ରାଜଧାନୀରେ ଚାଞ୍ଚଲ୍ୟ: ଭିଣୋଇକୁ ଖଣ୍ଡାରେ ହାଣିଲା ଶଳା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଧିରିକୁଟି ବସ୍ତିରେ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଭିଣୋଇକୁ ଶଳା ଖଣ୍ଡାରେ ହଣି ହତ୍ୟା କରିଛି। । ଫଳରେ ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ଘଟିଛି। ମୃତ ଭିଣୋଇଙ୍କ ନାମ ସୁଶାନ୍ତ ଘଡେଇ। ସେ ବିମାନବନ୍ଦରରେ ସୁଇପର ଭାବେ କାମ କରୁଥିଲା। ସୂଚନା ଅନୁଯାୟୀ, ୨୦୧୮ରେ ସୁଶାନ୍ତ ଭଲ ପାଇ ବାପୁନି ନାୟକର ଭଉଣୀକୁ ବାହା ହୋଇଥିଲା। କିନ୍ତୁ ବାହାଘର ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ସ୍ତ୍ରୀକୁ ବି ମାରଧର […]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଧିରିକୁଟି ବସ୍ତିରେ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଭିଣୋଇକୁ ଶଳା ଖଣ୍ଡାରେ ହଣି ହତ୍ୟା କରିଛି। । ଫଳରେ ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ଘଟିଛି। ମୃତ ଭିଣୋଇଙ୍କ ନାମ ସୁଶାନ୍ତ ଘଡେଇ। ସେ ବିମାନବନ୍ଦରରେ ସୁଇପର ଭାବେ କାମ କରୁଥିଲା।
ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା
ସୂଚନା ଅନୁଯାୟୀ, ୨୦୧୮ରେ ସୁଶାନ୍ତ ଭଲ ପାଇ ବାପୁନି ନାୟକର ଭଉଣୀକୁ ବାହା ହୋଇଥିଲା। କିନ୍ତୁ ବାହାଘର ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ସ୍ତ୍ରୀକୁ ବି ମାରଧର କରୁଥିଲା ସୁଶାନ୍ତ। ଏହାଛଡ଼ା ଉଭୟଙ୍କ ଭିତରେ ଜମିଜମା ବିବାଦ ବି ଥିଲା। କାଲି ରାତିରେ ସେ ଶୋଇଥିବା ବେଳେ ଶଳା ବାପୁନି ନାୟକ ଧାରୁଆ ଅସ୍ତ୍ରରେ ଭିଣୋଇ ସୁଶାନ୍ତକୁ ହତ୍ୟା କରିଛି। ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବାପୁନି ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।






