ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସ୍‌ମିଟ୍‌ : ପୀଡିତା ରାୟପୁର ଯାଇଥିବା ନେଇ ମିଳିନି କୌଣସି ତଥ୍ୟ

The Sakala Picture
Published On

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ ତାର କର୍ତ୍ତବ୍ୟ ସଂପାଦନ କରିବାରେ କୌଣସି ହେଳା କରିନାହିଁ । ତଦନ୍ତରେ ସଂପୂର୍ଣ ସ୍ଵଚ୍ଛତା ଅବଲମ୍ବନ କରାଯାଇଛି । ଆଉ ପୁଲିସର ତଦନ୍ତ ନେଇ ଉଠିଥିବା ସମସ୍ତ ଅଭିଯୋଗ ନିରାଧାର ବୋଲି ଆଜି ଉତ୍ତରାଞ୍ଚଳ ଡିଆଇଜି ଡ . ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ପ୍ରଫେସନାଲ କାର୍ଯ୍ୟ କରୁଛି।ଘଟଣାକୁ ଗୁରୁତ୍ୱର ସହ ନେଇଛି ଏବଂ ତଦନ୍ତ ଯେଉଁ ଦିଗରେ ଯିବା କଥା […]

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ ତାର କର୍ତ୍ତବ୍ୟ ସଂପାଦନ କରିବାରେ କୌଣସି ହେଳା କରିନାହିଁ । ତଦନ୍ତରେ ସଂପୂର୍ଣ ସ୍ଵଚ୍ଛତା ଅବଲମ୍ବନ କରାଯାଇଛି । ଆଉ ପୁଲିସର ତଦନ୍ତ ନେଇ ଉଠିଥିବା ସମସ୍ତ ଅଭିଯୋଗ ନିରାଧାର ବୋଲି ଆଜି ଉତ୍ତରାଞ୍ଚଳ ଡିଆଇଜି ଡ . ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ପ୍ରଫେସନାଲ କାର୍ଯ୍ୟ କରୁଛି।ଘଟଣାକୁ ଗୁରୁତ୍ୱର ସହ ନେଇଛି ଏବଂ ତଦନ୍ତ ଯେଉଁ ଦିଗରେ ଯିବା କଥା ପୁଲିସ ତାର କର୍ତ୍ତବ୍ୟ ସୂଚାରୁ ରୂପେ ନିଭାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଜାରି ରଖିଥିବା ତଦନ୍ତରେ କେବଳ ଦୁଇ ଜଣ ଦୋଷୀ ରହିଛନ୍ତି । ମମିତା ମେହେରକୁ ହତ୍ୟା କରିବାରେ ଯେଉଁ ଦୁଇ ଜଣଙ୍କ ସମ୍ପୃକ୍ତି ରହିଛି, ତାଙ୍କୁ ପୁଲିସ ଗିରଫ କରିଛି  ଏବଂ ଆଇନ ଅନୁଯାୟୀ ଯାହା କରିବା ପୁଲିସର ଉତ୍ତରଦାୟିତ୍ୱ ତାହା ପୁଲିସ କରିଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ପ୍ରେସମିଟରେ ଉତ୍ତରାଞ୍ଚଳ ଡିଆଇଜି ଆହୁରି ମଧ୍ୟ କହିଛନ୍ତି ଯେ ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଏତଲା ରଖିନଥିବା ଅଭିଯୋଗ ଭିତ୍ତିହୀନ । ପୁଲିସ ତୁରନ୍ତ ଏତଲା ରଖିବା ସହିତ ଏତଲାକାରୀଙ୍କୁ ଏହାର କପି ବି ନିର୍ଧାରିତ ସମୟରେ ପ୍ରଦାନ କରିଛି । ଏହା ପୁଲିସ ବିଭାଗର ସରକାରୀ ପୋର୍ଟାଲ୍ ସିସିଟିଏନଏସରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଅପଲୋଡ ହୋଇଛି । ଆଉ ଏହାକୁ ସର୍ବସାଧାରଣ ଯେତେବେଳେ ଚାହିଁବେ ଦେଖିପାରିବେ । ଏଫଆଇଆରରେ କୌଣସି ପ୍ରକାର ହେରଫେରର ସାମାନ୍ୟତମ ବି ସୁଯୋଗ ନାହିଁ ବୋଲି ଡ . କୁମାର ସ୍ପଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସେହିପରି ଅକ୍ଟୋବର ୧୩ ତାରିଖରେ ଏଫ୍‌ଆଇଆର ପଞ୍ଜିକୃତ ହୋଇ ସେହିଦିନ ହିଁ କୋର୍ଟକୁ ପଠାଯାଇଥିଲା । ହେଲେ ଦଶହରା ଛୁଟି ପାଇଁ ୧୬ ତାରିଖରେ ଏହା ମାଜିଷ୍ଟ୍ରେଟ୍‌ଙ୍କ ଠାରେ ଦାଖଲ ହୋଇଥିଲା । ତେଣୁ , ଏହି କ୍ଷେତ୍ରରେ ମଧ୍ୟ ଆଦୌ ଅବହେଳା ପ୍ରଦର୍ଶନ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ତଦନ୍ତରେ କୌଣସି ଅବହେଳା ହୋଇନଥିବା ନେଇ ସେ ପ୍ରକାଶ କରିଛନ୍ତି । ଧାରା ୧୬୪ ସିଆର୍‌ପିସିରେ ଶହେରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ତଥ୍ୟ ପ୍ରମାଣ ଯୋଗାଡରେ ପୁଲିସ ସଫଳ ହୋଇଛି । ଆଉ ଏହି ସବୁ ପ୍ରମାଣ ସାକ୍ଷ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପର୍ଯ୍ୟାପ୍ତ ବୋଲି ଆମର ବିଶ୍ଵାସ ରହିଛି ବୋଲି ସେ କହିଛନ୍ତି । ଏହାଛଡା ପୁଲିସ ତାର ସମସ୍ତ ସାଧ୍ୟ ଲଗାଇ ସଂପୂର୍ଣ ସ୍ଵଚ୍ଛତାର ସହ ଏହାର ତଦନ୍ତ କରିଛି ବୋଲି ଡ . କୁମାର କହିଛନ୍ତି । ଆଉ ଅଭିଯୁକ୍ତର ସିନ୍ ରିକ୍ରିଏସନ୍‌କୁ ପୁଲିସର ନାଟକବାଜି ବୋଲି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହିତ ତଦନ୍ତକୁ ପ୍ରଫେସନାଲ୍ ଭାବେ କରାଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହାବାଦ୍ ଅଭିଯୁକ୍ତକୁ ତ୍ଵରିତ ଦଣ୍ଡ ଦେବା ଦିଗରେ ପୁଲିସ କୌଣସି ଅବହେଳା କରିନାହିଁ କି କରିବ ନାହିଁ ବୋଲି ସେ ରୋକଠୋକ୍‌ ଶୁଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଏଥି ସହିତ ମମିତା ମେହେର ଗୋବିନ୍ଦ ସାହୁଙ୍କ ସହ ରାୟପୁର ଯାଇଥିବା ପ୍ରଶ୍ନକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ଡିଆଇଡି । ସେ କହିଛନ୍ତି ପୋଲିସର ତଦନ୍ତ ଭିତ୍ତିରେ ବର୍ତ୍ତମାନ ପର୍ୟ୍ୟନ୍ତ ସେପରି କିଛି ସନ୍ଦେଶ କିମ୍ବା ପ୍ରମାଣ ମିଳିନାହିଁ ଯେ, ଅଭିଯୁକ୍ତ ସହ ପିଡ଼ିତା ରାୟପୁର ଯାଇଛନ୍ତି । ଅର୍ଥାତ ରାୟପୁର ଲିଙ୍କରେ କୌଣସି ସତ୍ୟତା ନଥିବା କହିଛନ୍ତି ଡିଆଇଡି ଦୀପକ କୁମାର ।

13 Nov 2021 By The Sakala

ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସ୍‌ମିଟ୍‌ : ପୀଡିତା ରାୟପୁର ଯାଇଥିବା ନେଇ ମିଳିନି କୌଣସି ତଥ୍ୟ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ ତାର କର୍ତ୍ତବ୍ୟ ସଂପାଦନ କରିବାରେ କୌଣସି ହେଳା କରିନାହିଁ । ତଦନ୍ତରେ ସଂପୂର୍ଣ ସ୍ଵଚ୍ଛତା ଅବଲମ୍ବନ କରାଯାଇଛି । ଆଉ ପୁଲିସର ତଦନ୍ତ ନେଇ ଉଠିଥିବା ସମସ୍ତ ଅଭିଯୋଗ ନିରାଧାର ବୋଲି ଆଜି ଉତ୍ତରାଞ୍ଚଳ ଡିଆଇଜି ଡ . ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ପ୍ରଫେସନାଲ କାର୍ଯ୍ୟ କରୁଛି।ଘଟଣାକୁ ଗୁରୁତ୍ୱର ସହ ନେଇଛି ଏବଂ ତଦନ୍ତ ଯେଉଁ ଦିଗରେ ଯିବା କଥା ପୁଲିସ ତାର କର୍ତ୍ତବ୍ୟ ସୂଚାରୁ ରୂପେ ନିଭାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଜାରି ରଖିଥିବା ତଦନ୍ତରେ କେବଳ ଦୁଇ ଜଣ ଦୋଷୀ ରହିଛନ୍ତି । ମମିତା ମେହେରକୁ ହତ୍ୟା କରିବାରେ ଯେଉଁ ଦୁଇ ଜଣଙ୍କ ସମ୍ପୃକ୍ତି ରହିଛି, ତାଙ୍କୁ ପୁଲିସ ଗିରଫ କରିଛି  ଏବଂ ଆଇନ ଅନୁଯାୟୀ ଯାହା କରିବା ପୁଲିସର ଉତ୍ତରଦାୟିତ୍ୱ ତାହା ପୁଲିସ କରିଛି ।

ପ୍ରେସମିଟରେ ଉତ୍ତରାଞ୍ଚଳ ଡିଆଇଜି ଆହୁରି ମଧ୍ୟ କହିଛନ୍ତି ଯେ ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଏତଲା ରଖିନଥିବା ଅଭିଯୋଗ ଭିତ୍ତିହୀନ । ପୁଲିସ ତୁରନ୍ତ ଏତଲା ରଖିବା ସହିତ ଏତଲାକାରୀଙ୍କୁ ଏହାର କପି ବି ନିର୍ଧାରିତ ସମୟରେ ପ୍ରଦାନ କରିଛି । ଏହା ପୁଲିସ ବିଭାଗର ସରକାରୀ ପୋର୍ଟାଲ୍ ସିସିଟିଏନଏସରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଅପଲୋଡ ହୋଇଛି । ଆଉ ଏହାକୁ ସର୍ବସାଧାରଣ ଯେତେବେଳେ ଚାହିଁବେ ଦେଖିପାରିବେ । ଏଫଆଇଆରରେ କୌଣସି ପ୍ରକାର ହେରଫେରର ସାମାନ୍ୟତମ ବି ସୁଯୋଗ ନାହିଁ ବୋଲି ଡ . କୁମାର ସ୍ପଷ୍ଟ କରିଛନ୍ତି ।

ସେହିପରି ଅକ୍ଟୋବର ୧୩ ତାରିଖରେ ଏଫ୍‌ଆଇଆର ପଞ୍ଜିକୃତ ହୋଇ ସେହିଦିନ ହିଁ କୋର୍ଟକୁ ପଠାଯାଇଥିଲା । ହେଲେ ଦଶହରା ଛୁଟି ପାଇଁ ୧୬ ତାରିଖରେ ଏହା ମାଜିଷ୍ଟ୍ରେଟ୍‌ଙ୍କ ଠାରେ ଦାଖଲ ହୋଇଥିଲା । ତେଣୁ , ଏହି କ୍ଷେତ୍ରରେ ମଧ୍ୟ ଆଦୌ ଅବହେଳା ପ୍ରଦର୍ଶନ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ତଦନ୍ତରେ କୌଣସି ଅବହେଳା ହୋଇନଥିବା ନେଇ ସେ ପ୍ରକାଶ କରିଛନ୍ତି । ଧାରା ୧୬୪ ସିଆର୍‌ପିସିରେ ଶହେରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ତଥ୍ୟ ପ୍ରମାଣ ଯୋଗାଡରେ ପୁଲିସ ସଫଳ ହୋଇଛି । ଆଉ ଏହି ସବୁ ପ୍ରମାଣ ସାକ୍ଷ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପର୍ଯ୍ୟାପ୍ତ ବୋଲି ଆମର ବିଶ୍ଵାସ ରହିଛି ବୋଲି ସେ କହିଛନ୍ତି । ଏହାଛଡା ପୁଲିସ ତାର ସମସ୍ତ ସାଧ୍ୟ ଲଗାଇ ସଂପୂର୍ଣ ସ୍ଵଚ୍ଛତାର ସହ ଏହାର ତଦନ୍ତ କରିଛି ବୋଲି ଡ . କୁମାର କହିଛନ୍ତି । ଆଉ ଅଭିଯୁକ୍ତର ସିନ୍ ରିକ୍ରିଏସନ୍‌କୁ ପୁଲିସର ନାଟକବାଜି ବୋଲି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହିତ ତଦନ୍ତକୁ ପ୍ରଫେସନାଲ୍ ଭାବେ କରାଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହାବାଦ୍ ଅଭିଯୁକ୍ତକୁ ତ୍ଵରିତ ଦଣ୍ଡ ଦେବା ଦିଗରେ ପୁଲିସ କୌଣସି ଅବହେଳା କରିନାହିଁ କି କରିବ ନାହିଁ ବୋଲି ସେ ରୋକଠୋକ୍‌ ଶୁଣାଇଛନ୍ତି ।

ଏଥି ସହିତ ମମିତା ମେହେର ଗୋବିନ୍ଦ ସାହୁଙ୍କ ସହ ରାୟପୁର ଯାଇଥିବା ପ୍ରଶ୍ନକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ଡିଆଇଡି । ସେ କହିଛନ୍ତି ପୋଲିସର ତଦନ୍ତ ଭିତ୍ତିରେ ବର୍ତ୍ତମାନ ପର୍ୟ୍ୟନ୍ତ ସେପରି କିଛି ସନ୍ଦେଶ କିମ୍ବା ପ୍ରମାଣ ମିଳିନାହିଁ ଯେ, ଅଭିଯୁକ୍ତ ସହ ପିଡ଼ିତା ରାୟପୁର ଯାଇଛନ୍ତି । ଅର୍ଥାତ ରାୟପୁର ଲିଙ୍କରେ କୌଣସି ସତ୍ୟତା ନଥିବା କହିଛନ୍ତି ଡିଆଇଡି ଦୀପକ କୁମାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର