ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ: କେସରୁ ନାଁ କାଟିବା ପାଇଁ ନେଉଥିଲେ ୧୫ ହଜାର ଟଙ୍କା

The Sakala Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ। ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢାଉ ଚାଲିଛି। ମମତା ବସ୍ତିଆଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ଆଜି ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। […]

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ। ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢାଉ ଚାଲିଛି। ମମତା ବସ୍ତିଆଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ଆଜି ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ଭିଜିଲାନ୍ସ ଏନେଇ ଖୋଳତାଡ଼ କରୁଛି। ତେବେ କମିଶନରେଟ୍ ପୋଲିସର ଜଣେ ପରେ ଜଣେ ପୋଲିସ ଅଧିକାରୀ ଧରା ପଡୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡଗିରି ଥାନାର ଜଣେ ସବଇନସପେକ୍ଟର ଲାଞ୍ଚ ନେଇ ଧରା ପଡିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର