ଏସଟିଏଫର ଚଢ଼ାଉ: ୨ଟି ହାତୀଦାନ୍ତ ଓ ବାଘ ଛାଲ ଜବତ, ୨ ଗିରଫ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଏସଟିଏଫ୍  ଟିମ୍ ଗୋଟିଏ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର ବିମ୍ବାଧର ତରାଇ ଏବଂ କଟକ ଜିଲ୍ଲା ନରସିଂହପୁର ଚକ୍ରଗଡ଼ ଗ୍ରାମର ରମେଶ ପତିହାରୀ । ସୂଚନାନୁସାରେ, କୌଣସି ସୁତ୍ରରୁ ଖବରପାଇ ଏହି ଦୁଇ ବ୍ୟକ୍ତିଙ୍କ ଉପରେ […]

ନୟାଗଡ଼: ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଏସଟିଏଫ୍  ଟିମ୍ ଗୋଟିଏ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର ବିମ୍ବାଧର ତରାଇ ଏବଂ କଟକ ଜିଲ୍ଲା ନରସିଂହପୁର ଚକ୍ରଗଡ଼ ଗ୍ରାମର ରମେଶ ପତିହାରୀ ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ସୂଚନାନୁସାରେ, କୌଣସି ସୁତ୍ରରୁ ଖବରପାଇ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ଏସଟିଏଫ୍ ଟିମ୍ ନଜର ରଖିଥିଲେ । ଗତକାଲି ଦୁଇ ଜଣ ବାଘ ଛାଲ ଏବଂ ହାତୀ ଦାନ୍ତ କାରବାର କରୁଥିବା ନେଇ ଏସଟିଏଫ୍ ସୂଚନା ପାଇ ଚଢ଼ାଉ କରିଥିଲା । ସେମାନଙ୍କଠାରୁ ହାତୀ ଦାନ୍ତ ଏବଂ ବାଘ
ଛାଲ ସମେତ ଅନ୍ୟାନ ଜିନିଷ ଜବତ କରିଛି । ଏନେଇ ଏସଟିଏଫ୍ କେଶ ନଂ ୧୬ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ବନ୍ୟଜନ୍ତୁ ଆଇନ ୧୯୭୨ ର ୩୭୯, ୪୧୧,୧୨୦(ବି), ଆପିସି/ଡବ୍ଲ୍ୟୁ ୫୧ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଘଟଣାରେ ଅନ୍ୟ କାହାରି ସଂପୃକ୍ତ ରହିଛି ତାହାର ତଦନ୍ତ ଚାଲିଥିବା ଏସଟିଏଫ୍ ସୂଚନା ଦେଇଛି । ଏଥିସହିତ ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ୍ ବନ୍ୟପ୍ରାଣୀ ଅପରାଧି ଆଇନ ଅନୁସାରେ ୧୩ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହିରଣ ଛାଲ, ୩ଟି ବଜ୍ରକାପ୍ତା ଜବତ କରିବା ସହ ୨୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

25 Apr 2021 By The Sakala

ଏସଟିଏଫର ଚଢ଼ାଉ: ୨ଟି ହାତୀଦାନ୍ତ ଓ ବାଘ ଛାଲ ଜବତ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଏସଟିଏଫ୍  ଟିମ୍ ଗୋଟିଏ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର ବିମ୍ବାଧର ତରାଇ ଏବଂ କଟକ ଜିଲ୍ଲା ନରସିଂହପୁର ଚକ୍ରଗଡ଼ ଗ୍ରାମର ରମେଶ ପତିହାରୀ ।

ସୂଚନାନୁସାରେ, କୌଣସି ସୁତ୍ରରୁ ଖବରପାଇ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ଏସଟିଏଫ୍ ଟିମ୍ ନଜର ରଖିଥିଲେ । ଗତକାଲି ଦୁଇ ଜଣ ବାଘ ଛାଲ ଏବଂ ହାତୀ ଦାନ୍ତ କାରବାର କରୁଥିବା ନେଇ ଏସଟିଏଫ୍ ସୂଚନା ପାଇ ଚଢ଼ାଉ କରିଥିଲା । ସେମାନଙ୍କଠାରୁ ହାତୀ ଦାନ୍ତ ଏବଂ ବାଘ
ଛାଲ ସମେତ ଅନ୍ୟାନ ଜିନିଷ ଜବତ କରିଛି । ଏନେଇ ଏସଟିଏଫ୍ କେଶ ନଂ ୧୬ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ବନ୍ୟଜନ୍ତୁ ଆଇନ ୧୯୭୨ ର ୩୭୯, ୪୧୧,୧୨୦(ବି), ଆପିସି/ଡବ୍ଲ୍ୟୁ ୫୧ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଘଟଣାରେ ଅନ୍ୟ କାହାରି ସଂପୃକ୍ତ ରହିଛି ତାହାର ତଦନ୍ତ ଚାଲିଥିବା ଏସଟିଏଫ୍ ସୂଚନା ଦେଇଛି । ଏଥିସହିତ ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ୍ ବନ୍ୟପ୍ରାଣୀ ଅପରାଧି ଆଇନ ଅନୁସାରେ ୧୩ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହିରଣ ଛାଲ, ୩ଟି ବଜ୍ରକାପ୍ତା ଜବତ କରିବା ସହ ୨୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

https://www.thesakala.in/crime/stf-raid-two-accused-arested/article-1805
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର