ରାଜଧାନୀରେ ଡକାୟତି ଯୋଜନା ପଣ୍ଡ, ୪ ଗିରଫ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ବରମୁଣ୍ଡା ପଡ଼ିଆରେ ଡକାୟତି ଯୋଜନା କରିବା ବେଳେ ଗିରଫ ହେଲେ ୪ ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତ ହେଲେ ଶିବବ୍ରତ ସ୍ୱାଇଁ, ଚିନ୍ମୟ କୁମାର ସ୍ୱାଇଁ, ରାଜେଶ ବେହେରା ଓ ଅନାମ ଚମ୍ପତି । ଅନ୍ୟତମ ଅଭିଯୁକ୍ତ କରଣ ମଣ୍ଡଳ ଓ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବରମୁଣ୍ଡା ପଡିଆ ନିକଟରେ ଏକ ଡକାୟତି ଯୋଜନା […]

ଭୁବନେଶ୍ବର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ବରମୁଣ୍ଡା ପଡ଼ିଆରେ ଡକାୟତି ଯୋଜନା କରିବା ବେଳେ ଗିରଫ ହେଲେ ୪ ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତ ହେଲେ ଶିବବ୍ରତ ସ୍ୱାଇଁ, ଚିନ୍ମୟ କୁମାର ସ୍ୱାଇଁ, ରାଜେଶ ବେହେରା ଓ ଅନାମ ଚମ୍ପତି । ଅନ୍ୟତମ ଅଭିଯୁକ୍ତ କରଣ ମଣ୍ଡଳ ଓ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବରମୁଣ୍ଡା ପଡିଆ ନିକଟରେ ଏକ ଡକାୟତି ଯୋଜନା ଚାଲିଥିବା ନେଇ ଖବର ପାଇଥିଲା ଖଣ୍ଡଗିରି ଥାନା । ଘଟଣାସ୍ଥଳରେ ପହଞ୍ଚିବା ବେଳେ ସେଠାରୁ ୪ ଜଣଙ୍କୁ କାବୁ କରିଥିଲା । ସେମାନେ ବ୍ୟବହାର କରିଥିବା ଏକ କାର, ଖଣ୍ଡା, ତେଲେଙ୍ଗା କଟୁରି, ଲୁହା ରଡ଼, ଖେଳନା ବନ୍ଧୁକ, ଭୁଜାଲି ଓ ଛୁରୀ ଜବତ କରିଛି । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅନେକ ସଙ୍ଗୀନ ଅଭିଯୋଗ ଥିବା କହିଛନ୍ତି ଡିସିପି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର