ଚାଳକ ଓ ଖଲାସୀଙ୍କୁ ବିଲରେ ଫିଙ୍ଗି ଟ୍ରକ ଲୁଟିନେଲେ ଲୁଟେରା

The Sakala Picture
Published On

ଜଳେଶ୍ବର : ଲୁଟେରାଙ୍କ କବ୍‌ଜାରେ ଜଳେଶ୍ୱର ଏନ ଏଚ- ୬୦। ପୁଣି ଜଳେଶ୍ୱରରେ ଟ୍ରକ ହାଇଜାକ। ଟ୍ରକର ଚାଳକ ଏବଂ ଖଲାସୀଙ୍କୁ ମୁର୍ମୁଶ ଅବସ୍ଥାରେ ଜାତୀୟ ରାଜପଥ ଏନ ଏଚ ୬୦ ପାର୍ଶ୍ୱରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏନ ଏଚ ୬୦ ଏକତାଳି ନିକଟରେ ଆଜି ପ୍ରାୟ ଦିନ ୯ ଟା ସମୟରେ ବିଲକୁ କାମ କରିବାକୁ ଯାଇଥିବା କିଛି ଲୋକ ଦୁଇ ଜଣ ବ୍ୟକ୍ତିଙ୍କୁ […]

ଜଳେଶ୍ବର : ଲୁଟେରାଙ୍କ କବ୍‌ଜାରେ ଜଳେଶ୍ୱର ଏନ ଏଚ- ୬୦। ପୁଣି ଜଳେଶ୍ୱରରେ ଟ୍ରକ ହାଇଜାକ। ଟ୍ରକର ଚାଳକ ଏବଂ ଖଲାସୀଙ୍କୁ ମୁର୍ମୁଶ ଅବସ୍ଥାରେ ଜାତୀୟ ରାଜପଥ ଏନ ଏଚ ୬୦ ପାର୍ଶ୍ୱରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏନ ଏଚ ୬୦ ଏକତାଳି ନିକଟରେ ଆଜି ପ୍ରାୟ ଦିନ ୯ ଟା ସମୟରେ ବିଲକୁ କାମ କରିବାକୁ ଯାଇଥିବା କିଛି ଲୋକ ଦୁଇ ଜଣ ବ୍ୟକ୍ତିଙ୍କୁ ମୁର୍ମୁଶ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ପାଇଥିଲେ। ସେମାନେ ଜୀବିତ ଥିବା ଜାଣି ସ୍ଥାନୀୟ ଲୋକମାନେ ସ୍ଥାନୀୟ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଥିଲେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ଓଡିଶାରୁ ପଶ୍ଚିମବଙ୍ଗ ଯିବା ସମୟରେ ଟ୍ରକ ହାଇଯାକ ହୋଇଥିବା ସୂଚନା ମିଳିଛି।ସେମାନଙ୍କ ଘର ଝାରଖଣ୍ଡର ହୋଇଥିବା ବେଳେ ସେମାନଙ୍କ ନାମ ଇସଲାମ ଆନସାରି ଓ ଇସଗାନ ଆନସାରି ବୋଲି ଜଣାପଡିଛି।ଏନେଇ ଜଳେଶ୍ୱର ପୁଲିସ ପାଖରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।ତେବେ ଜଳେଶ୍ବର ଦେଇ ଯାଇଥିବା ଏନ ଏଚ ୬୦ରେ ଏମିତି ବାରମ୍ବାର ଟ୍ରକ ହାଇଯାକ ହେବା ଜଳେଶ୍ବର ପୁଲିସ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର