ଋଣ ଆଦାୟର ନୂଆ ଫର୍ମୂଲା: ଟଙ୍କା ଫେରାଅ, ନ ହେଲେ ଅପହରଣ !

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଘଟୁଥିବା ଅପହରଣ ମାମଲା ଭିତରୁ ଋଣ ଟଙ୍କା ନ ଶୁଝିବାରୁ ଅପହରଣ ସଂଖ୍ୟା ଅଧିକ ରହିଛି। ଦାମୀ କାର୍‌‌ରେ ଆସୁଛନ୍ତି ଆଖିପିଛୁଳାକେ ଅପହରଣ କରି ନେଇ ପଳାଉଛନ୍ତି ଅପରହଣକାରୀ। ପୁଲିସ ଅପହରଣ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି। ଅପହୃତାଙ୍କୁ ଉଦ୍ଧାର କରିବା ଲାଗି ଅପହରଣକାରୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଲାଗୁଛି। ଆଉ ଅପହୃତାକୁ ଉଦ୍ଧାର ପରେ ପଦାକୁ ଆସୁଛି ଅପହରଣର ପ୍ରକୃତ ସତ। ଅପହୃତା ଅପହରଣକାରୀଙ୍କ ଠାରୁ ଟଙ୍କା ନେଇ […]

ଭୁବନେଶ୍ବର: ରାଜଧାନୀରେ ଘଟୁଥିବା ଅପହରଣ ମାମଲା ଭିତରୁ ଋଣ ଟଙ୍କା ନ ଶୁଝିବାରୁ ଅପହରଣ ସଂଖ୍ୟା ଅଧିକ ରହିଛି। ଦାମୀ କାର୍‌‌ରେ ଆସୁଛନ୍ତି ଆଖିପିଛୁଳାକେ ଅପହରଣ କରି ନେଇ ପଳାଉଛନ୍ତି ଅପରହଣକାରୀ। ପୁଲିସ ଅପହରଣ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି। ଅପହୃତାଙ୍କୁ ଉଦ୍ଧାର କରିବା ଲାଗି ଅପହରଣକାରୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଲାଗୁଛି। ଆଉ ଅପହୃତାକୁ ଉଦ୍ଧାର ପରେ ପଦାକୁ ଆସୁଛି ଅପହରଣର ପ୍ରକୃତ ସତ। ଅପହୃତା ଅପହରଣକାରୀଙ୍କ ଠାରୁ ଟଙ୍କା ନେଇ ଆଉ ଫେରସ୍ତ ନ କରିବାରୁ ନିରାଶ ହୋଇ ଅପହରଣ କରୁଛନ୍ତି। ପରେ ଠକର ପରିବାରଲୋକଙ୍କୁ ମୁଣ୍ଡଜାମିନ୍‌‌ ବାବଦରେ ଟଙ୍କା ମାଗୁଛନ୍ତି। ଦେଢ଼ବର୍ଷରେ ରାଜଧାନୀରେ ଏଭଳି ୨୨ଟି ମାମଲା ରୁଜୁକରି ତଦନ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ନିଯୁକ୍ତି ଦେବାକୁ ହେଉ ଅବା ଜମି କାରବାରକୁ ନେଇ ଋଣ ନେଣଦେଣ ହେଉଛି। କେଉଁଠି ନିଯୁକ୍ତି ଲାଗି ଟଙ୍କା ନେଇଯାଉଛନ୍ତି ତ ଆଉ କେଉଁଠି ବ୍ୟବସାୟୀ ଲାଗି ଟଙ୍କା କାରବାର କରାଯାଉଛି। ଆଉ ଋଣ ଅବା ନିଯୁକ୍ତି ଦେଇଥିବା ଟଙ୍କା ଅବଧି ଭିତରେ ଫେରସ୍ତ ନ କଲେ ଅପହରଣ କରୁଛନ୍ତି। କାହାକୁ ଫାର୍ମହାଉସ୍‌‌ ତ ଆଉ କାହାକୁ ରାଜ୍ୟ ବାହାରକୁ ନେଇ ଯାଉଛନ୍ତି ଅପହରଣକାରୀ। ସେଭଳି ମଞ୍ଚେଶ୍ୱର, ଭରତପୁର, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଚନ୍ଦକା ଏବଂ ଖାରବେଳ ନଗରରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଅନ୍ୟପଟେ ଋଣ ଟଙ୍କା ହେଉ କିମ୍ବା ନିଯୁକ୍ତି ପାଇବା ଲାଗି ଟଙ୍କା ଦେଇଛନ୍ତି। ଟଙ୍କା ଫେରି ନ ପାଇ ଯଦି କୌଣସି ବ୍ୟକ୍ତିଙ୍କୁ ଅପହରଣ କରିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଅପହରଣ ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଯଦି କିଏ ଟଙ୍କା ନେଇ ଫେରସ୍ତ କରୁଛି। ତା’ ହେଲେ ଥାନାରେ ଅଭିଯୋଗ କରନ୍ତୁ। ଆଇନକୁ ହାତକୁ ନ ନେବା ଲାଗି ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରିଛି କମିସନରେଟ୍‌‌ ପୁଲିସ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଘଟିଥିବା କିଛି ଘଟଣା

-ନିଯୁକ୍ତି ନାମରେ ସାଢ଼େ ୫ ଲକ୍ଷ ଟଙ୍କା ନେଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଦୂରନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ଇତିହାସ ବିଭାଗର ଏକାଡେମିକ ସଂଯୋଜକ ମାଧବ ସେଠୀ। ସେ ଟଙ୍କା ନ ଦେବାରୁ ତାଙ୍କୁ ଦୁଇଭାଇ ଅକ୍ଷୟ କୁମାର ସ୍ୱାଇଁ ଓ ଚିନ୍ମୟ କୁମାର ସ୍ୱାଇଁ ଅପହରଣ କରି ନେଇଥିଲେ।

-ଜମି କିଣାବିକ୍ରି ବାବଦରେ ଋଣ ଦେଇ ଫେରସ୍ତ ନ କରିବାରୁ ଜଗବନ୍ଧୁ ନାୟକଙ୍କୁ ଅପହରଣ କରିନେଇଥିଲେ ୩ ଯୁବକ। ତାଙ୍କୁ ଅପହରଣ କରିବା ସହ ୧ ଲକ୍ଷ ୭୦ହଜାର ଟଙ୍କା ଦାବି କରିଥିଲେ। ମଞ୍ଚେଶ୍ୱରରୁ ଜଗବନ୍ଧୁକୁ ଉଦ୍ଧାର କରିବା ସହ ୩ ଅପହରଣକାରୀଙ୍କୁ ଗିରଫ କରାଯାଇଥିଲା।

-ନିଯୁକ୍ତି ଦେବାକୁ କହି ୪ଜଣ ଯୁବକଙ୍କ ଠାରୁ ଆଶିଷ୍‌‌ କୁମାର ମାଝି ଓ ସଂସ୍ଥାର ମାଲିକ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାଢ଼େ ୩ଲକ୍ଷ ଟଙ୍କା ନେଇଥିଲେ। ତେଣୁ ଯୁବକମାନେ ସଂସ୍ଥାର କର୍ମଚାରୀ ଆଶିଷକୁ ଏକ କାର୍‌‌ରେ ଅପହରଣ କରିନେଇଥିଲେ। ଭରତପୁର ଥାନା ପୁଲିସ ୪ଜଣକୁ ଗିରଫ କରିବା ସହ ଆଶିଷ୍‌‌କୁ ଉଦ୍ଧାର କରିଥିଲା।

-ଖାରବେଳନଗର ଥାନା ଅଞ୍ଚଳରେ ଋଣ ଟଙ୍କା ନ ଫେରାଇବାରୁ ଡିଲର ନାରାୟଣ ପାଢ଼ୀଙ୍କୁ ଫଳ ବ୍ୟବସାୟୀ ସଞ୍ଜିବ ରାଉତ ଅପହରଣ କରିନେଇଥିଲା। ପ୍ରଦର୍ଶନୀ ପଡ଼ିଆସ୍ଥିତ ଏକ କୋଠରୀରେ ବନ୍ଧକ ଥିବା ନାରାୟଣକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

-ରେଲୱେରେ ନିଯୁକ୍ତି ଦେବାକୁ କହି ଶଳା-ଭିଣୋଇ ସମରଜିତ ରାଉତ ଓ ସୌମ୍ୟରଞ୍ଜନ ରାଉତ ୫ଜଣ ଯୁବକଙ୍କ ଠାରୁ ୨୧ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା କି ଚାକିରି ନ ମିଳିବାରୁ ଶଳା ଭିଣୋଇଙ୍କୁ ୫ ଯୁବକ ଅପହରଣ କରିଥିଲେ। ପରେ ଅପହୃତା ଶଳା-ଭିଣୋଇଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କ ଗିରଫ କରାଯାଇଥିଲା।

-ଖୋର୍ଦ୍ଧା ବେଗୁନିଆର ସଦାନନ୍ଦ ବେହେରା ନିଜକୁ ଶିକ୍ଷକର ପରିଚୟ ଦେଇ ୩ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନ ଦେବାରୁ ଠକ ସଦାନନ୍ଦଙ୍କୁ ୨ଯୁବକ ଅପହରଣ କରି ଖୋର୍ଦ୍ଧାର ବଡ଼ସାହିର ଏକ ଫାର୍ମହାଉସ୍‌‌ରେ ନଜର ବନ୍ଦୀକରି ରଖିଥିଲେ।

28 Sep 2023 By The Sakala

ଋଣ ଆଦାୟର ନୂଆ ଫର୍ମୂଲା: ଟଙ୍କା ଫେରାଅ, ନ ହେଲେ ଅପହରଣ !

ଭୁବନେଶ୍ବର: ରାଜଧାନୀରେ ଘଟୁଥିବା ଅପହରଣ ମାମଲା ଭିତରୁ ଋଣ ଟଙ୍କା ନ ଶୁଝିବାରୁ ଅପହରଣ ସଂଖ୍ୟା ଅଧିକ ରହିଛି। ଦାମୀ କାର୍‌‌ରେ ଆସୁଛନ୍ତି ଆଖିପିଛୁଳାକେ ଅପହରଣ କରି ନେଇ ପଳାଉଛନ୍ତି ଅପରହଣକାରୀ। ପୁଲିସ ଅପହରଣ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି। ଅପହୃତାଙ୍କୁ ଉଦ୍ଧାର କରିବା ଲାଗି ଅପହରଣକାରୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଲାଗୁଛି। ଆଉ ଅପହୃତାକୁ ଉଦ୍ଧାର ପରେ ପଦାକୁ ଆସୁଛି ଅପହରଣର ପ୍ରକୃତ ସତ। ଅପହୃତା ଅପହରଣକାରୀଙ୍କ ଠାରୁ ଟଙ୍କା ନେଇ ଆଉ ଫେରସ୍ତ ନ କରିବାରୁ ନିରାଶ ହୋଇ ଅପହରଣ କରୁଛନ୍ତି। ପରେ ଠକର ପରିବାରଲୋକଙ୍କୁ ମୁଣ୍ଡଜାମିନ୍‌‌ ବାବଦରେ ଟଙ୍କା ମାଗୁଛନ୍ତି। ଦେଢ଼ବର୍ଷରେ ରାଜଧାନୀରେ ଏଭଳି ୨୨ଟି ମାମଲା ରୁଜୁକରି ତଦନ୍ତ କରାଯାଇଛି।

ନିଯୁକ୍ତି ଦେବାକୁ ହେଉ ଅବା ଜମି କାରବାରକୁ ନେଇ ଋଣ ନେଣଦେଣ ହେଉଛି। କେଉଁଠି ନିଯୁକ୍ତି ଲାଗି ଟଙ୍କା ନେଇଯାଉଛନ୍ତି ତ ଆଉ କେଉଁଠି ବ୍ୟବସାୟୀ ଲାଗି ଟଙ୍କା କାରବାର କରାଯାଉଛି। ଆଉ ଋଣ ଅବା ନିଯୁକ୍ତି ଦେଇଥିବା ଟଙ୍କା ଅବଧି ଭିତରେ ଫେରସ୍ତ ନ କଲେ ଅପହରଣ କରୁଛନ୍ତି। କାହାକୁ ଫାର୍ମହାଉସ୍‌‌ ତ ଆଉ କାହାକୁ ରାଜ୍ୟ ବାହାରକୁ ନେଇ ଯାଉଛନ୍ତି ଅପହରଣକାରୀ। ସେଭଳି ମଞ୍ଚେଶ୍ୱର, ଭରତପୁର, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଚନ୍ଦକା ଏବଂ ଖାରବେଳ ନଗରରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଅନ୍ୟପଟେ ଋଣ ଟଙ୍କା ହେଉ କିମ୍ବା ନିଯୁକ୍ତି ପାଇବା ଲାଗି ଟଙ୍କା ଦେଇଛନ୍ତି। ଟଙ୍କା ଫେରି ନ ପାଇ ଯଦି କୌଣସି ବ୍ୟକ୍ତିଙ୍କୁ ଅପହରଣ କରିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଅପହରଣ ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଯଦି କିଏ ଟଙ୍କା ନେଇ ଫେରସ୍ତ କରୁଛି। ତା’ ହେଲେ ଥାନାରେ ଅଭିଯୋଗ କରନ୍ତୁ। ଆଇନକୁ ହାତକୁ ନ ନେବା ଲାଗି ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରିଛି କମିସନରେଟ୍‌‌ ପୁଲିସ।

ଘଟିଥିବା କିଛି ଘଟଣା

-ନିଯୁକ୍ତି ନାମରେ ସାଢ଼େ ୫ ଲକ୍ଷ ଟଙ୍କା ନେଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଦୂରନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ଇତିହାସ ବିଭାଗର ଏକାଡେମିକ ସଂଯୋଜକ ମାଧବ ସେଠୀ। ସେ ଟଙ୍କା ନ ଦେବାରୁ ତାଙ୍କୁ ଦୁଇଭାଇ ଅକ୍ଷୟ କୁମାର ସ୍ୱାଇଁ ଓ ଚିନ୍ମୟ କୁମାର ସ୍ୱାଇଁ ଅପହରଣ କରି ନେଇଥିଲେ।

-ଜମି କିଣାବିକ୍ରି ବାବଦରେ ଋଣ ଦେଇ ଫେରସ୍ତ ନ କରିବାରୁ ଜଗବନ୍ଧୁ ନାୟକଙ୍କୁ ଅପହରଣ କରିନେଇଥିଲେ ୩ ଯୁବକ। ତାଙ୍କୁ ଅପହରଣ କରିବା ସହ ୧ ଲକ୍ଷ ୭୦ହଜାର ଟଙ୍କା ଦାବି କରିଥିଲେ। ମଞ୍ଚେଶ୍ୱରରୁ ଜଗବନ୍ଧୁକୁ ଉଦ୍ଧାର କରିବା ସହ ୩ ଅପହରଣକାରୀଙ୍କୁ ଗିରଫ କରାଯାଇଥିଲା।

-ନିଯୁକ୍ତି ଦେବାକୁ କହି ୪ଜଣ ଯୁବକଙ୍କ ଠାରୁ ଆଶିଷ୍‌‌ କୁମାର ମାଝି ଓ ସଂସ୍ଥାର ମାଲିକ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାଢ଼େ ୩ଲକ୍ଷ ଟଙ୍କା ନେଇଥିଲେ। ତେଣୁ ଯୁବକମାନେ ସଂସ୍ଥାର କର୍ମଚାରୀ ଆଶିଷକୁ ଏକ କାର୍‌‌ରେ ଅପହରଣ କରିନେଇଥିଲେ। ଭରତପୁର ଥାନା ପୁଲିସ ୪ଜଣକୁ ଗିରଫ କରିବା ସହ ଆଶିଷ୍‌‌କୁ ଉଦ୍ଧାର କରିଥିଲା।

-ଖାରବେଳନଗର ଥାନା ଅଞ୍ଚଳରେ ଋଣ ଟଙ୍କା ନ ଫେରାଇବାରୁ ଡିଲର ନାରାୟଣ ପାଢ଼ୀଙ୍କୁ ଫଳ ବ୍ୟବସାୟୀ ସଞ୍ଜିବ ରାଉତ ଅପହରଣ କରିନେଇଥିଲା। ପ୍ରଦର୍ଶନୀ ପଡ଼ିଆସ୍ଥିତ ଏକ କୋଠରୀରେ ବନ୍ଧକ ଥିବା ନାରାୟଣକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

-ରେଲୱେରେ ନିଯୁକ୍ତି ଦେବାକୁ କହି ଶଳା-ଭିଣୋଇ ସମରଜିତ ରାଉତ ଓ ସୌମ୍ୟରଞ୍ଜନ ରାଉତ ୫ଜଣ ଯୁବକଙ୍କ ଠାରୁ ୨୧ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା କି ଚାକିରି ନ ମିଳିବାରୁ ଶଳା ଭିଣୋଇଙ୍କୁ ୫ ଯୁବକ ଅପହରଣ କରିଥିଲେ। ପରେ ଅପହୃତା ଶଳା-ଭିଣୋଇଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କ ଗିରଫ କରାଯାଇଥିଲା।

-ଖୋର୍ଦ୍ଧା ବେଗୁନିଆର ସଦାନନ୍ଦ ବେହେରା ନିଜକୁ ଶିକ୍ଷକର ପରିଚୟ ଦେଇ ୩ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନ ଦେବାରୁ ଠକ ସଦାନନ୍ଦଙ୍କୁ ୨ଯୁବକ ଅପହରଣ କରି ଖୋର୍ଦ୍ଧାର ବଡ଼ସାହିର ଏକ ଫାର୍ମହାଉସ୍‌‌ରେ ନଜର ବନ୍ଦୀକରି ରଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର