ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା: କାରରେ ଆସି ଛୋଟ ବେପାରୀଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି ଦୁର୍ବୃତ୍ତ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା। ଦାମୀ କାରରେ ଆସୁଛନ୍ତି। କାରରୁ ଓହ୍ଲାଇ ଛୋଟଛୋଟ ଦୋକାନୀ ଏବଂ ଫେରିବାଲାଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି। ଏହିଭଳି ମଞ୍ଚେଶ୍ୱର ଥାନା ପାଲାମଣ୍ଡପ ନିକଟରେ ୩ଜଣ ଛୋଟ ବ୍ୟବସାୟୀଙ୍କ ଠାରୁ ୨୦ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଥାନାରେ ଠକେଇର ଶିକାର ହୋଇଥିବା ବିଷ୍ଣୁ ଚରଣ ମହାନ୍ତି, ମନୋଜ ବେହେରା ଏବଂ ରାହୁଲ ମହାନ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ,ବିଷ୍ଣୁଚରଣ ମହାନ୍ତି ରସୁଲଗଡ଼ ଅଞ୍ଚଳରେ ମୁଢି ବ୍ୟବସାୟ କରନ୍ତି। ଗତକାଲି […]

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା। ଦାମୀ କାରରେ ଆସୁଛନ୍ତି। କାରରୁ ଓହ୍ଲାଇ ଛୋଟଛୋଟ ଦୋକାନୀ ଏବଂ ଫେରିବାଲାଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି। ଏହିଭଳି ମଞ୍ଚେଶ୍ୱର ଥାନା ପାଲାମଣ୍ଡପ ନିକଟରେ ୩ଜଣ ଛୋଟ ବ୍ୟବସାୟୀଙ୍କ ଠାରୁ ୨୦ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଥାନାରେ ଠକେଇର ଶିକାର ହୋଇଥିବା ବିଷ୍ଣୁ ଚରଣ ମହାନ୍ତି, ମନୋଜ ବେହେରା ଏବଂ ରାହୁଲ ମହାନ୍ତି ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଅଭିଯୋଗ ଅନୁସାରେ,ବିଷ୍ଣୁଚରଣ ମହାନ୍ତି ରସୁଲଗଡ଼ ଅଞ୍ଚଳରେ ମୁଢି ବ୍ୟବସାୟ କରନ୍ତି। ଗତକାଲି ସକାଳେ ସେ ପାଲାମଣ୍ଡପ ନିକଟରେ ମୁଢି ବ୍ୟବସାୟ କରୁଥିବା ସମୟରେ ଜଣେ ବ୍ୟକ୍ତି କାରରେ ଆସିଥିଲେ। କାର ଦୂରରେ ରଖି ତାଙ୍କ ସହ କଥା ହୋଇଥିଲେ। ତାଙ୍କ ଠାରୁ ପ୍ରତି ମାସରେ ୧୫ ହଜାର ଟଙ୍କାର ମୁଢି ନେବା ପାଇଁ ଲୋକ ବୁଝିଦେବେ ବୋଲି କହିଥିଲେ। ଏହା କହିବା ପରେ ୧୨ଶହ ଟଙ୍କା ଦେଇ ମୁଢି ନେଇଥିଲେ। ଏହି ବାବଦକୁ ୪ହଜାର ଟଙ୍କା ମାଗି ନେଇଥିଲେ। ମୁଢି ନେବାକୁ ଥିବା ଦୋକାନୀଙ୍କ ଘର ଦେଖାଇବାକୁ ନେଇଥିଲେ। ବିଷ୍ଣୁଚରଣ ତାଙ୍କ ସାଇକଲ୍‌‌ ରଖି ଚାଲିକି ଯିବା ସମୟରେ ଅଭିଯୁକ୍ତ କାରରେ ବସି ଚମ୍ପଟ ମାରିଥିଲେ। ସେହିପରି ମନୋଜ ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ବିସ୍କୁଟ୍‌‌ ନେବାକୁ କହି ୭ହଜାର ଟଙ୍କା ଲୁଟି ନେଇଥିଲେ। ଏହିପରି ରାହୁଲ ନାମକ ଅନ୍ୟ ଜଣେ ବେପାରୀଙ୍କ ଠାରୁ ସାମଗ୍ରୀ ନେବାକୁ କହି ୯ହଜାର ଟଙ୍କା ନେଇଥିଲେ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

03 Apr 2023 By The Sakala

ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା: କାରରେ ଆସି ଛୋଟ ବେପାରୀଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା। ଦାମୀ କାରରେ ଆସୁଛନ୍ତି। କାରରୁ ଓହ୍ଲାଇ ଛୋଟଛୋଟ ଦୋକାନୀ ଏବଂ ଫେରିବାଲାଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି। ଏହିଭଳି ମଞ୍ଚେଶ୍ୱର ଥାନା ପାଲାମଣ୍ଡପ ନିକଟରେ ୩ଜଣ ଛୋଟ ବ୍ୟବସାୟୀଙ୍କ ଠାରୁ ୨୦ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଥାନାରେ ଠକେଇର ଶିକାର ହୋଇଥିବା ବିଷ୍ଣୁ ଚରଣ ମହାନ୍ତି, ମନୋଜ ବେହେରା ଏବଂ ରାହୁଲ ମହାନ୍ତି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ,ବିଷ୍ଣୁଚରଣ ମହାନ୍ତି ରସୁଲଗଡ଼ ଅଞ୍ଚଳରେ ମୁଢି ବ୍ୟବସାୟ କରନ୍ତି। ଗତକାଲି ସକାଳେ ସେ ପାଲାମଣ୍ଡପ ନିକଟରେ ମୁଢି ବ୍ୟବସାୟ କରୁଥିବା ସମୟରେ ଜଣେ ବ୍ୟକ୍ତି କାରରେ ଆସିଥିଲେ। କାର ଦୂରରେ ରଖି ତାଙ୍କ ସହ କଥା ହୋଇଥିଲେ। ତାଙ୍କ ଠାରୁ ପ୍ରତି ମାସରେ ୧୫ ହଜାର ଟଙ୍କାର ମୁଢି ନେବା ପାଇଁ ଲୋକ ବୁଝିଦେବେ ବୋଲି କହିଥିଲେ। ଏହା କହିବା ପରେ ୧୨ଶହ ଟଙ୍କା ଦେଇ ମୁଢି ନେଇଥିଲେ। ଏହି ବାବଦକୁ ୪ହଜାର ଟଙ୍କା ମାଗି ନେଇଥିଲେ। ମୁଢି ନେବାକୁ ଥିବା ଦୋକାନୀଙ୍କ ଘର ଦେଖାଇବାକୁ ନେଇଥିଲେ। ବିଷ୍ଣୁଚରଣ ତାଙ୍କ ସାଇକଲ୍‌‌ ରଖି ଚାଲିକି ଯିବା ସମୟରେ ଅଭିଯୁକ୍ତ କାରରେ ବସି ଚମ୍ପଟ ମାରିଥିଲେ। ସେହିପରି ମନୋଜ ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ବିସ୍କୁଟ୍‌‌ ନେବାକୁ କହି ୭ହଜାର ଟଙ୍କା ଲୁଟି ନେଇଥିଲେ। ଏହିପରି ରାହୁଲ ନାମକ ଅନ୍ୟ ଜଣେ ବେପାରୀଙ୍କ ଠାରୁ ସାମଗ୍ରୀ ନେବାକୁ କହି ୯ହଜାର ଟଙ୍କା ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର