ଓଟିଡିସି ନାଁରେ ଠକଇେ କରି କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେଲେ ଆତ୍ମଘୋଷିତ ବାବା ଓ ଯନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ( ଓଟିଡିସି)ର ନାଆଁ ନେଇ ଠକେଇ କରିଥିବା ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)।  ଭୁବନେଶ୍ୱର ଓ କଟକରୁ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଦୁଇ ଠକ ହେଉଛନ୍ତି ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି । ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ […]

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ( ଓଟିଡିସି)ର ନାଆଁ ନେଇ ଠକେଇ କରିଥିବା ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)।  ଭୁବନେଶ୍ୱର ଓ କଟକରୁ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଦୁଇ ଠକ ହେଉଛନ୍ତି ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି । ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ଠାରୁ ୩ କୋଟି ଟଙ୍କା ଠକେଇ କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଅଭିଯୋଗ ଅନୁଯାୟୀ, ଚନ୍ଦନ ଆକାଶ ମହାନ୍ତି ପର୍ଯ୍ୟଟନ ବିକାଶ ନିଗମ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀ ଭାବେ ଚୁକ୍ତିଭିତ୍ତିକ ଭିତ୍ତିରେ କାର୍ଯ୍ୟ କରୁଥିଲେ। ଜଣେ ନିଜକୁ ଓଟିଡିସିର ଅଧ୍ୟକ୍ଷ କହୁଥିବା ବେଳେ ଆଉ ଜଣେ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେସାଲ୍ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାଏଙ୍କୁ ଠକିଥିଲେ। ଓଟିଡିସିର ନକଲି ୱାର୍କ ଅର୍ଡରରେ ଜାଲି ସିଲ୍ ଓ ଦସ୍ତଖତ କରି କଣ୍ଟ୍ରାକ୍ଟରଙ୍କୁ ଦେଇଥିଲେ ଓ ତା’ବଦଳରେ ୩ କୋଟି ଟଙ୍କା ଡିପୋଜିଟ ଆକାରରେ ନେଇଥିଲେ। ଏ କଥା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଶନିବାର ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ବିଜୟାନନ୍ଦଙ୍କୁ କଟକର ସିଡିଏ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଆକାଶ ମହାନ୍ତଙ୍କୁ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଓଟିଡିସି ଅଧିକାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏ ଦୁଇ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଥିଲା ଯେ କରୋନା ସମୟରେ କାମ ପାଇବାକୁ ଚାହିଁ ବସିଥିଲେ ଏହି ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର। ଏହି ସମୟରେ ୨୦୨୦ ମେ’ ମାସରେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ। ସେହି ସମୟରେ ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ। ସେ ଚନ୍ଦନ ଆକାଶ ମହାନ୍ତିଙ୍କ ସହିତ ତାଙ୍କର (ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ) ପରିଚୟ କରାଇଥିଲେ। ସେତେବେଳେ ଚନ୍ଦନ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ।

ପରବର୍ତ୍ତୀ ସମୟରେ ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ମିଛ ୱାର୍କ ଅର୍ଡର ଦେଇଥିଲେ। ଏହା ବଦଳରେ ସେମାନେ ସେହି କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ହାତେଇ ଥିଲେ। ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା।

22 Aug 2021 By The Sakala

ଓଟିଡିସି ନାଁରେ ଠକଇେ କରି କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେଲେ ଆତ୍ମଘୋଷିତ ବାବା ଓ ଯନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ( ଓଟିଡିସି)ର ନାଆଁ ନେଇ ଠକେଇ କରିଥିବା ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)।  ଭୁବନେଶ୍ୱର ଓ କଟକରୁ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଦୁଇ ଠକ ହେଉଛନ୍ତି ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି । ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ଠାରୁ ୩ କୋଟି ଟଙ୍କା ଠକେଇ କରିଥିଲେ ।

ଅଭିଯୋଗ ଅନୁଯାୟୀ, ଚନ୍ଦନ ଆକାଶ ମହାନ୍ତି ପର୍ଯ୍ୟଟନ ବିକାଶ ନିଗମ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀ ଭାବେ ଚୁକ୍ତିଭିତ୍ତିକ ଭିତ୍ତିରେ କାର୍ଯ୍ୟ କରୁଥିଲେ। ଜଣେ ନିଜକୁ ଓଟିଡିସିର ଅଧ୍ୟକ୍ଷ କହୁଥିବା ବେଳେ ଆଉ ଜଣେ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେସାଲ୍ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାଏଙ୍କୁ ଠକିଥିଲେ। ଓଟିଡିସିର ନକଲି ୱାର୍କ ଅର୍ଡରରେ ଜାଲି ସିଲ୍ ଓ ଦସ୍ତଖତ କରି କଣ୍ଟ୍ରାକ୍ଟରଙ୍କୁ ଦେଇଥିଲେ ଓ ତା’ବଦଳରେ ୩ କୋଟି ଟଙ୍କା ଡିପୋଜିଟ ଆକାରରେ ନେଇଥିଲେ। ଏ କଥା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

ଶନିବାର ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ବିଜୟାନନ୍ଦଙ୍କୁ କଟକର ସିଡିଏ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଆକାଶ ମହାନ୍ତଙ୍କୁ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଓଟିଡିସି ଅଧିକାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏ ଦୁଇ ଜଣଙ୍କୁ ଗିରଫ କରିଛି।

କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଥିଲା ଯେ କରୋନା ସମୟରେ କାମ ପାଇବାକୁ ଚାହିଁ ବସିଥିଲେ ଏହି ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର। ଏହି ସମୟରେ ୨୦୨୦ ମେ’ ମାସରେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ। ସେହି ସମୟରେ ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ। ସେ ଚନ୍ଦନ ଆକାଶ ମହାନ୍ତିଙ୍କ ସହିତ ତାଙ୍କର (ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ) ପରିଚୟ କରାଇଥିଲେ। ସେତେବେଳେ ଚନ୍ଦନ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ।

ପରବର୍ତ୍ତୀ ସମୟରେ ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ମିଛ ୱାର୍କ ଅର୍ଡର ଦେଇଥିଲେ। ଏହା ବଦଳରେ ସେମାନେ ସେହି କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ହାତେଇ ଥିଲେ। ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା।

https://www.thesakala.in/crime/self-proclaimed-baba-and-engineer-arrested-by-crime-branch-for-cheating-in-the-name-of-otdc/article-4806
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର