କେଉଁଠି ଲୁଚିଥିଲେ ମାନସ ସ୍ବାଇଁ ହତ୍ଯାକାଣ୍ଡର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା

The Sakala Picture
Published On

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଏବଂ ଭଦ୍ରକ ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ତେବେ ଏତେ ଦିନ ଧରି କିପରି ପୁଲିସକୁ ଚକମା ଦେଇ ଆସୁଥିଲେ କେଉଁଠି ଥିଲେ ଶର୍ମିଷ୍ଠା ସେ ନେଇ ପୁଲିସ ଆଗରେ ମାନିଛି ଶର୍ମିଷ୍ଠା। ସୂଚନା ଅନୁଯାୟୀ, ଦିର୍ଘ ଦିନଧରି ପୁଲିସ ଆଖିରେ […]

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଏବଂ ଭଦ୍ରକ ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ତେବେ ଏତେ ଦିନ ଧରି କିପରି ପୁଲିସକୁ ଚକମା ଦେଇ ଆସୁଥିଲେ କେଉଁଠି ଥିଲେ ଶର୍ମିଷ୍ଠା ସେ ନେଇ ପୁଲିସ ଆଗରେ ମାନିଛି ଶର୍ମିଷ୍ଠା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ଦିର୍ଘ ଦିନଧରି ପୁଲିସ ଆଖିରେ ଧୁଳି ଦେଇ ରାଜ୍ୟ ବାହାରେ ଲୁଚି ରହିଥିଲା ଶର୍ମିଷ୍ଠା । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା ଓ ଝୁନା । ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନେକ ଦିନ ଧରି କୋଲକାତା ରେଳ ଷ୍ଟେସନରେ ରହିଥିବା କହିଛନ୍ତି ଶର୍ମିଷ୍ଠା ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ଏମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନାଙ୍କ ସହ ପୂର୍ବରୁ ଗିରଫ ଅନ୍ୟ ୫ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା ! ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ । ବିଜୟଓ୍ବାଡ଼ାରୁ ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତକୁ ଗିରଫ କରାଯାଇଛି । ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର ଓ ୨ ସୁପାରି କିଲରଙ୍କୁ ବି ଗିରଫ କରାଯାଇଛି । ଗତ ୨୩ ତାରିଖରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଖବର ମୁତାବକ,  ଅଭିଯୁକ୍ତମାନଙ୍କ ବିରୋଧରେ ୩୬୩ (ଅପହରଣ), ୩୬୪ (ହତ୍ୟା ଉଦ୍ଦେଶ୍ୟରେ ଅପହରଣ), ୩୦୨ (ହତ୍ୟା), ୪୬୫ (ଜାଲିଆତି), ୪୭୧ (ଜାଲ୍‌ ଦଲିଲ୍‌ ବ୍ୟବହାର), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଯାଇଛି।

28 Mar 2022 By The Sakala

କେଉଁଠି ଲୁଚିଥିଲେ ମାନସ ସ୍ବାଇଁ ହତ୍ଯାକାଣ୍ଡର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଏବଂ ଭଦ୍ରକ ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ତେବେ ଏତେ ଦିନ ଧରି କିପରି ପୁଲିସକୁ ଚକମା ଦେଇ ଆସୁଥିଲେ କେଉଁଠି ଥିଲେ ଶର୍ମିଷ୍ଠା ସେ ନେଇ ପୁଲିସ ଆଗରେ ମାନିଛି ଶର୍ମିଷ୍ଠା।

ସୂଚନା ଅନୁଯାୟୀ, ଦିର୍ଘ ଦିନଧରି ପୁଲିସ ଆଖିରେ ଧୁଳି ଦେଇ ରାଜ୍ୟ ବାହାରେ ଲୁଚି ରହିଥିଲା ଶର୍ମିଷ୍ଠା । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା ଓ ଝୁନା । ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନେକ ଦିନ ଧରି କୋଲକାତା ରେଳ ଷ୍ଟେସନରେ ରହିଥିବା କହିଛନ୍ତି ଶର୍ମିଷ୍ଠା ।

ଏମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନାଙ୍କ ସହ ପୂର୍ବରୁ ଗିରଫ ଅନ୍ୟ ୫ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା ! ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ । ବିଜୟଓ୍ବାଡ଼ାରୁ ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତକୁ ଗିରଫ କରାଯାଇଛି । ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର ଓ ୨ ସୁପାରି କିଲରଙ୍କୁ ବି ଗିରଫ କରାଯାଇଛି । ଗତ ୨୩ ତାରିଖରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଖବର ମୁତାବକ,  ଅଭିଯୁକ୍ତମାନଙ୍କ ବିରୋଧରେ ୩୬୩ (ଅପହରଣ), ୩୬୪ (ହତ୍ୟା ଉଦ୍ଦେଶ୍ୟରେ ଅପହରଣ), ୩୦୨ (ହତ୍ୟା), ୪୬୫ (ଜାଲିଆତି), ୪୭୧ (ଜାଲ୍‌ ଦଲିଲ୍‌ ବ୍ୟବହାର), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଯାଇଛି।

https://www.thesakala.in/crime/where-was-manas-swain-murder-case-mastermind-sarmistha/article-10323
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର