ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ: ସହର ଜଗିବେ ୮୧ ପ୍ଲାଟୁନ୍‌ ଫୋର୍ସ, ଭୁବନେଶ୍ବରରେ ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନା ଓ ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍‌‌ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟ ଓ ସଭାସ୍ଥଳର ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିସହ ସମଗ୍ର ଅଞ୍ଚଳ ପୂରା ସୁରକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣରେ ଏସ୍‌‌ପିଜି ଅଧିକାରୀମାନେ ରହିଛନ୍ତି। ମୋଦିଙ୍କ ଗସ୍ତ […]

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନା ଓ ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍‌‌ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟ ଓ ସଭାସ୍ଥଳର ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିସହ ସମଗ୍ର ଅଞ୍ଚଳ ପୂରା ସୁରକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣରେ ଏସ୍‌‌ପିଜି ଅଧିକାରୀମାନେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ରହିବ। କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ନିର୍ଦ୍ଦେଶନାମା ।  ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଲାଗୁ କରାଯାଇଛି।  ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ।ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ। ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ରାଜଧାନୀକୁ ହାଇଆଲର୍ଟ ଜାରି କରିବା ସହ ସୁରକ୍ଷା ଦାୟିତ୍ୱରେ ୮୧ ପ୍ଲାଟୁନ ଫୋର୍ସ ଓ ୨ କମ୍ପାନୀ ସିଆର୍‌‌ପିଏଫ୍‌‌ ଯବାନଙ୍କୁ ମୁତୟନ କରାଯିବ। ଏଥିସହ ଡିସିପି ଓ ଏସ୍‌‌ପି ପାହ୍ୟାର ୧୧ଜଣ ଅଧିକାରୀ, ୨୨ଜଣ ଅତିରିକ୍ତ ଡିସିପି, ଏସିପି/ଡିଏସ୍‌‌ପି ୬୬ଜଣ, ୧୨୦ ଇନ୍ସପେକ୍ଟର, ୫୦୦ ହୋମ୍‌‌ଗାର୍ଡ, ଏଏସ୍‌‌ଆଇ ଓ ଏସ୍‌‌ଆଇ ପାହ୍ୟାର ୩୦୦ରୁ ଅଧିକ ଏବଂ ୩୨୯ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି ପ୍ରକାରର ଆତଙ୍କୀ ହମ୍‌‌ଲାକୁ ପ୍ରତିହତ କରିବା ଲାଗି ୩ଟି ୟୁନିଟ୍‌‌ ସ୍ପେଶାଲ ଟ୍ରାକ୍ଟିକାଲ, ଓଡ୍ରାଫ୍‌‌ ଟିମ୍‌‌, ଅଗ୍ନିଶମ ବିଭାଗ, ଡଗ୍‌‌ ସ୍କ୍ୱାଡ୍‌‌, ବମ୍‌‌ ସ୍କ୍ୱାଡ୍‌‌ ମୁତୟନ କରାଯିବ ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଏଥିସହ ମହିଳାଙ୍କ ସମାଗମ ଅଧିକ ଥିବାରୁ ବ୍ୟାପକ ମହିଳା ପୁଲିସଙ୍କୁ ମୁତୟନ କରାଯିବ। ସେହିପରି ଜନତା ମଇଦାନ ସୁରକ୍ଷା ତଦାରଖ ଦାୟିତ୍ୱରେ ଆଇଜି ପ୍ରବୀଣ କୁମାର ରହିବେ। ଅନୁରୂପ ଭାବେ ଆଇଜି ସଫିନ ଅହମ୍ମଦ ଓ ଜୟ ନାରାୟଣ ପଙ୍କଜଙ୍କୁ ଟ୍ରାଫିକ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ବିମାନବନ୍ଦର, ଜନତା ମଇଦାନ, ଗାଡ଼କଣ ଗାଁକୁ ନୋ ଫ୍ଲାଇଂ ଜୋନ୍‌‌ ବା ଡ୍ରୋନ୍‌‌ ଉଡ଼ାଇବା ଉପରେ କଟକଣା ଜାରି ହୋଇଛି। ଜନତା ମଇଦାନ ଓ ଗାଡ଼କଣରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌‌ ଖୋଲାଯିବା ସହ ୨୪ ଘଣ୍ଟା ଧରି ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଜନତା ମଇଦାନକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ଏଥିସହ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ରାଫିକ୍‌‌ କଟକଣା ଜାରି ହୋଇଛି। ଏୟାରପୋର୍ଟ, ଜନତା ମଇଦାନ, ରାଜଭବନ ଓ କାର୍‌‌କେଡ୍‌‌ ଯିବା ସମ୍ପୂର୍ଣ୍ଣ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍‌‌ କରାଯାଇଛି। ବିମାନବନ୍ଦରରୁ ଜନତା ମଇଦାନର ସଭାସ୍ଥଳ ପର୍ଯ୍ୟନ୍ତ କାର୍‌‌କେଡ୍‌‌ ରିହର୍‌‌ସାଲ କରାଯିବ। ସହରରେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚକୁ ବଢ଼଼ାଇ ଦିଆଯିବା ସହ ସହରେ ଥିବା ହୋଟେଲ୍‌‌, ଢାବାଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୧୧ଟା ୩୫ ମିନିଟ୍‌‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ସେଠାରୁ ଜନତା ମଇଦାନରେ ପହଞ୍ଚି ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ରହିବେ। ସେଠାରୁ ୧ଟା ୧୫ ମିନିଟ୍‌‌ରେ ପ୍ରଧାନମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି।

16 Sep 2024 By The Sakala

ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ: ସହର ଜଗିବେ ୮୧ ପ୍ଲାଟୁନ୍‌ ଫୋର୍ସ, ଭୁବନେଶ୍ବରରେ ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନା ଓ ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍‌‌ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟ ଓ ସଭାସ୍ଥଳର ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିସହ ସମଗ୍ର ଅଞ୍ଚଳ ପୂରା ସୁରକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣରେ ଏସ୍‌‌ପିଜି ଅଧିକାରୀମାନେ ରହିଛନ୍ତି।

ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ରହିବ। କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ନିର୍ଦ୍ଦେଶନାମା ।  ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଲାଗୁ କରାଯାଇଛି।  ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ।ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ। ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ ବୋଲି କୁହାଯାଇଛି।

ରାଜଧାନୀକୁ ହାଇଆଲର୍ଟ ଜାରି କରିବା ସହ ସୁରକ୍ଷା ଦାୟିତ୍ୱରେ ୮୧ ପ୍ଲାଟୁନ ଫୋର୍ସ ଓ ୨ କମ୍ପାନୀ ସିଆର୍‌‌ପିଏଫ୍‌‌ ଯବାନଙ୍କୁ ମୁତୟନ କରାଯିବ। ଏଥିସହ ଡିସିପି ଓ ଏସ୍‌‌ପି ପାହ୍ୟାର ୧୧ଜଣ ଅଧିକାରୀ, ୨୨ଜଣ ଅତିରିକ୍ତ ଡିସିପି, ଏସିପି/ଡିଏସ୍‌‌ପି ୬୬ଜଣ, ୧୨୦ ଇନ୍ସପେକ୍ଟର, ୫୦୦ ହୋମ୍‌‌ଗାର୍ଡ, ଏଏସ୍‌‌ଆଇ ଓ ଏସ୍‌‌ଆଇ ପାହ୍ୟାର ୩୦୦ରୁ ଅଧିକ ଏବଂ ୩୨୯ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି ପ୍ରକାରର ଆତଙ୍କୀ ହମ୍‌‌ଲାକୁ ପ୍ରତିହତ କରିବା ଲାଗି ୩ଟି ୟୁନିଟ୍‌‌ ସ୍ପେଶାଲ ଟ୍ରାକ୍ଟିକାଲ, ଓଡ୍ରାଫ୍‌‌ ଟିମ୍‌‌, ଅଗ୍ନିଶମ ବିଭାଗ, ଡଗ୍‌‌ ସ୍କ୍ୱାଡ୍‌‌, ବମ୍‌‌ ସ୍କ୍ୱାଡ୍‌‌ ମୁତୟନ କରାଯିବ ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଏଥିସହ ମହିଳାଙ୍କ ସମାଗମ ଅଧିକ ଥିବାରୁ ବ୍ୟାପକ ମହିଳା ପୁଲିସଙ୍କୁ ମୁତୟନ କରାଯିବ। ସେହିପରି ଜନତା ମଇଦାନ ସୁରକ୍ଷା ତଦାରଖ ଦାୟିତ୍ୱରେ ଆଇଜି ପ୍ରବୀଣ କୁମାର ରହିବେ। ଅନୁରୂପ ଭାବେ ଆଇଜି ସଫିନ ଅହମ୍ମଦ ଓ ଜୟ ନାରାୟଣ ପଙ୍କଜଙ୍କୁ ଟ୍ରାଫିକ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ବିମାନବନ୍ଦର, ଜନତା ମଇଦାନ, ଗାଡ଼କଣ ଗାଁକୁ ନୋ ଫ୍ଲାଇଂ ଜୋନ୍‌‌ ବା ଡ୍ରୋନ୍‌‌ ଉଡ଼ାଇବା ଉପରେ କଟକଣା ଜାରି ହୋଇଛି। ଜନତା ମଇଦାନ ଓ ଗାଡ଼କଣରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌‌ ଖୋଲାଯିବା ସହ ୨୪ ଘଣ୍ଟା ଧରି ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଜନତା ମଇଦାନକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ଏଥିସହ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ରାଫିକ୍‌‌ କଟକଣା ଜାରି ହୋଇଛି। ଏୟାରପୋର୍ଟ, ଜନତା ମଇଦାନ, ରାଜଭବନ ଓ କାର୍‌‌କେଡ୍‌‌ ଯିବା ସମ୍ପୂର୍ଣ୍ଣ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍‌‌ କରାଯାଇଛି। ବିମାନବନ୍ଦରରୁ ଜନତା ମଇଦାନର ସଭାସ୍ଥଳ ପର୍ଯ୍ୟନ୍ତ କାର୍‌‌କେଡ୍‌‌ ରିହର୍‌‌ସାଲ କରାଯିବ। ସହରରେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚକୁ ବଢ଼଼ାଇ ଦିଆଯିବା ସହ ସହରେ ଥିବା ହୋଟେଲ୍‌‌, ଢାବାଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୧୧ଟା ୩୫ ମିନିଟ୍‌‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ସେଠାରୁ ଜନତା ମଇଦାନରେ ପହଞ୍ଚି ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ରହିବେ। ସେଠାରୁ ୧ଟା ୧୫ ମିନିଟ୍‌‌ରେ ପ୍ରଧାନମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି।

https://www.thesakala.in/crime/prime-minister-to-come-tomorrow-81-platoon-force-will-patrol-the-city/article-35190
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର