବାଦ୍‌ ସେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ‘ଖୋ ଗୟେ ହମ୍‌ କହାଁ’ରେ ମଧ୍ୟ ଦେଖାଯିବେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp