ଆମୀର ଖାନଙ୍କୁ ହଲ୍ ମାଲିକଙ୍କ କଡ଼ା ଜବାବ: କହିଲେ 'ଆଗ ଭଲ ସିନେମା ବନାନ୍ତୁ, ତା’ପରେ ହଲ୍ କଥା କହିବେ'

Suryakanta Picture
Published On

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିକଟରେ ଭାରତୀୟ ସିନେମା ଜଗତର ଭିତ୍ତିଭୂମି ବା ଇନଫ୍ରାଷ୍ଟ୍ରକ୍ଚରକୁ ନେଇ ଏକ ବଡ ବୟାନ ଦେଇଥିଲେ। କିନ୍ତୁ ତାଙ୍କର ଏହି ମନ୍ତବ୍ୟ ବର୍ତ୍ତମାନ ଏକ ବିତର୍କର ରୂପ ନେଇଛି। ଆମୀରଙ୍କ ଯୁକ୍ତିକୁ ଖଣ୍ଡନ କରି ଦେଶର ଜଣେ ପ୍ରମୁଖ ଫିଲ୍ମ ପ୍ରଦର୍ଶକ ବା ଏକ୍ଜିବିଟର କଡ଼ା ଜବାବ ଦେଇଛନ୍ତି, ଯାହା ବଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

ଆମୀରଙ୍କ ଯୁକ୍ତି କଣ ଥିଲା?

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମୀର କହିଥିଲେ ଯେ ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ସିନେମା ହଲ୍ ସଂଖ୍ୟା ବହୁତ କମ୍ ରହିଛି। ସେ ଚୀନ୍‌ର ଉଦାହରଣ ଦେଇ କହିଥିଲେ ଯେ ଚୀନ୍‌ରେ ପ୍ରାୟ ଏକ ଲକ୍ଷ ସ୍କ୍ରିନ୍ ଥିବାବେଳେ ଭାରତରେ ମାତ୍ର ୯ ହଜାର ସ୍କ୍ରିନ୍ ରହିଛି। ତେଣୁ ବଡ ସିନେମା ଗୁଡିକର ଆୟ ବଢାଇବା ପାଇଁ ଆମକୁ ଆହୁରି ଅଧିକ ଥିଏଟର ଖୋଲିବା ଦରକାର ବୋଲି ସେ ମତ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ: ଆତ୍ମସମର୍ପଣ ନକରିବାରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

ବାସ୍ତବ ଦୁନିଆରୁ ଦୂରରେ ଆମୀର!

ଆମୀରଙ୍କ ଏହି କଥାକୁ ଗ୍ରହଣ କରିପାରି ନାହାନ୍ତି ଦେଶର ପ୍ରମୁଖ ଫିଲ୍ମ ଏକ୍ଜିବିଟର ଅକ୍ଷୟ ରାଠୀ। ଆମୀରଙ୍କ ଯୁକ୍ତିକୁ ଖଣ୍ଡନ କରି ଅକ୍ଷୟ ଏହାକୁ କେବଳ 'କ୍ୟୁଟ୍ ଥିଓରିଟିକାଲ୍ ଜାର୍ଗନ୍' ବା ପୋଥିଗତ ପାଠ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମୀର ଖାନ ବାସ୍ତବ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଅଛନ୍ତି। ଅକ୍ଷୟଙ୍କ ମତରେ ସମସ୍ୟା ହଲ୍ ସଂଖ୍ୟାରେ ନାହିଁ, ବରଂ ସମସ୍ୟା ରହିଛି ସିନେମାର କଣ୍ଟେଣ୍ଟ ବା କାହାଣୀରେ।

ଆହୁରି ପଢ଼ନ୍ତୁ: ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ

ହଲ୍ ନୁହେଁ, ଦମଦାର୍ କାହାଣୀ ଦରକାର

ଅକ୍ଷୟ ରାଠୀ ତଥ୍ୟ ଦେଇ କହିଛନ୍ତି ଯେ, ବର୍ତ୍ତମାନ ଥିବା ସିନେମା ହଲ୍ ଗୁଡିକରେ ମଧ୍ୟ ମାତ୍ର ୧୬ ପ୍ରତିଶତ ସିଟ୍ ଭର୍ତ୍ତି ହେଉଛି ଏବଂ ବାକି ସିଟ୍ ଖାଲି ପଡୁଛି। ତାଙ୍କର ଯୁକ୍ତି ହେଲା, ବଲିଉଡ ବର୍ତ୍ତମାନ କେବଳ ସହରାଞ୍ଚଳର ମଲ୍ଟିପ୍ଲେକ୍ସ ଦର୍ଶକଙ୍କ ପାଇଁ ସିନେମା ବନାଉଛି, ଯାହା ଗାଁ ଗହଳିର ଦର୍ଶକଙ୍କୁ ଆକୃଷ୍ଟ କରୁନାହିଁ। ଯଦି କଣ୍ଟେଣ୍ଟରେ ଦମ୍ ନାହିଁ, ତେବେ ହଜାର ହଜାର ନୂଆ ହଲ୍ ଖୋଲି ମଧ୍ୟ କୌଣସି ଲାଭ ହେବ ନାହିଁ। ଦର୍ଶକ ହଲ୍‌କୁ ନଆସିବାର କାରଣ ହଲ୍‌ର ଅଭାବ ନୁହେଁ, ବରଂ ଦମଦାର୍ ସିନେମାର ଅଭାବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର