ମନୋରଞ୍ଜନ
ଓଡ଼ିଶା
ପୂଜା ପୂର୍ବରୁ ଜେଲ୍ର ଚାରି କାନ୍ଥ ଦେଖିବେ ଅପରାଧୀ: ସବୁ ଥାନା ଅଧିକାରୀଙ୍କୁ ଅପରାଧୀଙ୍କ ତାଲିକା ମାଗିଲେ ଡିସିପି
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଅପରାଧୀ ସହରରେ ଲୁଟ୍ପାଟ୍ ଛିନ୍ତାଇ, ଦାଦାବଟି ମାଗିବା ଆଦି କାର୍ଯ୍ୟ କରିବେ। ତେଣୁ ପୁଲିସ ସହରରୁ ଅପରାଧୀ ପରିଷ୍କାର କରିବା ପାଇଁ ଯୋଜନା କରିବେ। ପାର୍ବଣ ପୂର୍ବରୁ ଏହି ଅପରାଧୀମାନେ ଜେଲ୍ର ଚାରିକାନ୍ଥ ଦେଖିବେ। ତେଣୁ ଡିସିପି ପ୍ରତୀକ ସିଂ ଏନେଇ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସମସ୍ତ ଥାନା ଅଧିକାରୀଙ୍କୁ ସେମାନଙ୍କ ଥାନା ଅଞ୍ଚଳରେ ଥିବା ପେଶାଦାର ଅପରାଧୀଙ୍କ ତାଲିକା ଦେବାକୁ କୁହାଯାଇଛି। ତେଣୁ ୧୫ […]
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଅପରାଧୀ ସହରରେ ଲୁଟ୍ପାଟ୍ ଛିନ୍ତାଇ, ଦାଦାବଟି ମାଗିବା ଆଦି କାର୍ଯ୍ୟ କରିବେ। ତେଣୁ ପୁଲିସ ସହରରୁ ଅପରାଧୀ ପରିଷ୍କାର କରିବା ପାଇଁ ଯୋଜନା କରିବେ। ପାର୍ବଣ ପୂର୍ବରୁ ଏହି ଅପରାଧୀମାନେ ଜେଲ୍ର ଚାରିକାନ୍ଥ ଦେଖିବେ। ତେଣୁ ଡିସିପି ପ୍ରତୀକ ସିଂ ଏନେଇ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସମସ୍ତ ଥାନା ଅଧିକାରୀଙ୍କୁ ସେମାନଙ୍କ ଥାନା ଅଞ୍ଚଳରେ ଥିବା ପେଶାଦାର ଅପରାଧୀଙ୍କ ତାଲିକା ଦେବାକୁ କୁହାଯାଇଛି। ତେଣୁ ୧୫ ଦିନ ଭିତରେ ସମସ୍ତ ଥାନା ଅଧିକାରୀ ନିଜ ଅଞ୍ଚଳରେ ଥିବା ଅପରାଧୀଙ୍କ ତାଲିକା ଦେବେ। ସେମାନଙ୍କ ମଧ୍ୟରୁ କେତେଜଣ ଗିରଫ ହୋଇଛନ୍ତି, ଆଉ ସେଥିରୁ କେତେଜଣ ବାହାରେ ବୁଲୁଛନ୍ତି। ସମସ୍ତ ତଥ୍ୟ ଡିସିପିଙ୍କୁ ଦେବେ। ଫେରାର୍ ଥିବା ଅପରାଧୀଙ୍କୁ ଗିରଫ କରିବା ପାଇଁ ଚଢ଼ଉ କରାଯିବ।
ରାତିଅଧିଆ ଚଢ଼ଉ କରିବ ପୁଲିସ
ଫେରାର୍ ଥିବା ହାର୍ଡକୋର୍ ଅପରାଧୀଙ୍କୁ ଧରିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନାରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ରାତିଅଧିଆ ଅପରାଧୀଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବ। ଯଦି ସେମାନେ ଫେରାର୍ ରହିଥିବେ ତେବେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇ ଗିରଫ କରିବା ପାଇଁ ଉଦ୍ୟମ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ଟିମ୍ରେ ପିଓପିଡି ଟିମ୍ର ଅଧିକାରୀମାନେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଏଭଳି ହେବା ଦ୍ୱାରା ଅପରାଧୀ କ୍ଲିକ୍ ରାଜଧାନୀ ହେବ ବୋଲି ପୁଲିସ ଆଶା ରଖିଛି।
ଫାଇଦା ଦେଉଛି ଜେଲ୍ ପରେଡ୍
ଡିସିପି ପ୍ରତୀକ ସିଂ ଆସିବା ପରେ ଜେଲ୍ ପରେଡ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ରବିବାର ସମସ୍ତ ଥାନାର ପିଓପିଡି ଟିମ୍ ଏବଂ ଅଧିକାରୀମାନେ ଝାରପଡ଼ା ଜେଲ୍ ଯାଉଛନ୍ତି। ସେଠାରେ ସେମାନେ ବିଭିନ୍ନ ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅପରାଧୀଙ୍କୁ ଚିହ୍ନଟ କରୁଛନ୍ତି। ଏହା ହେବା ଦ୍ୱାରା ଅନ୍ୟ ଥାନା ଅଞ୍ଚଳରେ ହାର୍ଡକୋର୍ ଅପରାଧୀଙ୍କୁ ପୁଲିସ ଚିହ୍ନି ପାରୁଛି। ସେମାନେ ଜେଲ୍ରୁ ବାହାରିବା ପରେ କେଉଁଠି ଯଦି ଅପରାଧ ଘଟାଉଛନ୍ତି, ତେବେ ତୁରନ୍ତ ତାଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଉଛି। କେଉଁ ଅପରାଧୀ ବେଲ୍ରୁ ବାହାରୁଛି, କି ଭିତରେ ରହିଛି, ତାହା ଜେଲ୍ ପରେଡ୍ ଦ୍ୱାରା ହିଁ ଜଣାପଡୁଛି।
କେଉଁ ଥାନା ଅଞ୍ଚଳରେ କେତେ ପେଶାଦାର ଅପରାଧୀ
ମିଳିଥିବା ତଥ୍ୟ ଅନୁସାରେ, ରାଜଧାନୀରେ ୧୫୩ରୁ ଊର୍ଦ୍ଧ୍ବ ପେଶାଦାର ଅପରାଧୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ଜେଲ୍ ଭିତରେ ଥିବା ବେଳେ ୯୫ ଜଣ ବାହାରେ ଥିବା ଜଣାପଡ଼ିଛି। ଖଣ୍ଡଗିରିରେ ସର୍ବାଧିକ ୧୮ ଜଣ ଥିବାବେଳେ ନୂଆପଲ୍ଲୀ ୧୫ ଜଣ। ପାହାଳ ୨, ବାଲିପାଟଣା ୫, ବାଲିଅନ୍ତା ୬, ଇନ୍ଫୋସିସି ୩, ତମାଣ୍ଡୋ ୩, ସହିଦନଗର ୧୦, ମଞ୍ଚେଶ୍ୱର ୧୩, ଲକ୍ଷ୍ମୀସାଗର ୧୪, ବଡ଼ଗଡ଼ ୭, କ୍ୟାପିଟାଲ ଥାନାଞ୍ଚଳରେ ୧୨ ଜଣ ଅଛନ୍ତି। ଏୟାରପୋର୍ଟ ଥାନା ୩, ଏୟାରଫିଲ୍ଡ ୧୧, ଧଉଳି ୫, ଚନ୍ଦ୍ରଶେଖରପୁର ୯, ଇନ୍ଫୋସିଟି ୪, ନନ୍ଦନକାନନ ୩ ଏବଂ ଭରତପୁର ଥାନା ଅଞ୍ଚଳରେ ୬ ଜଣ ହାର୍ଡକୋର୍ ଅପରାଧୀ ଅଛନ୍ତି।
ଜିରୋ ଟଲେରାନ୍ସ ନୀତି ଲାଗୁ
ହାର୍ଡକୋର୍ ଅପରାଧୀ ପୂଜା ପୂର୍ବରୁ ବାହାରେ ରହିଲେ ସେମାନେ ଦାଦାଗିରି ଏବଂ ମାଫିଆଗିରି କାର୍ଯ୍ୟ କରିବେ। କାରଣ ପୂଜାରେ ସେମାନେ ମଉଜମସ୍ତି କରିବା ଲାଗି ଅର୍ଥ ଆବଶ୍ୟକ। ସେଥିଲାଗି ସେମାନେ ଦାଦାବଟି ମାଗିବେ। କିନ୍ତୁ ଏଥର ଦାଦାବଟି ଏବଂ ମାଫିଆଗିରିକୁ ନାଁ କରିଛି କମିସନରେଟ୍ ପୁଲିସ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଯଦି କୌଣସି ଅପରାଧୀ ଦାଦାବଟି ମାଗୁଛି ତେବେ ନିକଟ ଥାନାରେ ଅଭିଯୋଗ କରନ୍ତୁ। ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହ ପୁଲିସ ଦାଦାବଟି ଏବଂ ମାଫିଆଗିରି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି।