୪୪ ବର୍ଷୀୟା ପ୍ରେମିକାଙ୍କୁ ବିବାହ ପାଇଁ ମନାକଲା ୨୫ ବର୍ଷୀୟ ପ୍ରେମିକ , ଆତ୍ମହତ୍ୟା କଲେ ଇଂରାଜୀ ଶିକ୍ଷୟିତ୍ରୀ

The Sakala Picture
Published On

ଭୁବନେଶ୍ୱର : ପ୍ରେମରେ ବାଧକ ସାଜିଲା ବୟସ। ପ୍ରେମିକାର ବୟସ ୪୪ ଥିବା ବେଳେ ପ୍ରେମିକର ବୟସ ମାତ୍ର ୨୫ ବର୍ଷ। ଶେଷରେ ପ୍ରେମିକ ବିବାହ କରିବା ପାଇଁ ମନାକରି ଦେବାରୁ ମାନସିକ ଭାରସାମ୍ୟ ହରାଇ ପ୍ରେମିକା କରିଛନ୍ତି ଆତ୍ମହତ୍ୟା। ଏଭଳି ଘଟଣା ଖଣ୍ଡଗିରି ଥାନା ଜାଗମରା ଶିଦ୍ଧେଶ୍ବର ନଗରରେ ଦେଖିବାକୁ ମିଳିଛି। ମୃତ ଯୁବତୀ ଜଣଙ୍କ ହେଲେ ପଶ୍ଚିମବଙ୍ଗର ସବ୍‍ନମ୍‍ ବର୍ମା (୪୪)। ରବିବାର ଅପରାହ୍ଣରେ ସବ୍‍ନମଙ୍କ ମୃତଦେହ ଜବତ କରିଛି ପୁଲିସ। ଏନେଇ ପୁଲିସ […]

ଭୁବନେଶ୍ୱର : ପ୍ରେମରେ ବାଧକ ସାଜିଲା ବୟସ। ପ୍ରେମିକାର ବୟସ ୪୪ ଥିବା ବେଳେ ପ୍ରେମିକର ବୟସ ମାତ୍ର ୨୫ ବର୍ଷ। ଶେଷରେ ପ୍ରେମିକ ବିବାହ କରିବା ପାଇଁ ମନାକରି ଦେବାରୁ ମାନସିକ ଭାରସାମ୍ୟ ହରାଇ ପ୍ରେମିକା କରିଛନ୍ତି ଆତ୍ମହତ୍ୟା। ଏଭଳି ଘଟଣା ଖଣ୍ଡଗିରି ଥାନା ଜାଗମରା ଶିଦ୍ଧେଶ୍ବର ନଗରରେ ଦେଖିବାକୁ ମିଳିଛି। ମୃତ ଯୁବତୀ ଜଣଙ୍କ ହେଲେ ପଶ୍ଚିମବଙ୍ଗର ସବ୍‍ନମ୍‍ ବର୍ମା (୪୪)। ରବିବାର ଅପରାହ୍ଣରେ ସବ୍‍ନମଙ୍କ ମୃତଦେହ ଜବତ କରିଛି ପୁଲିସ। ଏନେଇ ପୁଲିସ ମୃତ ସବନମଙ୍କ ପରିବାର ଲୋକଙ୍କୁ ଜଣାଇ ଦେଇଛି। ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରଦ୍ୟୁମ ଓରାମକୁ ପଚରାଉଚରା କରୁଛି। ସବ୍‍ନମ ୨ବର୍ଷ ହେବ ରଙ୍ଗବଜାର ବାଲିଅନ୍ତାସ୍ଥିତ ଏକ ଘରୋଇ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ ପାଠ ପଢ଼଼ାଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଦ୍ୟୁମ ଓରାମଙ୍କ ଘର ଦାମନଯୋଡ଼ିରେ ହୋଇଥିବା ବେଳେ ସେ ସେଠାରେ ଯେଉଁ ସ୍କୁଲରେ ପଢ଼଼ୁଥିଲେ ସେହି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ସବ୍‍ନମ୍‍। ସେଠାରେ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା ଓ ବୟସକୁ ଖାତିରି ନ କରି ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ଦାମନଯୋଡ଼ିରୁ ପ୍ରଦ୍ୟୁମ୍ନ ଭୁବନେଶ୍ୱରକୁ ପଢ଼ିବାକୁ ପଳାଇ ଆସିଥିଲେ। ପ୍ରେମିକ ପଳାଇ ଆସିବା ଦେଖି ସେଠାରୁ ମଧ୍ୟ ସବ୍‍ନମ ପଳାଇ ଆସି ଏକ ଜାଗମରାରେ ଘର ଭଡ଼ା ନେଇ ରହିବା ସହ ଏକ ଘରୋଇ ସ୍କୁଲରେ ପାଠ ପଢ଼଼ାଉଥିଲେ। ଏହି ଘରକୁ ନିୟମିତଭାବେ ପ୍ରେମିକ ପ୍ରଦ୍ୟୁମ ଆସି ରହିକି ଯାଉଥିଲେ। ଏପରିକି ଅନେକ ସମୟରେ ଘର ମାଲିକ ପ୍ରଦ୍ୟୁମ୍ନଙ୍କ କଥା ପଚାରିଥିଲେ ମଧ୍ୟ ନିଜ ଭାଇ ବୋଲି କହି କଥାକୁ ସବ୍‍ନମ ଏଡ଼ାଇ ଦେଉଥିଲେ। କିନ୍ତୁ ସବ୍‍ନମଙ୍କ ବୟସ ଅଧିକ ହୋଇଯାଇଥିବାରୁ ତାଙ୍କୁ ବିବାହ କରିବା ପାଇଁ ପ୍ରଦ୍ୟୁମ୍ନଙ୍କୁ ପରିବାର ଲୋକେ ରାଜି ହୋଇ ନ ଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରବିବାର ଦିନ ୧୨ଟା ସମୟରେ ଉଭୟ କଥା ହୋଇଥିଲେ। ପରେ ସବ୍‍ନମ୍‍ ବିବାହ ନ କଲେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ପ୍ରଦ୍ୟୁମ୍ନ ମନା କରି ଦେବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ମେସେଜ କରିଥିଲେ। ଏହାର କିଛି ସମୟ ପରେ ପ୍ରଦ୍ୟୁମ୍ନ ତାଙ୍କୁ ଫୋନ୍‍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ।
ପ୍ରଦ୍ୟୁମ୍ନ ମନରେ ସନ୍ଦେହ ହେବାରୁ ସେ ସବ୍‍ନମ ରହୁଥିବା ଜାଗମରାସ୍ଥିତ ଘରକୁ ଯାଇଥିଲେ। ସେଠାରେ ସବ୍‍ନମ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ସହ ସେଠାରେ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହ ଜବତକରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି।

26 Apr 2021 By The Sakala

https://www.thesakala.in/crime/the-25-year-old-boyfriend-refused-to-marry-his-44-year-old-girlfriend-english-teacher-commits-suicide/article-1821
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର