ବିପର୍ଯ୍ୟୟର ନୂଆ ଅଧ୍ୟାୟ
ଜାନୁଆରୀ ୨୯ତାରିଖରେ ପ୍ରୟାଗରାଜ ସଙ୍ଗମ ଘାଟରେ ଦଳାଚକଟା ଓ ଫେବ୍ରୁଆରି ୧୫ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଧସ୍ତାଧସ୍ତି ସତ୍ତ୍ବେ କୋଟି କୋଟି ଲୋକ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ସହ ମହାକୁମ୍ଭରେ ସ୍ନାନ କରିଥିଲେ। ୬୫ କୋଟିରୁ ଅଧÒକ ଲୋକ ମହାକୁମ୍ଭରେ ସାମିଲ ହୋଇଛନ୍ତି ବୋଲି ସରକାର ଦାବି କରିଛନ୍ତି। ଉତ୍ତରପ୍ରଦେଶ ସରକାର ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ଏବଂ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସମ୍ଭାଳିଥିବାର ଶ୍ରେୟ ନେଇଛନ୍ତି। ଅପରପକ୍ଷରେ ସରକାରୀ ଅପରାଗତାକୁ ନେଇ […]
ଜାନୁଆରୀ ୨୯ତାରିଖରେ ପ୍ରୟାଗରାଜ ସଙ୍ଗମ ଘାଟରେ ଦଳାଚକଟା ଓ ଫେବ୍ରୁଆରି ୧୫ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଧସ୍ତାଧସ୍ତି ସତ୍ତ୍ବେ କୋଟି କୋଟି ଲୋକ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ସହ ମହାକୁମ୍ଭରେ ସ୍ନାନ କରିଥିଲେ। ୬୫ କୋଟିରୁ ଅଧÒକ ଲୋକ ମହାକୁମ୍ଭରେ ସାମିଲ ହୋଇଛନ୍ତି ବୋଲି ସରକାର ଦାବି କରିଛନ୍ତି। ଉତ୍ତରପ୍ରଦେଶ ସରକାର ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିବା ଏବଂ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସମ୍ଭାଳିଥିବାର ଶ୍ରେୟ ନେଇଛନ୍ତି। ଅପରପକ୍ଷରେ ସରକାରୀ ଅପରାଗତାକୁ ନେଇ ବିରୋଧୀ ସମାଲୋଚନା କରୁଛନ୍ତି। ମମତା ବାନାର୍ଜୀ ଏହାକୁ ‘ମୌତ୍ କୁମ୍ଭ’ ଏବଂ କୋଟି କୋଟି ଲୋକଙ୍କ ବିଶ୍ୱାସର ନିଷ୍ଠୁର ଉପହାସ ବୋଲି କହିଛନ୍ତି।
ଜାନୁଆରୀ ୨୯ ର ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ ଜଣ ଆହତ ହୋଇଥିବା ସରକାରୀ ଭାବେ କୁହାଯାଉଛି। କିନ୍ତୁ ସାଧାରଣରେ ମତ ପ୍ରକାଶ ପାଇଛି ଯେ ଅନେକ ଲୋକ ଏବେ ବି ନିଜ ପ୍ରିୟଜନଙ୍କ ସନ୍ଧାନରେ ବୁଲୁଛନ୍ତି। ଗୋଟିଏ ରାସ୍ତା ଦେଇ ଘଟଣାସ୍ଥଳକୁ ପ୍ରବେଶ ଓ ପ୍ରସ୍ଥାନ ହେଉଥିଲା, ଯେଉଁଥିରେ ଅଶାନ୍ତ ଜନତା ବ୍ୟାରିକେଡ୍ ଭାଙ୍ଗିବାକୁ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଘାତଜନକ ଅର୍ଥାତ୍ ଛାତି କିମ୍ୱା ଶରୀରର ଉପର ଭାଗରେ ଚାପ ଯୋଗୁଁଁ ମୃତ୍ୟୁବରଣ କରିଥିଲେ। ଦିଲ୍ଲୀ ରେଳ ଷ୍ଟେସନରେ ମଧ୍ୟ ସମାନ ଦୁର୍ଘଟଣା ଘଟିଥିଲା। ଆମ ଦେଶର ଅଧିକାଂଶ ଦୁର୍ଘଟଣା ପାଇଁ ଭିଡ଼, ଶୃଙ୍ଖଳାହୀନତା ଓ ଅଶାନ୍ତି ଦାୟୀ।
ପରିବେଶବିତ୍ ଅନିଲ ପ୍ରକାଶ ଯୋଶୀ ସଠିକ୍ ଭାବେ ଦର୍ଶାଇଛନ୍ତି ଯେ ଭିଡ଼ ଏକ ନୂଆ ବିପର୍ଯ୍ୟୟ ପାଲଟିଛି। ଲୋକମାନଙ୍କର ଆଦୌ ଆତ୍ମଶୃଙ୍ଖଳା ନାହିଁ। ଏଥିରେ ପ୍ରଶାସନିକ ଅବହେଳା ଓ ଅପାରଗତା ଯୋଡ଼ି ହୋଇଗଲେ ବିପର୍ଯ୍ୟୟର କାରଣ ହୋଇଯାଉଛି। ଏଭଳି ଦଳାଚକଟା ଘଟଣା କେବଳ ଯେ ମହାକୁମ୍ଭରେ ଘଟିଛି, ତା’ ନୁହେଁ। ଆଜିକାଲି ଭିଡ଼କୁ ଠିକ୍ ଭାବେ ପରିଚାଳନା କରିବା ଏକ ବଡ଼ ଆହ୍ୱାନ ପାଲଟିଛି। ଯଦି ଅଧିକାରୀମାନେ ଭିଡ଼ ପରିଚାଳନାରେ ଅବହେଳା ନ କରିଥା’ନ୍ତେ, ତେବେ ଦିଲ୍ଲୀ ରେଳ ଦୁର୍ଘଟଣା ଘଟି ନ ଥା’ନ୍ତା। ଅପାରଗତାର ଅବସ୍ଥା ଏପରି ଥିଲା ଯେ ଅନେକ ସରକାରୀ ସଂସ୍ଥା ପରସ୍ପରକୁ ଦୋଷାରୋପ କରୁଥିଲେ।
ରେଳବାଇ ହେଉଛି ଦେଶର ଜୀବନରେଖା। ପ୍ରତିଦିନ ୨ ରୁ ୪ କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି। କେବଳ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦୈନିକ ୫, ୦୦, ୦୦୦ ଲୋକ ଯାତାୟାତ କରନ୍ତି। ଦୀପାବଳି, ଦଶହରା, ଛଟ୍ ପୂଜା କିମ୍ୱା କୁମ୍ଭ ଭଳି ପର୍ବପର୍ବାଣି ଆସିଲେ ଏହି ସଂଖ୍ୟା ବଢ଼଼ିଯାଏ। ରେଳବାଇର ପୂର୍ବତନ ମହାପ୍ରବନ୍ଧକ ସରବଜିତ ଅର୍ଜୁନ କହିଛନ୍ତି, ଏଭଳି ଘଟଣା ଅପ୍ରତ୍ୟାଶିତ, କିନ୍ତୁ ସଠିକ ପ୍ରସ୍ତୁତି ଦ୍ୱାରା ଏହାକୁ ରୋକାଯାଇପାରିବ। ଅଣସଂରକ୍ଷିତ କୋଚ୍ ପାଇଁ ସାଧାରଣ ଟିକେଟ୍ ବିକ୍ରି ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ବଡ଼ ଷ୍ଟେସନରେ ଭିଡ଼ କମାଇବା ପାଇଁ ନିକଟରେ ଛୋଟ ଛୋଟ ଷ୍ଟେସନ ବିକଶିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବିମାନବନ୍ଦର ଭଳି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ରେଳ ଷ୍ଟେସନ୍ରେ କରାଯିବା ଉଚିତ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସରବଜିତ ସିଂହ ଦେଇଥିବା ପରାମର୍ଶ ପାଇଁ ଭିତ୍ତିଭୂମିରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ବଡ଼ ବଡ଼ ଷ୍ଟେସନକୁ ଆହୁରି ବିକଶିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି, କିନ୍ତୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଘଟଣା ଦର୍ଶାଉଛି ପ୍ରକୃତ ଆବଶ୍ୟକତା କ’ଣ। ରେଳ କର୍ମଚାରୀଙ୍କ ମାନସିକତା ମଧ୍ୟ ବଦଳିବା ଦରକାର। ପୂର୍ବରୁ ଭିଡ଼ ଥିବା ବେଳେ ତରବରିଆ ଭାବେ ୨ ଘଣ୍ଟା ମଧ୍ୟରେ ୨୬୦୦ ଟିକେଟ୍ କାହିଁକି ବିକ୍ରି କରାଗଲା? ଦିଲ୍ଲୀ ହାଇକୋର୍ଟ ରେଳ ବିଭାଗକୁ ପଚାରିଛନ୍ତି, ଯଦି ପ୍ରତ୍ୟେକ କୋଚ୍ ପାଇଁ ଯାତ୍ରୀଙ୍କ ସଂଖ୍ୟା ସ୍ଥିର ହୋଇଛି, ତେବେ ସୀମାଠାରୁ ଅଧିକ ଟିକେଟ୍ କାହିଁକି ବିକ୍ରି କରାଗଲା? ରେଳ ବିଭାଗ ମଧ୍ୟ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଭଳି ସରକାରୀ ତଦନ୍ତର ଭାଗ୍ୟ କ’ଣ ତାହା ସମସ୍ତେ ଜାଣନ୍ତି।
ଦେଶର ସମସ୍ୟା ସବୁବେଳେ ‘ଅର୍ଥନୈତିକ ଦୁର୍ବଳ ବର୍ଗ’ଙ୍କ ପାଖକୁ ଆସିଥାଏ। କେବେ ବି କୌଣସି ଭିଆଇପି ଦୁର୍ଘଟଣାରେ ମୃତ୍ୟୁବରଣ କରିବା ଦେଖାଯାଇ ନାହିଁ। କୁମ୍ଭମେଳାରେ ଯେଉଁଠି ସାଧାରଣ ଲୋକଙ୍କୁ ୧୦-୧୫ କିଲୋମିଟର ଚାଲିବାକୁ ପଡୁଥିଲା, ସେଠାରେ ଭିଆଇପିମାନଙ୍କୁ ସେଭଳି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା। ସଙ୍ଗମରେ ଜନସାଧାରଣ ଭିଡ଼ରେ ଗାଧୋଉଥିବା ବେଳେ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଫଟୋଗ୍ରାଫର, କିଛି ଦୂରରେ ବଡିଗାର୍ଡ ମଧ୍ୟ ପାଣିରେ ଠିଆ ହୋଇ ରହୁଥିଲେ। ଯେଉଁଠାରେ ପାଣି ସ୍ୱଚ୍ଛ ଥିଲା ସେଠାରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଘାଟ ମଧ୍ୟ ନିର୍ମାଣ କରାଯାଇଥିଲା। ଆମ ଦେଶରେ ଧାର୍ମିକ ସମାବେଶରେ ଅସମାନତାର ଏହା ଏକ ଉଦାହରଣ।
ଆମ ଦେଶରେ ପ୍ରାୟତଃ ବର୍ଷା ଋତୁରେ ବିହାରରେ ପୋଲ ଧୋଇ ଯାଏ, କୋଟାର କୋଚିଂ କାରଖାନାରେ ପିଲାମାନେ ଆତ୍ମହତ୍ୟା କରନ୍ତି, ମୁମ୍ୱାଇରେ ପ୍ରତିବର୍ଷ କୌଣସି ନା କୌଣସି କୋଠା ଭୁଶୁଡ଼ି ପଡ଼େ, ଲୋକମାନେ ମୃତ୍ୟୁବରଣ କରନ୍ତି, ରାସ୍ତାରେ ଖାଲଖମା ଯୋଗୁଁଁ ଡ୍ରାଇଭରମାନେ ଆହତ ହୁଅନ୍ତି, ଅନେକଙ୍କ ମୃତ୍ୟୁ ହୋଇଥାଏ। ଅନେକ ହସ୍ପିଟାଲରେ ନିଅାଁ ଲାଗିଯାଏ। ସୁଡ଼ଙ୍ଗ ଓ ଖଣିରେ ଶ୍ରମିକମାନେ ଫସି ଯାଆନ୍ତି। ଏସବୁ ଦୁର୍ଘଟଣା ମଧ୍ୟରେ ସମାନତା ହେଲା – ଦୁର୍ବଳ କାର୍ଯ୍ୟ ସଂସ୍କୃତି ଏବଂ ଅନ୍ୟଟି ହେଉଛି ଉତ୍ତରଦାୟିତ୍ୱ ହୀନତା। ନ୍ୟାୟ ପାଇଁ ପୀଡ଼ିତାମାନେ ବୁଲୁଛନ୍ତି। ପ୍ରଶାସନିକ ଦୁର୍ନୀତି ଓ ଅପାରଗତା ଏଭଳି ଦୁଃଖଦ ଘଟଣାକୁ ଜନ୍ମ ଦେଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦ୍ୟତମ ରିପୋର୍ଟ ଅନୁଯାୟୀ କୋଟି କୋଟି ଲୋକଙ୍କ ସ୍ନାନ ଯୋଗୁଁଁ ଗଙ୍ଗାଜଳ ଏତେ ଦୂଷିତ ହୋଇଛି ଯେ ଗାଧୋଇବା ପାଇଁ ମଧ୍ୟ ସୁରକ୍ଷିତ ନୁହେଁ। ଏହି ରିପୋର୍ଟ ଅନୁଯାୟୀ, ଗଙ୍ଗା-ଯମୁନାର ସଙ୍ଗମସ୍ଥଳ ନିକଟରେ ବିପୁଳ ପରିମାଣର ‘ଫିକାଲ୍ ବ୍ୟାକ୍ଟେରିଆ’ ମିଳିଥିଲା। ଉତ୍ତରପ୍ରଦେଶ ସରକାର ଏହାକୁ ତୀବ୍ର ବିରୋଧ କରିଛନ୍ତି। ସରକାର କହୁଛନ୍ତି ଯେ ନଦୀକୁ କୌଣସି ନର୍ଦ୍ଦମା ପାଣି ସିଧାସଳଖ ଯାଉନାହିଁ। ବିରୋଧୀ ମିଥ୍ୟା ପ୍ରଚାର କରୁଥିବା ବେଳେ ସଙ୍ଗମର ଜଳ ପିଇବା ପାଇଁ ଯୋଗ୍ୟ। ସରକାର ଜାଣିବା ଦରକାର ଏହା ବିରୋଧୀଙ୍କ କଥା ନୁହେଁ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ। ଯେଉଁଠି କୋଟି କୋଟି ଲୋକ ଉପସ୍ଥିତ ଅଛନ୍ତି, ସେଠାରେ ଏହା ଘଟିବ। ଲୁଚାଇବାର ଆବଶ୍ୟକତା ନାହିଁ। ପାଣିକୁ ସ୍ୱଚ୍ଛ ରଖିବା ପାଇଁ ଉତ୍ତରପ୍ରଦେଶ ସରକାର ଉଲ୍ଲେଖନୀୟ ପ୍ରୟାସ କରିଥିବା ଦାବି କରୁଛନ୍ତି। ପ୍ରତିଦିନ ମେସିନ୍ ଜରିଆରେ ସଙ୍ଗମରୁ ଟନ୍ ଟନ୍ ଅଳିଆ ହଟାଯାଉଥÒଲା। ୩୦ ଦିନରେ ୧୧ ହଜାର ଟନ୍ ଆବର୍ଜନା ହଟାଯାଇଥିବା ଏବଂ ଏହି କାର୍ଯ୍ୟ ପାଇଁ ପାଖାପାଖି ୧୦୦୦ ଗାଡ଼ି ନିୟୋଜିତ କରାଯାଇଥିବା ସରକାରୀ ଭାବେ କୁହାଯାଉଛି। କିନ୍ତୁ ଯେତେବେଳେ କୌଣସି ନଦୀ କୂଳରେ ୫୦ କୋଟି ଲୋକ ଏକାଠି ହୁଅନ୍ତି, ସେତେବେଳେ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା କାଠିକର ପାଠ। ତଥାପି ମହାକୁମ୍ଭକୁ ସଫଳତାର ସହ ଆୟୋଜନ କରିଥିବାରୁ ଯୋଗୀଜୀ ଧନ୍ୟବାଦର ପାତ୍ର। କିନ୍ତୁ ଦୁଃଖର କଥା ହେଲା, ନିଜକୁ ଶୁଦ୍ଧ କରିବା ପାଇଁ ଲୋକେ ଗଙ୍ଗାକୁ ଅଶୁଦ୍ଧ କରିଦେଇଥିଲେ। ଏହା ହେଉଛି ସବୁଠାରୁ ବଡ଼ ଦୁର୍ଘଟଣା।
ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼଼, ମୋ: ୯୪୩୭୬୪୨୯୪୭