କ୍ୟାଟ୍ରିନାଙ୍କୁ ମନେ ପକାଇଲେ ଆଦିତ୍ୟ

The Sakala Picture
Published On

ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର କ୍ୟାରିୟର୍‌ ଗ୍ରାଫ୍‌ ଏତେଟା ଭଲ ନାହିଁ। ଯଦିଓ ଆଦିତ୍ୟ ତାଙ୍କ ଫିଲ୍ମଗୁଡ଼ିକ ପାଇଁ ଶତପ୍ରତିଶତ ଦେଇଛନ୍ତି କିନ୍ତୁ ଗୋଟିଏ ଦୁଇଟି ଫିଲ୍ମକୁ ଛାଡ଼ି ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ତାଙ୍କ ଅଭିନୀତ ‘ଗୁମରାହ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ମର୍ଡର, ମିଷ୍ଟ୍ରି ଆଧାରିତ ଏହି ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମୃଣାଳ ଠାକୁର। ଏହି ଫିଲ୍ମ ଏପ୍ରିଲ୍‌ ୭ରେ ରିଲିଜ୍‌ ହେବ। ସବୁଠୁ […]

ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର କ୍ୟାରିୟର୍‌ ଗ୍ରାଫ୍‌ ଏତେଟା ଭଲ ନାହିଁ। ଯଦିଓ ଆଦିତ୍ୟ ତାଙ୍କ ଫିଲ୍ମଗୁଡ଼ିକ ପାଇଁ ଶତପ୍ରତିଶତ ଦେଇଛନ୍ତି କିନ୍ତୁ ଗୋଟିଏ ଦୁଇଟି ଫିଲ୍ମକୁ ଛାଡ଼ି ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ତାଙ୍କ ଅଭିନୀତ ‘ଗୁମରାହ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ମର୍ଡର, ମିଷ୍ଟ୍ରି ଆଧାରିତ ଏହି ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମୃଣାଳ ଠାକୁର। ଏହି ଫିଲ୍ମ ଏପ୍ରିଲ୍‌ ୭ରେ ରିଲିଜ୍‌ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି, ଏଥିରେ ଆଦିତ୍ୟ ଡବଲ ରୋଲରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

ନିକଟରେ ଏହି ଫିଲ୍ମର ଏକ ସାକ୍ଷାତକାର ସମୟରେ ଆଦିତ୍ୟ ତାଙ୍କ ପ୍ରଥମ ବିଜ୍ଞାପନ ସୁଟିଂର ଅନୁଭବକୁ ସେୟାର୍‌ କରିଥିଲେ। ଏହି ସମୟରେ ଆଦିତ୍ୟ, କ୍ୟାଟ୍ରିନାଙ୍କ ସହିତ ଏକ କସ୍ମେଟିକ୍‌ ବ୍ରାଣ୍ଡର ବିଜ୍ଞାପନ ସୁଟିଂ କରିଥିଲେ। ବିଜ୍ଞାପନ ସୁଟିଂ ସମୟରେ ସେ ପୂରାଦିନ କ୍ୟାଟ୍ରିନାଙ୍କୁ ଅପେକ୍ଷା କରିଥିଲେ। ତେବେ କ୍ୟାଟ୍ରିନା ସେଟ୍‌କୁ ଡେରିରେ ଆସି ନଥିଲେ ବରଂ ତାଙ୍କୁ ବିଳମ୍ବରେ ଯୋଗାଯୋଗ କରାଯାଇଥିଲା ବୋଲି ଆଦିତ୍ୟ କହିଛନ୍ତି । ଅବଶ୍ୟ ସେତେବେଳେ କ୍ୟାଟ୍ରିନା ଆଜିଭଳି ଏତେଟା ଲୋକପ୍ରିୟ ନଥିଲେ।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

କିନ୍ତୁ ସେତେବେଳେ ବି କ୍ୟାଟ୍ରିନାଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ବଡ଼ ଅଫର୍‌ ଥିଲା ବୋଲି ଆଦିତ୍ୟ କହିଛନ୍ତି। ତେବେ କ୍ୟାଟ୍ରିନାଙ୍କ ସହ ସମ୍ପର୍କ ଖରାପ ନ କରିବା ପାଇଁ ଆଦିତ୍ୟ ଏହି କଥା କହିଥାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଏହାପରେ ଦୁହେଁ ‘ଫିତୁର’ ଫିଲ୍ମରେ ଏକାଠି କାମ କରିଥିଲେ। ସୁଟିଂ ସମୟରେ ଉଭୟ ପରସ୍ପରର ଭଲ ବନ୍ଧୁ ହୋଇଯାଇଥିଲେ। ଆଦିତ୍ୟ ବଲିଉଡ୍‌ରେ କାମ କରିବା ପୂର୍ବରୁ ଅନେକ ଛୋଟ ଛୋଟ ବିଜ୍ଞାପନରେ କାମ କରିଥିଲେ। ଏପରିକି ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ମଧ୍ୟ କାମ କରିଛନ୍ତି। ଆଦିତ୍ୟଙ୍କ କାମ କଥା କହିବାକୁ ଗଲେ , ସେ ଶେଷଥର ପାଇଁ ୱେବ୍‌ସିରିଜ୍‌ ‘ଦ ନାଇଟ୍‌ ମ୍ୟାନେଜର୍’ରେ ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ: 'ସଲମାନ ଖାନ ଡରିଗଲା!' ମଧ୍ୟରାତ୍ରିରେ ଭାଇଜାନଙ୍କ ଦମଦାର ଜିମ୍ ପୋଷ୍ଟ, ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଗଲା ଚାଞ୍ଚଲ୍ୟ

03 Apr 2023 By The Sakala

କ୍ୟାଟ୍ରିନାଙ୍କୁ ମନେ ପକାଇଲେ ଆଦିତ୍ୟ

ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର କ୍ୟାରିୟର୍‌ ଗ୍ରାଫ୍‌ ଏତେଟା ଭଲ ନାହିଁ। ଯଦିଓ ଆଦିତ୍ୟ ତାଙ୍କ ଫିଲ୍ମଗୁଡ଼ିକ ପାଇଁ ଶତପ୍ରତିଶତ ଦେଇଛନ୍ତି କିନ୍ତୁ ଗୋଟିଏ ଦୁଇଟି ଫିଲ୍ମକୁ ଛାଡ଼ି ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ତାଙ୍କ ଅଭିନୀତ ‘ଗୁମରାହ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ମର୍ଡର, ମିଷ୍ଟ୍ରି ଆଧାରିତ ଏହି ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମୃଣାଳ ଠାକୁର। ଏହି ଫିଲ୍ମ ଏପ୍ରିଲ୍‌ ୭ରେ ରିଲିଜ୍‌ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି, ଏଥିରେ ଆଦିତ୍ୟ ଡବଲ ରୋଲରେ ନଜର ଆସିବେ।

ନିକଟରେ ଏହି ଫିଲ୍ମର ଏକ ସାକ୍ଷାତକାର ସମୟରେ ଆଦିତ୍ୟ ତାଙ୍କ ପ୍ରଥମ ବିଜ୍ଞାପନ ସୁଟିଂର ଅନୁଭବକୁ ସେୟାର୍‌ କରିଥିଲେ। ଏହି ସମୟରେ ଆଦିତ୍ୟ, କ୍ୟାଟ୍ରିନାଙ୍କ ସହିତ ଏକ କସ୍ମେଟିକ୍‌ ବ୍ରାଣ୍ଡର ବିଜ୍ଞାପନ ସୁଟିଂ କରିଥିଲେ। ବିଜ୍ଞାପନ ସୁଟିଂ ସମୟରେ ସେ ପୂରାଦିନ କ୍ୟାଟ୍ରିନାଙ୍କୁ ଅପେକ୍ଷା କରିଥିଲେ। ତେବେ କ୍ୟାଟ୍ରିନା ସେଟ୍‌କୁ ଡେରିରେ ଆସି ନଥିଲେ ବରଂ ତାଙ୍କୁ ବିଳମ୍ବରେ ଯୋଗାଯୋଗ କରାଯାଇଥିଲା ବୋଲି ଆଦିତ୍ୟ କହିଛନ୍ତି । ଅବଶ୍ୟ ସେତେବେଳେ କ୍ୟାଟ୍ରିନା ଆଜିଭଳି ଏତେଟା ଲୋକପ୍ରିୟ ନଥିଲେ।

କିନ୍ତୁ ସେତେବେଳେ ବି କ୍ୟାଟ୍ରିନାଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ବଡ଼ ଅଫର୍‌ ଥିଲା ବୋଲି ଆଦିତ୍ୟ କହିଛନ୍ତି। ତେବେ କ୍ୟାଟ୍ରିନାଙ୍କ ସହ ସମ୍ପର୍କ ଖରାପ ନ କରିବା ପାଇଁ ଆଦିତ୍ୟ ଏହି କଥା କହିଥାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଏହାପରେ ଦୁହେଁ ‘ଫିତୁର’ ଫିଲ୍ମରେ ଏକାଠି କାମ କରିଥିଲେ। ସୁଟିଂ ସମୟରେ ଉଭୟ ପରସ୍ପରର ଭଲ ବନ୍ଧୁ ହୋଇଯାଇଥିଲେ। ଆଦିତ୍ୟ ବଲିଉଡ୍‌ରେ କାମ କରିବା ପୂର୍ବରୁ ଅନେକ ଛୋଟ ଛୋଟ ବିଜ୍ଞାପନରେ କାମ କରିଥିଲେ। ଏପରିକି ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ମଧ୍ୟ କାମ କରିଛନ୍ତି। ଆଦିତ୍ୟଙ୍କ କାମ କଥା କହିବାକୁ ଗଲେ , ସେ ଶେଷଥର ପାଇଁ ୱେବ୍‌ସିରିଜ୍‌ ‘ଦ ନାଇଟ୍‌ ମ୍ୟାନେଜର୍’ରେ ନଜର ଆସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର