ଓଟିପି ସେୟାରିଂ ମାମଲା: STF ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ, ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ

The Sakala Picture
Published On

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମିଳିଛି ସୁରାକ । ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ ।  ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଛି ଅଭିଯୁକ୍ତ । ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ।  ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ […]

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମିଳିଛି ସୁରାକ । ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ ।  ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଛି ଅଭିଯୁକ୍ତ ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ।  ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା ।  STF ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ ।  ଦିନକୁ ୧୦ ଥରରୁ ଉର୍ଦ୍ଧ ପାକିସ୍ତାନକୁ କଲ କରୁଥିଲା ଅଭିଯୁକ୍ତ ।  ଏହି କଲ ପାଇଁ ନୀତିଦିନ ଫୋନ ଓ ସିମ ବଦଳାଉଥିଲା । ଇକବାଲ ହୁସେନ ଘର ଆସମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା ।  ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କ ନେଇ ସନ୍ଦେହ ।  ଗିରଫ ଭୟରେ ପ୍ରତେକ ଦିନ ସିମ ଓ ମୋବାଇଲ ବଦଳାଉଥିଲା ଅଭିଯୁକ୍ତ ।  ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଅନ୍ୟତ୍ର ଫେରାର ହୋଇଯାଇଥିଲା ଇକବାଲ ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର