୩୨ ବର୍ଷ ପରେ ଏକାଠି ଆସିବେ ଅମିତାଭ-ରଜନୀକାନ୍ତ

The Sakala Picture
Published On

ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର ‘ହମ୍’। ଏବେ ଏହି ଦୁଇ ଅଭିନେତା ପୁଣି ଏକାଠି ବଡ଼ ପରଦାକୁ ଫେରିବେ। […]

ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର ‘ହମ୍’। ଏବେ ଏହି ଦୁଇ ଅଭିନେତା ପୁଣି ଏକାଠି ବଡ଼ ପରଦାକୁ ଫେରିବେ। ୩୨ ବର୍ଷ ପରେ ଏହି ଦୁଇ ସୁପରଷ୍ଟାର୍‌ ଏକାଠି ‘ଥଲାଇଭର୍‌ ୧୭୦’ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଗ୍‌ ବିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏବେ ଏହି ଦୁଇ ଭେଟେରାନ୍‌ ଅଭିନେତା ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିଗ୍‌ ବି’ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋରେ ସେ ପାଉଁଶିଆ ରଙ୍ଗର ଏକ ସୁଟ୍‌ ପିଦ୍ଧି ଏକ ଲେନ୍ସ ହାତରେ ଧରିଥିବାର ଦେଖାଯାଇଛି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖୀଛନ୍ତି- ‘ଏହି ମୁହୂର୍ତ୍ତକୁ ବଡ଼ କରିବା ପାଇଁ ଚେଷ୍ଟା କରୁଛି। ୩୨ ବର୍ଷ ପରେ ରଜନୀକାନ୍ତ ସାର୍‌ଙ୍କ ସହ କାମ କରିବାର ପ୍ରଥମ ଦିନ।’ ଏହାସହ ବିଗ୍‌ ବି’ ରଜନୀକାନ୍ତଙ୍କ ସହିତ ଏକ ଫଟୋ ସେୟାର୍‌ ମଧ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାଡ଼ପତ୍ର ପରେ ଝିଅକୁ ଧୁମଧାମରେ ସ୍ୱାଗତ କଲେ ବାପା; ପ୍ରଶଂସା କରି 'ସାଲ୍ୟୁଟ୍' କଲେ ଅଭିନେତା ରାକେଶ ବେଦୀ

30 Oct 2023 By The Sakala

୩୨ ବର୍ଷ ପରେ ଏକାଠି ଆସିବେ ଅମିତାଭ-ରଜନୀକାନ୍ତ

ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର ‘ହମ୍’। ଏବେ ଏହି ଦୁଇ ଅଭିନେତା ପୁଣି ଏକାଠି ବଡ଼ ପରଦାକୁ ଫେରିବେ। ୩୨ ବର୍ଷ ପରେ ଏହି ଦୁଇ ସୁପରଷ୍ଟାର୍‌ ଏକାଠି ‘ଥଲାଇଭର୍‌ ୧୭୦’ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଗ୍‌ ବିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏବେ ଏହି ଦୁଇ ଭେଟେରାନ୍‌ ଅଭିନେତା ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିଗ୍‌ ବି’ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋରେ ସେ ପାଉଁଶିଆ ରଙ୍ଗର ଏକ ସୁଟ୍‌ ପିଦ୍ଧି ଏକ ଲେନ୍ସ ହାତରେ ଧରିଥିବାର ଦେଖାଯାଇଛି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖୀଛନ୍ତି- ‘ଏହି ମୁହୂର୍ତ୍ତକୁ ବଡ଼ କରିବା ପାଇଁ ଚେଷ୍ଟା କରୁଛି। ୩୨ ବର୍ଷ ପରେ ରଜନୀକାନ୍ତ ସାର୍‌ଙ୍କ ସହ କାମ କରିବାର ପ୍ରଥମ ଦିନ।’ ଏହାସହ ବିଗ୍‌ ବି’ ରଜନୀକାନ୍ତଙ୍କ ସହିତ ଏକ ଫଟୋ ସେୟାର୍‌ ମଧ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର