ବଲିଉଡ୍‌ରୁ ହଲିଉଡ୍‌ ସବୁଠି ହଇଚଇ ‘ପୁଷ୍ପା’ ର ପାର୍ଟ-2 ପାଇଁ ଅଲ୍ଲୁ ଅର୍ଜୁନ୍‌ ନେବେ ଏତିକି କୋଟି ଟଙ୍କା…

The Sakala Picture
Published On

ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା-ଦ ରାଇଜ୍’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହାପରେ ପୁଷ୍ପାରାଜ୍‌(ଅଲ୍ଲୁ)ଙ୍କୁ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିବାର ଅଫର୍‌ ମିଳିଛି। ‘ପୁୂଷ୍ପା’ର ସଫଳତାକୁ ଆଖିଆଗରେ ରଖି ଫିଲ୍ମର ନିର୍ମାତା ଏହାର ଦ୍ବିତୀୟ ଭାଗ ‘ପୁଷ୍ପା-ଦ ରୁଲ୍‌’କୁ ୨୦୨୩ରେ ରିଲିଜ୍‌ କରିବା ପାଇଁ ଯୋଜନା କରିଛନ୍ତି। ଏହାର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବ। ‘ପୁଷ୍ପା-୨’ରେ ଅଲ୍ଲୁ ଅର୍ଜୁନଙ୍କ ପାରିଶ୍ରମିକକୁ ନେଇ ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ […]

ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା-ଦ ରାଇଜ୍’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହାପରେ ପୁଷ୍ପାରାଜ୍‌(ଅଲ୍ଲୁ)ଙ୍କୁ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିବାର ଅଫର୍‌ ମିଳିଛି। ‘ପୁୂଷ୍ପା’ର ସଫଳତାକୁ ଆଖିଆଗରେ ରଖି ଫିଲ୍ମର ନିର୍ମାତା ଏହାର ଦ୍ବିତୀୟ ଭାଗ ‘ପୁଷ୍ପା-ଦ ରୁଲ୍‌’କୁ ୨୦୨୩ରେ ରିଲିଜ୍‌ କରିବା ପାଇଁ ଯୋଜନା କରିଛନ୍ତି। ଏହାର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବ। ‘ପୁଷ୍ପା-୨’ରେ ଅଲ୍ଲୁ ଅର୍ଜୁନଙ୍କ ପାରିଶ୍ରମିକକୁ ନେଇ ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ‘ପୁଷ୍ପା: ଦ ରାଇଜ୍‌’ର ପ୍ରଥମ ଭାଗର ବଜେଟ୍‌ ଥିଲା ୨୦୦ କୋଟି। ଏହାର ସିକ୍ବେଲ୍ ‘ପୁଷ୍ପା- ଦ ରୁଲ୍‌’ର ବଜେଟ୍‌ ରହିଛି ୪୦୦ କୋଟି। ଦ୍ବିତୀୟ ଭାଗ, ପ୍ରଥମ ଭାଗଠାରୁ ଆହୁରି ଭଲ କାହାଣୀ ନେଇ ଆସିବ ବୋଲି ଏହାର ନିର୍ମାତା କହିଛନ୍ତି। ଇତିମଧ୍ୟରେ ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ପାଇଁ ଅଲ୍ଲୁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ତାଙ୍କ ପ୍ରସ୍ତାବରେ ଫିଲ୍ମ ନିର୍ମାତା ରାଜି ହୋଇଯାଆନ୍ତି ତେବେ ସେ ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର ହେବେ। ‘କେଜିଏଫ୍-୨’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ‘ପୁଷ୍ପା’ର ଦ୍ବିତୀୟ ଭାଗର କାହାଣୀରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp