ପ୍ରଶଂସା ସାଉଁଟୁଛି ‘ପଠାନ’ରେ ଅମିର ଖାନଙ୍କ ଭଉଣୀ ନିଖତଙ୍କ ଅଭିନୟ

The Sakala Picture
Published On

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ପ୍ରାୟ ଚାରି ବର୍ଷ ପରେ ରୂପେଲି ପରଦାକୁ ଫେରିଥିବା ଶାହାରୁଖଙ୍କ ଫିଲ୍ମ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ଏବଂ ଏହା କରିବାରେ ‘ପଠାନ’ ପ୍ରଥମ ବଲିଉଡ ଚଳଚ୍ଚିତ୍ର ହୋଇଛି। ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି। ସଲମାନ ଖାନଙ୍କର ମଧ୍ୟ ଏକ ଗେଷ୍ଟ ଆପିଆରନ୍ସ ରହିଛି। ଏଥିସହ […]

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ପ୍ରାୟ ଚାରି ବର୍ଷ ପରେ ରୂପେଲି ପରଦାକୁ ଫେରିଥିବା ଶାହାରୁଖଙ୍କ ଫିଲ୍ମ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ଏବଂ ଏହା କରିବାରେ ‘ପଠାନ’ ପ୍ରଥମ ବଲିଉଡ ଚଳଚ୍ଚିତ୍ର ହୋଇଛି। ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି। ସଲମାନ ଖାନଙ୍କର ମଧ୍ୟ ଏକ ଗେଷ୍ଟ ଆପିଆରନ୍ସ ରହିଛି। ଏଥିସହ ଏହି ସିନେମାରେ ଆମିର ଖାନଙ୍କ ଭଉଣୀ ନିଖତ ଖାନ ମଧ୍ୟ ଅଭିନୟ କରିଛନ୍ତି। ଯିଏ ପରଦାରେ ଶାହାରୁଖଙ୍କ କଥାକଥିତ ମାଆ ଭୂମିକାରେ ଅଭିନୟ କରିଛନ୍ତି। ଯଦି ଆପଣ ପଠାନ ଚଳଚ୍ଚିତ୍ରକୁ ଦେଖିଛନ୍ତି ଏବଂ ଆପଣ ଅମିରଙ୍କ ଭଉଣୀଙ୍କୁ ଚିହ୍ନିପାରି ନାହନ୍ତି ତେବେ ସେ କେଉଁ ଦୃଶ୍ୟରେ ଅଛନ୍ତି ଜାଣନ୍ତୁ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଅମିର ଖାନଙ୍କ ଭଉଣୀ ନୀଖତ ଖାନ ହେଗଡେ ‘ପଠାନ’ରେ ଶାହାରୁଖ ଖାନଙ୍କ ମାଆ ହୋଇଛନ୍ତି। ସେ ଜଣେ ଆଫଗାନିସ୍ତାନ ମହିଳାଙ୍କ ଚରିତ୍ରରେ ଅଛନ୍ତି । ଯିଏ ଶାହାରୁଖଙ୍କୁ ‘ପଠାନ’ ନାମ ଦେଇଥିଲେ। ବାସ୍ତବରେ ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ଚରିତ୍ର ଜଣେ ଅନାଥ। ତାଙ୍କର ଲାଳନ ପାଳନ କରିଥିଲେ ନିଖତ ଖାନ। ଏକ ଦୃଶ୍ଯରେ- ନିଖତ କେବଳ ଶାହାରୁଖଙ୍କୁ ତାଙ୍କ ପୁଅ ବୋଲି ଡାକୁ ନାହନ୍ତୁ ବରଂ ସେହି ଦୃଶ୍ୟରେ ଏକ ତାବିଜ ମଧ୍ଯ ସେ ଶାହରୁଖଙ୍କ ହାତେର ବାନ୍ଧୁଛନ୍ତି। ଏହି ଦୃଶ୍ୟରେ ଉଭୟ ଅତ୍ୟନ୍ତ ଭାବପ୍ରବଣ ହେଉଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ସୋସିଆଲ ମିଡିଆରେ ନିଖତ ପ୍ରଶଂସକଙ୍କ ପାଇଁ  ‘ପଠାନ’ର କିଛି କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ଶାହାରୁଖ ଏବଂ ନିଖତ ଏକାଠି ନଜର ଆସିଛନ୍ତି । ପ୍ରଶଂସକ ମଧ୍ଯ ଏହି ପୋଷ୍ଟକୁ ବେଶ ପସନ୍ଦ କରିଛନ୍ତି।

ନିଖତ ଅନେକ ଫିଲ୍ମ ପ୍ରଜୋଯନା କରିଛନ୍ତି। ଯେଉଁଥିରେ ରହିଛି- ତୁମ ମେରେ ହିରୋ, ଲଗନ, ମଦହୋସ ଭଳି ଅନେକ ଚଳଚ୍ଚିତ୍ରରେ ପ୍ରଜୋଯନା କରିଛନ୍ତି। ଏଥିସହ ମିଶନ ମଙ୍ଗଲ, ଶାଣ୍ଢ କି ଆଁଖ, ଉନସୁଙ୍ଗ ୱାରିଅର ଫିଲ୍ମରେ ମଧ୍ଯ ଅଭିନୟ କରିଛନ୍ତି।

ହିନ୍ଦୀ ବ୍ୟତୀତ ପଠାନ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ରେକର୍ଡ ସୃଷ୍ଟି କରିଛି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ  ସାରା ବିଶ୍ୱରେ ୧୦୦.୯୬ କୋଟି ରୋଜଗାର କରିଛି। ଏହା ହେଉଛି ବଲିଉଡର ପ୍ରଥମ ଚଳଚ୍ଚିତ୍ର। ଶାହାରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp