ଚୋରା ନିଶା କାରବାର ପେଣ୍ଠସ୍ଥଳୀ ପଲଟିଛି ଉଦଲା ଉପଖଣ୍ଡ; ବଳଦେଉଛି ପୁଲିସର ନିଷ୍କ୍ରିୟତା

The Sakala Picture
Published On

ଉଦଳା: ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଉଦଳା ପୁଲିସ ଉପଖଣ୍ଡ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। କାରଣ ଏଇ କିଛି ଦିନ ହେବ ଉଦଳା ଉପଖଣ୍ଡ ଅଞ୍ଚଳରୁ ଚୋରା ଗଞ୍ଜେଇ, ନକଲି ମଦ ଜବତ ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଉପଖଣ୍ଡରେ ଚୋରା ନିଶା ବେପାରୀଙ୍କ ଦବଦବାକୁ ସ୍ପଷ୍ଟ କରିଛି। ଯାହାଫଳରେ ଉପଖଣ୍ଡରେ ଚୋରା ନିିଶା କାରବାର ପାଇଁ ଏବେ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନ ଭାବେ ଚୋରା ବ୍ୟବସାୟୀଙ୍କ ପସନ୍ଦ ସାଜିଛି। କେଉଁଠି […]

ଉଦଳା: ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଉଦଳା ପୁଲିସ ଉପଖଣ୍ଡ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। କାରଣ ଏଇ କିଛି ଦିନ ହେବ ଉଦଳା ଉପଖଣ୍ଡ ଅଞ୍ଚଳରୁ ଚୋରା ଗଞ୍ଜେଇ, ନକଲି ମଦ ଜବତ ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଉପଖଣ୍ଡରେ ଚୋରା ନିଶା ବେପାରୀଙ୍କ ଦବଦବାକୁ ସ୍ପଷ୍ଟ କରିଛି। ଯାହାଫଳରେ ଉପଖଣ୍ଡରେ ଚୋରା ନିିଶା କାରବାର ପାଇଁ ଏବେ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନ ଭାବେ ଚୋରା ବ୍ୟବସାୟୀଙ୍କ ପସନ୍ଦ ସାଜିଛି। କେଉଁଠି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇର ଗୋଦାମ ଘର କରାଯାଇଛି ତ କେଉଁଠି ନକଲି ବିଦେଶୀ ମଦର କାରଖାନା କରାଯାଇଛି। ପୁଣି କେଉଁ ଉପାନ୍ତ ନଦୀ ପଠାରେ ଦେଶୀ ମଦର କାରଖାନା ତ ଆଉ ଉଦଳା ଭଳି ଛୋଟ ସହରରେ ଧଳା ଜହରର ଚୋରା ଚାଲାଣର ଚେର ଲମ୍ବିଛି ।ଏମିତି ଉପଖଣ୍ଡରେ ଚୋରା ମଦର କାରବାର ଗାଁ ଗାଁ ର ଛକ ହାଟରେ ଦେଶି ବିଦେଶୀ ମଦର ଆସର ଓ ଗଞ୍ଜେଇ ଭାଟି।। ନା ଅଛି ପୁଲିସର ଭୟ ନା ଅଛି ଅବକାରୀ ବିଭାଗର ଚଢାଉ। ବିନା ଭୟରେ ଉପଖଣ୍ଡରେ ଚାଲୁଛି ଏମିତି ବେଆଇନ ନିଶା କାରବାର। ଏମିତ ସତ୍ୟତାର ସ୍ପଷ୍ଟ ହେଲା ଯେବେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ଟିମ ଅଚାନକ ଚଢାଉକରି ଉଦଳା ସହରର ତଥା ଖୁଣ୍ଟା ବଜାରର କେନ୍ଦ୍ର ସ୍ଥଳିରୁ ଗଞ୍ଜେଇ ଓ ବିଦେଶୀ ମଦ ତିଆରି କାରଖାନା ଠାବ କରିବା ସବୁ ଅଭିଯୋଗକୁ ସ୍ପଷ୍ଟ କରିଦେଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଗତ ଅପ୍ରେଲ ମାସ ୧ ତାରିଖରେ ଉଦଳା ସହରର ୩ନଂ ଓାର୍ଡ ରୁ ୧୬ ବସ୍ତା ଗଞ୍ଜେଇ ଏବଂ କପ୍ତିପଦା କଇଁଆଖୁଣ୍ଟା ଗ୍ରାମରୁ ୧୦୦ ପ୍ଯାକେଟ୍ ଯାହାକି ୪ କ୍ବିଣ୍ଟାଲ ମୂଲ୍ୟ ୪୦ ଲେକ୍ଷରୁ ଅଧିକ ଏବଂ ଗତ ବୁଧୁବାର ରାତିରେ ଖୁଣ୍ଟା ବଜାର ଠାରୁ ମାତ୍ର ୫୦ ମଟର ଦୁରରେ ଏକ ଘରେ କବାଡିଖାନା ଆଳରେ ଚୋରା ବିଦେଶୀ ମଦ ତିଆରି କାରଖାନା ଚାଲିଥିବା ଚଢାଉ ବେଳେ ଲୋକଲୋଚନକୁ ଆସିଥିଲା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅପରପକ୍ଷରେ ଶିମିଳିପାଳ ପାଦଦେଶରେ ପ୍ରବାହିତ ପ୍ରାୟ ଛଟ ବଡ ନଦୀ ପଠାରେ ଥିବା ଜଙ୍ଗଲ ମଧ୍ୟରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଚୋରା ଦେଶୀ ମଦ ତିଆରି ଭାଟି ଚୋରା ନିଶା କାରବାରର ପେଣ୍ଠସ୍ଥଳୀ ସାଜିଥିବା ସ୍ପଷ୍ଟ ହୋଇଛି। ସେହିପରି ଉଦଳା ଭଳି ଛୋଟ ହରରେ ଯୁବ ଗୋଷ୍ଠୀକୁ ଆଖିରେ ରଖି ପୋଡଶୀ ବାଲେଶ୍ୱର ଜିଲ୍ଲାରୁ ଧଳା ଜହରର ଚାଲାଣ ବେଶ ସକ୍ରିୟ ହୋଇପଡ଼ିଛି। ଧଳା ଜହରର ଚାଲାଣ ପାଇଁ ଉଦଳା ଉପଖଣ୍ଡର ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି କିଛି ପାନ ଦୋକାନକୁ ବିକ୍ରି ପାଇଁ ବଛାଯାଇଛି। ଯାହାଫଳରେ କିଛି ଯୁବଗୋଷ୍ଠୀ ଧଳା ଜହରର ନିଶାରେ ନିଜ ଭବିଷ୍ୟତକୁ ମଧ୍ୟ ପାଣିରେ ପକାଇଦେବାକୁ ପଛାଉନାହାନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ଉଦଳା ପୋଲିସ ଉପଖଣ୍ଡରେ ଚାରି ଗୋଟି ଥାନା ରହିଥିବାବେଳେ ୫ଟି ଫାଣ୍ଡି ଓ ବିଟ ରହିଛି। ବିଶେଷ କରି ଉଦଳା , ଖୁଣ୍ଟା ଓ କପ୍ତିପଦା ଥାନା ଅଞ୍ଚଳରେ ଚୋରା ନିଶା ବେପାରୀ ସକ୍ରିୟ ରହିଛନ୍ତି। ନା ପୁଲିସର ଭୟ ଅଛି ନା ଅବକାରୀ ବିଭାଗକୁ ଖାତିର ଅଛି। ଅନାୟସରେ ଚଳାଇଛନ୍ତି ନିଜର କଳା ଧନ୍ଦା। ଗଞ୍ଜେଇ ଜବତ ଘଟଣାରେ ପୋଲିସ ଜଣକୁ ଗିରିଫ କରି ହାତ ବାନ୍ଧି ବସିଥିବା ବେଳେ ମଦକାରଖାନା ଘଟଣାରେ ମାମୁ ଭଣଜାକୁ ଗିରଫ କରି କାମ ସାରିଛି। ସେହିପରି ଦେଶି ମଦ କାରଖାନରେ ଚଢାଉ କରି ପୋଚ୍‍ ଓ ରନ୍ଧା ସାମଗ୍ରୀ ଜବତ କରି ଦାୟିତ୍ୱ ସାରୁଥିବା ବେଳେ ଧଳା ଜହରର ଟେର ଏ ପର୍ଯ୍ୟନ୍ତ ପୋଲିସ ପାଇ ନଥିବା ପରି ମନେ ହେଉଛି। ସବୁ କାରବାର ଆଖି ସାମ୍ନାରେ ହେଉଥିଥିବା ବେଳେ ସ୍ଥାନୀୟ ପୁଲିସ କେମିତ ଜାଣି ପାରୁନି, ତାହା ହିଁ ସବୁଠୁ ବଡ ବାସ୍ତବତା। ଅପରପକ୍ଷରେ କରୋନା ଜନିତ ଲକଡାଉନ୍‍ ଚୋରା ବେପାରୀଙ୍କୁ ବେଶ ସହାୟ ହୋଇଥିବା ବେଳେ କରୋନା ଦାୟିତ୍ୱ ଆଳରେ ପୁଲିସର ନିଷ୍କ୍ରିୟତା ଚୋରା ବ୍ୟବସାୟୀଙ୍କୁ ବଳ ଯୋଗାଉଥିବା ସାଧାରଣରେ ଆଲୋଚନାର ବିଷୟବସ୍ତୁ ସାଜିଛି। ଏପରିକି ପୁଲିସ ଓ ଅବକାରୀ ବିଭାଗର କିଛି ଅସାଧୁକର୍ମଚାରୀଙ୍କ ପରୋକ୍ଷ ସମର୍ଥନ ମଧ୍ୟ ଉପଖଣ୍ଡରେ ଚୋରା ନିଶା କାରବାରର ଅନ୍ୟ ଏକ ବଳିଷ୍ଠ ଦିଗ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବି।

05 Jun 2021 By The Sakala

ଚୋରା ନିଶା କାରବାର ପେଣ୍ଠସ୍ଥଳୀ ପଲଟିଛି ଉଦଲା ଉପଖଣ୍ଡ; ବଳଦେଉଛି ପୁଲିସର ନିଷ୍କ୍ରିୟତା

ଉଦଳା: ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଉଦଳା ପୁଲିସ ଉପଖଣ୍ଡ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। କାରଣ ଏଇ କିଛି ଦିନ ହେବ ଉଦଳା ଉପଖଣ୍ଡ ଅଞ୍ଚଳରୁ ଚୋରା ଗଞ୍ଜେଇ, ନକଲି ମଦ ଜବତ ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଉପଖଣ୍ଡରେ ଚୋରା ନିଶା ବେପାରୀଙ୍କ ଦବଦବାକୁ ସ୍ପଷ୍ଟ କରିଛି। ଯାହାଫଳରେ ଉପଖଣ୍ଡରେ ଚୋରା ନିିଶା କାରବାର ପାଇଁ ଏବେ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନ ଭାବେ ଚୋରା ବ୍ୟବସାୟୀଙ୍କ ପସନ୍ଦ ସାଜିଛି। କେଉଁଠି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇର ଗୋଦାମ ଘର କରାଯାଇଛି ତ କେଉଁଠି ନକଲି ବିଦେଶୀ ମଦର କାରଖାନା କରାଯାଇଛି। ପୁଣି କେଉଁ ଉପାନ୍ତ ନଦୀ ପଠାରେ ଦେଶୀ ମଦର କାରଖାନା ତ ଆଉ ଉଦଳା ଭଳି ଛୋଟ ସହରରେ ଧଳା ଜହରର ଚୋରା ଚାଲାଣର ଚେର ଲମ୍ବିଛି ।ଏମିତି ଉପଖଣ୍ଡରେ ଚୋରା ମଦର କାରବାର ଗାଁ ଗାଁ ର ଛକ ହାଟରେ ଦେଶି ବିଦେଶୀ ମଦର ଆସର ଓ ଗଞ୍ଜେଇ ଭାଟି।। ନା ଅଛି ପୁଲିସର ଭୟ ନା ଅଛି ଅବକାରୀ ବିଭାଗର ଚଢାଉ। ବିନା ଭୟରେ ଉପଖଣ୍ଡରେ ଚାଲୁଛି ଏମିତି ବେଆଇନ ନିଶା କାରବାର। ଏମିତ ସତ୍ୟତାର ସ୍ପଷ୍ଟ ହେଲା ଯେବେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ଟିମ ଅଚାନକ ଚଢାଉକରି ଉଦଳା ସହରର ତଥା ଖୁଣ୍ଟା ବଜାରର କେନ୍ଦ୍ର ସ୍ଥଳିରୁ ଗଞ୍ଜେଇ ଓ ବିଦେଶୀ ମଦ ତିଆରି କାରଖାନା ଠାବ କରିବା ସବୁ ଅଭିଯୋଗକୁ ସ୍ପଷ୍ଟ କରିଦେଇଛି।

ଗତ ଅପ୍ରେଲ ମାସ ୧ ତାରିଖରେ ଉଦଳା ସହରର ୩ନଂ ଓାର୍ଡ ରୁ ୧୬ ବସ୍ତା ଗଞ୍ଜେଇ ଏବଂ କପ୍ତିପଦା କଇଁଆଖୁଣ୍ଟା ଗ୍ରାମରୁ ୧୦୦ ପ୍ଯାକେଟ୍ ଯାହାକି ୪ କ୍ବିଣ୍ଟାଲ ମୂଲ୍ୟ ୪୦ ଲେକ୍ଷରୁ ଅଧିକ ଏବଂ ଗତ ବୁଧୁବାର ରାତିରେ ଖୁଣ୍ଟା ବଜାର ଠାରୁ ମାତ୍ର ୫୦ ମଟର ଦୁରରେ ଏକ ଘରେ କବାଡିଖାନା ଆଳରେ ଚୋରା ବିଦେଶୀ ମଦ ତିଆରି କାରଖାନା ଚାଲିଥିବା ଚଢାଉ ବେଳେ ଲୋକଲୋଚନକୁ ଆସିଥିଲା।

ଅପରପକ୍ଷରେ ଶିମିଳିପାଳ ପାଦଦେଶରେ ପ୍ରବାହିତ ପ୍ରାୟ ଛଟ ବଡ ନଦୀ ପଠାରେ ଥିବା ଜଙ୍ଗଲ ମଧ୍ୟରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଚୋରା ଦେଶୀ ମଦ ତିଆରି ଭାଟି ଚୋରା ନିଶା କାରବାରର ପେଣ୍ଠସ୍ଥଳୀ ସାଜିଥିବା ସ୍ପଷ୍ଟ ହୋଇଛି। ସେହିପରି ଉଦଳା ଭଳି ଛୋଟ ହରରେ ଯୁବ ଗୋଷ୍ଠୀକୁ ଆଖିରେ ରଖି ପୋଡଶୀ ବାଲେଶ୍ୱର ଜିଲ୍ଲାରୁ ଧଳା ଜହରର ଚାଲାଣ ବେଶ ସକ୍ରିୟ ହୋଇପଡ଼ିଛି। ଧଳା ଜହରର ଚାଲାଣ ପାଇଁ ଉଦଳା ଉପଖଣ୍ଡର ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି କିଛି ପାନ ଦୋକାନକୁ ବିକ୍ରି ପାଇଁ ବଛାଯାଇଛି। ଯାହାଫଳରେ କିଛି ଯୁବଗୋଷ୍ଠୀ ଧଳା ଜହରର ନିଶାରେ ନିଜ ଭବିଷ୍ୟତକୁ ମଧ୍ୟ ପାଣିରେ ପକାଇଦେବାକୁ ପଛାଉନାହାନ୍ତି।

ଉଦଳା ପୋଲିସ ଉପଖଣ୍ଡରେ ଚାରି ଗୋଟି ଥାନା ରହିଥିବାବେଳେ ୫ଟି ଫାଣ୍ଡି ଓ ବିଟ ରହିଛି। ବିଶେଷ କରି ଉଦଳା , ଖୁଣ୍ଟା ଓ କପ୍ତିପଦା ଥାନା ଅଞ୍ଚଳରେ ଚୋରା ନିଶା ବେପାରୀ ସକ୍ରିୟ ରହିଛନ୍ତି। ନା ପୁଲିସର ଭୟ ଅଛି ନା ଅବକାରୀ ବିଭାଗକୁ ଖାତିର ଅଛି। ଅନାୟସରେ ଚଳାଇଛନ୍ତି ନିଜର କଳା ଧନ୍ଦା। ଗଞ୍ଜେଇ ଜବତ ଘଟଣାରେ ପୋଲିସ ଜଣକୁ ଗିରିଫ କରି ହାତ ବାନ୍ଧି ବସିଥିବା ବେଳେ ମଦକାରଖାନା ଘଟଣାରେ ମାମୁ ଭଣଜାକୁ ଗିରଫ କରି କାମ ସାରିଛି। ସେହିପରି ଦେଶି ମଦ କାରଖାନରେ ଚଢାଉ କରି ପୋଚ୍‍ ଓ ରନ୍ଧା ସାମଗ୍ରୀ ଜବତ କରି ଦାୟିତ୍ୱ ସାରୁଥିବା ବେଳେ ଧଳା ଜହରର ଟେର ଏ ପର୍ଯ୍ୟନ୍ତ ପୋଲିସ ପାଇ ନଥିବା ପରି ମନେ ହେଉଛି। ସବୁ କାରବାର ଆଖି ସାମ୍ନାରେ ହେଉଥିଥିବା ବେଳେ ସ୍ଥାନୀୟ ପୁଲିସ କେମିତ ଜାଣି ପାରୁନି, ତାହା ହିଁ ସବୁଠୁ ବଡ ବାସ୍ତବତା। ଅପରପକ୍ଷରେ କରୋନା ଜନିତ ଲକଡାଉନ୍‍ ଚୋରା ବେପାରୀଙ୍କୁ ବେଶ ସହାୟ ହୋଇଥିବା ବେଳେ କରୋନା ଦାୟିତ୍ୱ ଆଳରେ ପୁଲିସର ନିଷ୍କ୍ରିୟତା ଚୋରା ବ୍ୟବସାୟୀଙ୍କୁ ବଳ ଯୋଗାଉଥିବା ସାଧାରଣରେ ଆଲୋଚନାର ବିଷୟବସ୍ତୁ ସାଜିଛି। ଏପରିକି ପୁଲିସ ଓ ଅବକାରୀ ବିଭାଗର କିଛି ଅସାଧୁକର୍ମଚାରୀଙ୍କ ପରୋକ୍ଷ ସମର୍ଥନ ମଧ୍ୟ ଉପଖଣ୍ଡରେ ଚୋରା ନିଶା କାରବାରର ଅନ୍ୟ ଏକ ବଳିଷ୍ଠ ଦିଗ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବି।

https://www.thesakala.in/crime/smuggling-hub-udala/article-2697
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର