ମାନବ ସଭ୍ୟତାର ଶ୍ରେଷ୍ଠ ସେବକ
ଭାରତୀୟ ସଂସ୍କୃତିରେ ସବୁଠାରୁ ସମ୍ମାନସ୍ପଦ ଗାଈର ବିକାଶ ଘଟିଛି ‘ଆଉ ରୋଚସେନ’ ନାମକ ଏକ ବିଶାଳ ୧୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନରେ ପହଞ୍ଚୁଥିବା ବକ୍ରଶିଙ୍ଘଯୁକ୍ତ ହିଂସ୍ର ବନ୍ୟପଶୁରୁ। ଖ୍ରୀଷ୍ଟଜନ୍ମର ପ୍ରାୟ ୫୮ ରୁ ୫୦ ବର୍ଷ ପର୍ଯ୍ୟନ୍ତ ଏହା ଦେଖାଯାଉଥିବାର ସୂଚନା ରହିଛି। ଦୁଇ ନିୟୁତରୁ ଅଧିକ ବର୍ଷ ପୂର୍ବେ ଆମ ଦେଶରେ ପ୍ରଥମେ ଏ ଜୀବଟି ଜନ୍ମଲାଭ କରିଥିଲା ଏବଂ ପରେ ଅନ୍ୟାନ୍ୟ ଦେଶକୁ ପରିବ୍ୟାପ୍ତ ହେଲା। ତେବେ ପ୍ରାୟ ୯୦୦୦ ବର୍ଷ ପୂର୍ବେ କ୍ରମେ […]
ଭାରତୀୟ ସଂସ୍କୃତିରେ ସବୁଠାରୁ ସମ୍ମାନସ୍ପଦ ଗାଈର ବିକାଶ ଘଟିଛି ‘ଆଉ ରୋଚସେନ’ ନାମକ ଏକ ବିଶାଳ ୧୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନରେ ପହଞ୍ଚୁଥିବା ବକ୍ରଶିଙ୍ଘଯୁକ୍ତ ହିଂସ୍ର ବନ୍ୟପଶୁରୁ। ଖ୍ରୀଷ୍ଟଜନ୍ମର ପ୍ରାୟ ୫୮ ରୁ ୫୦ ବର୍ଷ ପର୍ଯ୍ୟନ୍ତ ଏହା ଦେଖାଯାଉଥିବାର ସୂଚନା ରହିଛି। ଦୁଇ ନିୟୁତରୁ ଅଧିକ ବର୍ଷ ପୂର୍ବେ ଆମ ଦେଶରେ ପ୍ରଥମେ ଏ ଜୀବଟି ଜନ୍ମଲାଭ କରିଥିଲା ଏବଂ ପରେ ଅନ୍ୟାନ୍ୟ ଦେଶକୁ ପରିବ୍ୟାପ୍ତ ହେଲା। ତେବେ ପ୍ରାୟ ୯୦୦୦ ବର୍ଷ ପୂର୍ବେ କ୍ରମେ ଗୃହପାଳିତ ହୋଇ ଏହା ବର୍ତ୍ତମାନର ଶାନ୍ତ ସୁଧାର ଏବଂ ବୁଦ୍ଧିମାନ ଗୋ-ଜାତିରେ ପରିଣତ ହେବାର ବୈଜ୍ଞାନିକମାନେ ଅନୁମାନ କରନ୍ତି। ସେହିକାଳରୁ ଆମ ପୂର୍ବପୁରୁଷଙ୍କ ସହିତ ତାହାର ଅତୁଟ ବନ୍ଧନ ସୃଷ୍ଟି ହୋଇଛି ଏବଂ ସେମାନେ ଏହାକୁ ଶିକାରୀ ଜୀବଜନ୍ତୁଙ୍କଠାରୁ ସୁରକ୍ଷା ପ୍ରଦାନ କରିଆସୁଛନ୍ତି।
ଆଧୁନିକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ପାଳନକର୍ତ୍ତାଠାରେ ‘ପ୍ରେମ ଜୀବରସ’ ବା ‘ଉତ୍ତମ ଅନୁଭବ ଜୀବରସ’ ବୋଲି କୁହାଯାଉଥିବା ‘ଅକ୍ସିଟୋସିନ୍’ର କ୍ଷରଣ ବୃଦ୍ଧିପାଏ। ଏହି ଜୀବରସ ବା ହର୍ମୋନ୍ଟି ମସ୍ତିଷ୍କର ଏକ ପୁରାତନ ବିବର୍ତ୍ତନୀୟ ଅଂଶ ‘ହାଇପୋଥାଲାମସ’ରୁ କ୍ଷରିତ ହୁଏ। ତଦ୍ୱାରା ନିର୍ଦ୍ଧାରିତ ହୁଏ ଆମ ଶକ୍ତିଶାଳୀ ଭାବ ପ୍ରବଣତା ତଥା ଅଧିକାଂଶ ପ୍ରବୃତ୍ତି ଏବଂ ପ୍ରଭାବିତ ହୁଏ ଆମ ଗଭୀରତମ ଅଚେତନ ମନ। ପୂର୍ବ ପୁରୁଷମାନଙ୍କର ଏହି ଗୁଣମାନ ଜିନୀୟ ସୂତ୍ରରେ ଲାଭ କରିଥା’ନ୍ତି ଦାୟାଦମାନେ। ଅତଏବ ମନେହୁଏ ଯେ ଆମ ପୂର୍ବ ପୁରୁଷମାନେ ‘ଆଉରୋଚସେନ’ ଙ୍କୁ ଗୃହ ପାଳିତ କଲାପରେ ତାଙ୍କ ସହିତ ଏବଂ ପରବର୍ତ୍ତୀ ସମୟରେ ତାଙ୍କଠାରୁ ବିକଶିତ ଗୋ-ଜାତି, ବିଶେଷକରି ଅଧିକ ଶାନ୍ତ ସୁଧାର ଗାଈ ପ୍ରତି ଗଭୀର ଭାବପ୍ରବଣ ବନ୍ଧନରେ ବାନ୍ଧି ହୋଇ ପଡ଼ିଥିଲେ। ସେହିଗୁଣ ସ୍ୱାଭାବିକ ଭାବେ ତାଙ୍କଠାରୁ ଆମେ ଲାଭ କରିଛୁ ଉତ୍ତରାଧିକାର ସୂତ୍ରରେ। ଅତଏବ ଆମେ ଗୋପାଳନ ନିଜେ ନ କଲେ ମଧ୍ୟ ଆମ ଅଚେତନମନରେ ଗୋଜାତି ପ୍ରତି ସେହିପରି ଭାବ ରହିଯାଇଛି।
ସାମଗ୍ରିକ ଭାବେ ଗୋଜାତି ପ୍ରତି ଏବଂ ବିଶେଷକରି ଗାଈ ପ୍ରତି ଆମ ପୂର୍ବ ପୁରୁଷମାନଙ୍କର ସମ୍ପର୍କ ନିବିଡ଼ ହେଲା ବିଭିନ୍ନ ସମୟ ସହିତ ତାଳ ଦେଇ। ଦୁର୍ଭିକ୍ଷକାଳରେ ଗାଈମାନଙ୍କ କ୍ଷୀର ଥିଲା ଅଧିକାଂଶ ଶିଶୁମାନଙ୍କ ସମେତ ଅନ୍ୟ କେତେକଙ୍କ ପାଇଁ ବଞ୍ଚିବାର ଅନ୍ୟତମ ଆଧାର। ସେହି କାରଣରୁ ତାଙ୍କୁ ମା’ ରୂପେ ଦେଖିଲେ ଜାତି ଧର୍ମ ନିର୍ବିଶେଷରେ ଆମ ପୂର୍ବ ପୁରୁଷମାନେ। ଯେହେତୁ ଆମ ଦେଶର ୮୦ ଶତାଂଶ ହିନ୍ଦୁ, ସେଥିପାଇଁ ସେହିମାନଙ୍କୁ ହିଁ କେବଳ ଏହାର ସୁରକ୍ଷା ପ୍ରଦାନକାରୀ ରୂପେ ବିଚାର କରାଯାଏ।
ଗାଈଙ୍କୁ ଗୋମାତାର ଆସନ ଦେବାର ଆହୁରି ଅନେକ ଯୁକ୍ତି ରହିଛି। ଉଦାହରଣସ୍ୱରୂପ ସେମାନେ ବେଶ୍ ବୁଦ୍ଧିମାନ ଏବଂ ସମ୍ବେଦନଶୀଳ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ତାଙ୍କଠାରେ ରହିଛି ଶିକ୍ଷା କରିବାର ସାମର୍ଥ୍ୟ ଏବଂ ସେମାନେ ଗର୍ବ, କ୍ରୋଧ, ଶ୍ରଦ୍ଧା ଆଦି ଭାବପ୍ରବଣତା ପ୍ରକାଶ କରିପାରନ୍ତି। ଏପରିକି ସେମାନେ ନିଜ ନାଁ ମନେରଖିପାରନ୍ତି। ଏଣୁ ପାଳନକର୍ତ୍ତା ତାଙ୍କୁ ଡାକିଲେ ସେମାନେ ପାଖକୁ ଆସନ୍ତି କିମ୍ବା ହମ୍ଭାରଡ଼ି ମାଧ୍ୟମରେ ଜବାବ ଦିଅନ୍ତି। ପୁନଶ୍ଚ ବିଭିନ୍ନ ପରିସ୍ଥିତିରେ ଏ ହମ୍ବାରଡ଼ି ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ଏଥିରେ ପ୍ରକଟିତ ହୋଇପାରେ ସେମାନଙ୍କ ସ୍ନେହ-ଶ୍ରଦ୍ଧା ଭୟ ବା କ୍ରୋଧ। ସେମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ଅନ୍ୟମାନଙ୍କ ସହିତ ଗୋଷ୍ଠୀଗତ ଜୀବନ ଜୀଇଁବାକୁ ଚାହାନ୍ତି। ତାଙ୍କର ମଧ୍ୟ ଥାଏ ଆମ ଭଳି ମୁକ୍ତ ଭାବେ ବଞ୍ଚିବାର ଇଚ୍ଛା। ପୁନଶ୍ଚ ସେମାନେ ହେଉଛନ୍ତି ଅତି ଉଚ୍ଚକୋଟିର ମା’। କେବଳ ମନୁଷ୍ୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପଶୁମାନଙ୍କ ତୁଳନାରେ ସେମାନେ ନିଜ ନିଜର ସନ୍ତାନଙ୍କୁ ଅଧିକ ଭଲ ପାଆନ୍ତି।
ଅନ୍ୟପକ୍ଷରେ ଗାଈର କ୍ଷୀରରେ ଥାଏ ପ୍ରଚୁର କାଲସିୟମ, ଉଚ୍ଚମାନର ପ୍ରୋଟିନ୍, ଅତ୍ୟାବଶ୍ୟକ ମେଦାୟଯୁକ୍ତ ସ୍ନେହସାର, ବିବିଧ ପ୍ରତିଦାରକ, ପ୍ରତିପିଣ୍ଡ ଏବଂ ରୋଗପ୍ରତିରୋଧକାରୀ ‘ଇମ୍ୟୁନୋ ଗ୍ଲୋବିନ୍-ଜି’। ତେଣୁ ଶିଶୁମାନଙ୍କ ପାଇଁ କେବଳ ମା’କ୍ଷୀରକୁ ବାଦ୍ଦେଲେ ଏହା ହିଁ ସର୍ବୋକୃଷ୍ଟ ଖାଦ୍ୟ। ଏହା ବ୍ୟତୀତ ଏଥିରେ ଥିବା ଅନ୍ୟତମ ଉପାଦେୟ ଉପାଦାନ ହେଲା ‘କୋଲୋଷ୍ଟ୍ରମ’। ଶିଶୁଟି ଜନ୍ମ ହେଲା ପରେ ପରେ ମା’ କ୍ଷୀରରେ ଏହା ବେଶ ପରିମାଣରେ ସୃଷ୍ଟି ହୋଇଥାଏ, ଯାହାକି ତା’ଠାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରି ତାକୁ ନାନାଦି ରୋଗରୁ ସୁରକ୍ଷା ପ୍ରଦାନ କରେ।
‘କ୍ଲିନିକାଲ ନିଉଟ୍ରିସନ’ ପତ୍ରିକାରେ ୨୦୧୮ ମସିହାରେ ପ୍ରକାଶିତ ଏକ ବିବରଣୀ ଅନୁସାରେ ଗାଈକ୍ଷୀରରେ ଥିବା ‘କୋଲୋଷ୍ଟ୍ରମ’ ଆମ ଖାଦ୍ୟ ହଜମ ପ୍ରକ୍ରିୟାରେ ତଥା ଆମ ସ୍ୱାସ୍ଥ୍ୟର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଅନ୍ତନାଳୀର ଅଣୁଜୀବ ସମୂହକୁ ସକ୍ରିୟ କରିବାରେ ସହାୟତା କରେ। ପୁନଶ୍ଚ ଏଥିରେ ଥିବା ‘ଇମ୍ୟୁନୋଗ୍ଲୋବିନ୍- ଜି’ ରୋଗ ଜୀବାଣୁ, ନାନାଦି ବିଷ ଆଦିର ପ୍ରଭାବରୁ ଶରୀରକୁ ମୁକ୍ତ କରି ମା’କ୍ଷୀର ଭଳି ଶରୀରକୁ ରୋଗମୁକ୍ତ ରଖେ। ଏପରିକି ଏହା ଶ୍ୱସନ ନଳୀର ସଂକ୍ରମଣ ହ୍ରାସ କରେ। ଏହା ବ୍ୟତୀତ ‘କୋଲାଜେନ୍’ ସଂଶ୍ଲେଷଣ ପ୍ରକ୍ରିୟାରେ ସହାୟତା କରି ଚର୍ମକୁ ଉଜ୍ଜ୍ୱଳ, ମସୃଣ ଏବଂ ଯୁବସୁଲଭ ରୂପ ପ୍ରଦାନ କରେ। ଅତଏବ ଶୈଶବାସ୍ଥାରେ ମା’କ୍ଷୀର ଶିଶୁମାନଙ୍କ ପାଇଁ ଯେପରି ଉପାଦେୟ, ସବୁ ବୟସର ଲୋକଙ୍କ ପାଇଁ ଗାଈକ୍ଷୀର ସେହିପରି ଉପାଦେୟ।
ଗୋଟିଏ ଗାଈ ବା ବଳଦ ବର୍ଷକୁ ହାରାହାରି ୩୫୦୦ କିଲୋଗ୍ରାମ ଗୋବର ଦେଉଥିବାର ଆକଳନ କରାଯାଇଛି। ଏହା ପ୍ରାୟ ୮୦ ରୁ ୧୦୦ ଟନ୍ ସାର ସହିତ ସମାନ। ପୁନଶ୍ଚ ସେଥିରୁ ଇନ୍ଧନ ରୂପେ ବ୍ୟବହାର ପାଇଁ ଘଷି ଏବଂ ଜୈବିକ ବାଷ୍ପ ମିଳିଥାଏ। ଆମ ଦେଶରେ ଦୈନିକ ଗାଈଗୋରୁମାନଙ୍କଠାରୁ ପ୍ରାୟ ୩ ଲକ୍ଷଟନ୍ ଗୋବର ମିଳେ। ଏହା ପ୍ରାୟ ୩ ନିୟୁତ ଟନ୍ କୋଇଲା ଇନ୍ଧନ ସହିତ ସମାନ। ପୁନଶ୍ଚ ଗୋବର ପ୍ରଲେପ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ତହିଁରୁ ନିର୍ଗତ ‘ମିଥେନ୍’ ରୂପାନ୍ତରିତ ହୁଏ ‘ଫରମାଲ୍ ଡି ହାଇଡ୍’କୁ, ଯାହା ଏକ ଉତ୍କୃଷ୍ଟ ଜୀବାଣୁ ନାଶକ। ସେଥିପାଇଁ ଆଗେ ଆମ ଘର ଦ୍ୱାର ଗୋବରରେ ଲିପାପୋଛା କରାଯାଉଥିଲା। ଏସବୁ ବ୍ୟତୀତ ଆୟୁର୍ବେଦ ଚିକିତ୍ସାରେ ଗୋମୂତ୍ରର ବିନିଯୋଗ ସମ୍ପର୍କରେ ବିସ୍ତୃତ ତଥ୍ୟମାନ ରହିଛି ଶୁଶ୍ରୁତ ସଂହିତାରେ। ଏହାକୁ ବିଶୋଧନ କରି ସେବନ କରିବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିଠାରୁ ଆରମ୍ଭ କରି ନାନାଦି ରୋଗର ଉପଶମ ଲାଗି ବ୍ୟବହାର କରିବାକୁ ମଧ୍ୟ ମତ ଦେଲେଣି ଅନେକ ଆଧୁନିକ ଚିକିତ୍ସାବିଜ୍ଞାନୀ। ମୋଟ ଉପରେ କହିଲେ ଗୋସମ୍ପଦ ହେଉଛି ମାନବ ସଭ୍ୟତାର ସର୍ବଶ୍ରେଷ୍ଠ ସେବକ।
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ୯୯୩୭୩୦୧୪୬୦