ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ୪କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ

The Sakala Picture
Published On

ବ୍ରହ୍ମପୁର/ବୁଗୁଡ଼ା: ଜଣେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ଼୍‌ କରିଛି । ୪କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହାକରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ନିକଟରୁ ୪କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କୁ […]

ବ୍ରହ୍ମପୁର/ବୁଗୁଡ଼ା: ଜଣେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ଼୍‌ କରିଛି । ୪କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହାକରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ନିକଟରୁ ୪କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କୁ ଅଧିକ ପଚରାଉଚରା ଜାରି ରହିଛି । ଦୀର୍ଘ ୨୦ବର୍ଷ ହେବ ଗୋଟିଏ ସ୍ଥାନରେ ଚାକିରି କରୁଥିବା ଶ୍ରୀ ସାହୁଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସେହି ୱାରେଣ୍ଟ ବଳରେ ଆଜି ଓଡ଼ିଶା ଭିଜିଲାନ୍ସର ଏକାଧିକ ଟିମ ସାହୁଙ୍କ ବୁଗୁଡା ସ୍ଥିତ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବିଜୟ ବିହାର ଦ୍ୱିତୀୟ ଲାଇନରେ ଥିବା ୩ ମହଲା କୋଠା, ନିଳାଦ୍ରୀବିହାର ପ୍ରଥମ ଲାଇନରେ ଥିବା ଦୁଇ ମହଲା କୋଠା, ଗୋବିନ୍ଦ ବିହାର ୯ମ ଲାଇନ ସ୍ଥିତ ତାଙ୍କ ସହଯୋଗୀଙ୍କ ବାସଭବନ, ଶକ୍ତିନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ବାସଭବନ, ବୁଗୁଡା ନୂଆସାହି ସ୍ଥିତ ନିଜ ବାସଭବନ, ବାଲିପିଣ୍ଡି ସାହି ସ୍ଥିତ ଘରର ପରିଚାରକଙ୍କ ବାସଭବନ ଭଳି ୯ଟି ସ୍ଥାନରେ ଚଢଉ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏହି ଚଢଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ସମେତ ୪ ଜଣ ଡିଏସପି, ୯ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଚଢଉ ବେଳେ ଶ୍ରୀ ସାହୁଙ୍କ ନିକଟରୁ ନଗଦ ୧ଲକ୍ଷ ୩୮ ହଜାର ଟଙ୍କା, ଶ୍ରୀ ସାହୁ ଓ ତାଙ୍କ ପରିବାର ନାମରେ ଥିବା ୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା, ୮ ଲକ୍ଷ ୩୫ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୧ ଲକ୍ଷ ୪୮ ହଜାର ଟଙ୍କାର ଆସଭାବପତ୍ର, ୧୦ ଲକ୍ଷ ଟଙ୍କାର କାର, ୩ଟି ମୋଟରସାଇକଲ ଆଦି ଠାବ କରାଯାଇଥିଲା । ବିଜୟବିହାର ସ୍ଥିତ ବାସଭବନର ମୂଲ୍ୟ ୧କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଥିବା ବେଳେ ନିଳାଦ୍ରୀବିହାର ଓ ବ୍ରହ୍ମପୁରରେ ଥିବା ୨ ଟି ପ୍ଲର ମୂଲ୍ୟାୟନ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

30 Sep 2022 By The Sakala

ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ୪କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ

ବ୍ରହ୍ମପୁର/ବୁଗୁଡ଼ା: ଜଣେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ଼୍‌ କରିଛି । ୪କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହାକରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ନିକଟରୁ ୪କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କୁ ଅଧିକ ପଚରାଉଚରା ଜାରି ରହିଛି । ଦୀର୍ଘ ୨୦ବର୍ଷ ହେବ ଗୋଟିଏ ସ୍ଥାନରେ ଚାକିରି କରୁଥିବା ଶ୍ରୀ ସାହୁଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ।

ସେହି ୱାରେଣ୍ଟ ବଳରେ ଆଜି ଓଡ଼ିଶା ଭିଜିଲାନ୍ସର ଏକାଧିକ ଟିମ ସାହୁଙ୍କ ବୁଗୁଡା ସ୍ଥିତ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବିଜୟ ବିହାର ଦ୍ୱିତୀୟ ଲାଇନରେ ଥିବା ୩ ମହଲା କୋଠା, ନିଳାଦ୍ରୀବିହାର ପ୍ରଥମ ଲାଇନରେ ଥିବା ଦୁଇ ମହଲା କୋଠା, ଗୋବିନ୍ଦ ବିହାର ୯ମ ଲାଇନ ସ୍ଥିତ ତାଙ୍କ ସହଯୋଗୀଙ୍କ ବାସଭବନ, ଶକ୍ତିନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ବାସଭବନ, ବୁଗୁଡା ନୂଆସାହି ସ୍ଥିତ ନିଜ ବାସଭବନ, ବାଲିପିଣ୍ଡି ସାହି ସ୍ଥିତ ଘରର ପରିଚାରକଙ୍କ ବାସଭବନ ଭଳି ୯ଟି ସ୍ଥାନରେ ଚଢଉ କରାଯାଇଥିଲା ।

ଏହି ଚଢଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ସମେତ ୪ ଜଣ ଡିଏସପି, ୯ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଚଢଉ ବେଳେ ଶ୍ରୀ ସାହୁଙ୍କ ନିକଟରୁ ନଗଦ ୧ଲକ୍ଷ ୩୮ ହଜାର ଟଙ୍କା, ଶ୍ରୀ ସାହୁ ଓ ତାଙ୍କ ପରିବାର ନାମରେ ଥିବା ୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା, ୮ ଲକ୍ଷ ୩୫ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୧ ଲକ୍ଷ ୪୮ ହଜାର ଟଙ୍କାର ଆସଭାବପତ୍ର, ୧୦ ଲକ୍ଷ ଟଙ୍କାର କାର, ୩ଟି ମୋଟରସାଇକଲ ଆଦି ଠାବ କରାଯାଇଥିଲା । ବିଜୟବିହାର ସ୍ଥିତ ବାସଭବନର ମୂଲ୍ୟ ୧କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଥିବା ବେଳେ ନିଳାଦ୍ରୀବିହାର ଓ ବ୍ରହ୍ମପୁରରେ ଥିବା ୨ ଟି ପ୍ଲର ମୂଲ୍ୟାୟନ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

https://www.thesakala.in/crime/vigilance-raid-in-irrigation-assistant-engineer-property-of-more-than-4-crores-will-be-confiscated/article-15387
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର