ଏଥର ଘରେ ରହିବେ ନିଶାଡ଼ି: ଖଟିକଲେ ଉଠାଇନେବ ପୁଲିସ

The Sakala Picture
Published On

ଭୁବନେଶ୍ୱର:  ଯଦି କୌଣସି ବ୍ୟକ୍ତି ନିଶାସେବନ କରି ବାହାରେ କେଉଁଠି ଖଟି କରନ୍ତି ତେବେ ପୁଲିସ ତାକୁ ଉଠାଇନେବ। ଡିସିପି ପ୍ରତୀକ ସିଂ ସବୁ ଥାନା ଅଧିକାରୀଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀମାନେ ରାତିରେ ସହରର ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ବସି ବ୍ରାଉନ୍‍ସୁଗର, ମଦ ଏବଂ ଗଞ୍ଜେଇ ସେବନ କରୁଛନ୍ତି। ନିଶା ହେବା ପରେ ବିଳମ୍ବିତ ରାତିରେ ଚୋରି, ଡକାୟତି ଏବଂ ହତ୍ୟାକାଣ୍ଡ ଭିଆଉଛନ୍ତି। ଏପରିକି କେବିଏନ୍‍ ଗ୍ୟାଙ୍ଗ୍‌ ଭଳି ଖଣ୍ଡା, ଭୁଜାଲି ଧରି ସହରରେ […]

ଭୁବନେଶ୍ୱର:  ଯଦି କୌଣସି ବ୍ୟକ୍ତି ନିଶାସେବନ କରି ବାହାରେ କେଉଁଠି ଖଟି କରନ୍ତି ତେବେ ପୁଲିସ ତାକୁ ଉଠାଇନେବ। ଡିସିପି ପ୍ରତୀକ ସିଂ ସବୁ ଥାନା ଅଧିକାରୀଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀମାନେ ରାତିରେ ସହରର ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ବସି ବ୍ରାଉନ୍‍ସୁଗର, ମଦ ଏବଂ ଗଞ୍ଜେଇ ସେବନ କରୁଛନ୍ତି। ନିଶା ହେବା ପରେ ବିଳମ୍ବିତ ରାତିରେ ଚୋରି, ଡକାୟତି ଏବଂ ହତ୍ୟାକାଣ୍ଡ ଭିଆଉଛନ୍ତି। ଏପରିକି କେବିଏନ୍‍ ଗ୍ୟାଙ୍ଗ୍‌ ଭଳି ଖଣ୍ଡା, ଭୁଜାଲି ଧରି ସହରରେ ଆତଙ୍କ ଖେଳାଉଛନ୍ତି। ତେଣୁ ଏଭଳି ଅପରାଧକୁ ରୋକିବା ପାଇଁ ଡିସିପି ଏଭଳି ରଣନୀତିକୁ ଆପଣେଇଛନ୍ତି। ଯେଉଁ ସ୍ଥାନରେ ବସି ନିଶାଡ଼ିମାନେ ଖଟି କରୁଥିବା ନେଇ ପୁଲିସ ଦେଖୁଛି, ସେମାନଙ୍କୁ ସିଧା ଥାନାକୁ ଉଠାଇ ନେବାକୁ କୁହାଯାଇଛି। ଏଥିସହ ସେମାନଙ୍କୁ ଡକାୟତି ପାଇଁ ଯୋଜନା କରୁଥିବା ମାମଲାରେ ଗିରଫ କରିବା ପାଇଁ ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଆସିଛି।

ଡିସିପିଙ୍କ ନିର୍ଦ୍ଦେଶ ପରେ ପ୍ରଥମ ଦିନରେ ରାଜଧାନୀର ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ଖଟି କରୁଥିବା ୨୬ ଜଣଙ୍କୁ ପୁଲିସ ଉଠାଇ ଆଣିଛି। ଅନେକଙ୍କୁ ତଦନ୍ତ ପରିସରକୁ ନେଇ ଅଟକ ରଖି୍‍ଥିବା ବେଳେ ଆଉ କେତେକଙ୍କୁ ଜରିମାନା ଆଦାୟ କରି ଛାଡ଼ି ଦେଇଛନ୍ତି। ଏହିପରି ଗତକାଲି ରାତିରେ ନୂଆପଲ୍ଲୀ ଥାନା ସାଲିଆସାହିରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ୭ଜଣ ନିଶାଡ଼ି ଖଟି କରୁଥିବା ବେଳେ ସେଠାରେ ଅତର୍କିତ ଚଢ଼ଉ କରି ୪ଜଣଙ୍କୁ କାବୁ କରିଛି ପୁଲିସ। ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ। ତେଣୁ ଆଜି ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ। ରାଜଧାନୀର ବିଭିନ୍ନ ପରିତ୍ୟକ୍ତ ସ୍ଥାନ ରହିଛି। ସେଠାରେ ଅପରାଧୀମାନେ ନିଶାସେବନ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଛନ୍ତି। ବିଶେଷ କରି ସହରରେ ଥିବା ଖେଳପଡ଼ିଆ, ଅପରିକ୍ତ କୋଠାଘର ଆଦି ଅନେକ ସ୍ଥାନ ରହିଛି। ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏଭଳି ଖଟିରୁ ଲୁଟ୍‍ପାଟ ପାଇଁ ଯୋଜନା କରାଯାଉଥିବା ସ୍ପଷ୍ଟ ହୋଇଥିଲା। ପୂର୍ବରୁ କେବିଏନ୍‍ ଗ୍ୟାଙ୍ଗ୍‌ ସହରରେ ବିଭିନ୍ନ ସ୍ଥାନରେ ଖଟି କରି ଭାଇଗିରି ବଢ଼଼ାଉଥିଲେ। ବିଭିନ୍ନ ବସ୍ତିର ପିଲାଙ୍କୁ ନେଇ ଏକ ଗ୍ୟାଙ୍ଗ୍‍ ଗଠନ କରିଥିଲେ। ଏହି ଗ୍ୟାଙ୍ଗ୍‌ ଦ୍ୱାରା ସହରରେ ଆତଙ୍କ ଖେଳାଇବା ସହ ଲୁଟ୍‍ପାଟ ଆଦି କରୁଥିଲେ। ତେଣୁ ଏସବୁ ସମ୍ଭବ ହୋଇଥିଲା ସହରରେ ବିଭିନ୍ନ ଖଟି।

ତେଣୁ ପୁଲିସ ଏଭଳି ଅପରାଧକୁ ରୋକିବା ପାଇଁ ଖଟିକୁ ବାରଣ କରିଛି। ପୂର୍ବତନ ଡିସିପି ଉମାଶଙ୍କର ଦାଶ ଏହି ଖଟି ଉପରେ ରୋକ୍‍ ଲଗାଇଥିଲେ। କିଛି ଦିନ ଏହା କଡ଼ାକଡ଼ି କରାଯାଇଥିଲା। ଥାନା ଅଧିକାରୀମାନେ ରାତିରେ ପାଟ୍ରୋଲିଂ କରି ଏଭଳି ଖଟିକୁ ବନ୍ଦ କରିଥିଲେ। ଫଳରେ ନିଶାଡ଼ି ଏବଂ ଅପରାଧୀମାନେ ଘରେ ରହିଥିଲେ। ହେଲେ କିଛିଦିନ ପରେ ପାଟ୍ରୋଲିଂ ବନ୍ଦ ହୋଇଯାଇଥିଲା। ନିଶାଡ଼ିମାନେ ପୁଣି ଅନ୍ଧାରୁଆ ସ୍ଥାନରେ ଖଟି କରି ଅପରାଧ ପାଇଁ ଯୋଜନା କରୁଛନ୍ତି। ଯେଉଁଥି ପାଇଁ ରାତିରେ ଲୁଟ୍‍ପାଟ, ଡକାୟତି ଭଳି ଅପରାଧ ଘଟୁଛି। ତେଣୁ ଏଭଳି ମାମଲା ବଢ଼଼ିବା ପରେ ବର୍ତ୍ତମାନ ଡିସିପି ପ୍ରତୀକ ସିଂ ପୁଣି ଏହି ଖଟି ଉପରେ ରୋକ୍‍ ଲଗାଇଛନ୍ତି।

29 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର