ଦମ୍ପତିଙ୍କ ମଧ୍ୟରେ ବୁଝାମଣାର ଅଭାବରୁ ଘଟୁଛି ହତ୍ୟାକାଣ୍ଡ; ୫ ବର୍ଷରେ ପାରିବାରିକ କଳହରୁ ୮୪ ହତ୍ୟା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ପାରିବାରିକ କଳହ ଉତ୍କଟ ରୂପ ନେଲାଣି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ହାତଧରି ବିବାହ କରିଥିବା ପତ୍ନୀର ଜୀବନ ନେଉଛି ସ୍ୱାମୀ। କେବଳ ପତ୍ନୀ ନୁହେଁ ଛୋଟ ଶିଶୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେବ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଯେଉଁଥି ପାଇଁ ଅନାଥ ହୋଇଯାଉଛନ୍ତି କୁନି ପୁଅ ଏବଂ ଝିଅ। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଜେଲ୍‍ ଯାଉଥିବା […]

ଭୁବନେଶ୍ୱର: ରାଜଧାନୀରେ ପାରିବାରିକ କଳହ ଉତ୍କଟ ରୂପ ନେଲାଣି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ହାତଧରି ବିବାହ କରିଥିବା ପତ୍ନୀର ଜୀବନ ନେଉଛି ସ୍ୱାମୀ। କେବଳ ପତ୍ନୀ ନୁହେଁ ଛୋଟ ଶିଶୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେବ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଯେଉଁଥି ପାଇଁ ଅନାଥ ହୋଇଯାଉଛନ୍ତି କୁନି ପୁଅ ଏବଂ ଝିଅ। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଜେଲ୍‍ ଯାଉଥିବା ବେଳେ ପିଲାର ଭବିଷ୍ୟତ ଅନ୍ଧାର ହୋଇଯାଉଛି। ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ହେଲା ଯୌଥ ପରିବାରର ଅଭାବ। କାରଣ ପତି,ପତ୍ନୀ ବିବାହ କରିବା ପରେ ଏକଲା ରହିବାକୁ ହିଁ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ସେମାନେ ପରିବାର ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଉଛନ୍ତି। ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲେ ଏହାକୁ ସମାଧାନ କରିବାକୁ କେହି ନାହାନ୍ତିଁ। ଦମ୍ପତିଙ୍କ ମଧ୍ୟରେ କଥା କଟାକଟି ପରେ ସବୁ କିଛି ଓଲଟପାଲଟ ହୋଇଯାଉଛି। ସ୍ୱାମୀ ଧାରୁଆ ଛୁରିରେ ସ୍ତ୍ରୀର ବେକ କାଟି ହତ୍ୟା କରୁଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

୨୦୨୧ରେ ୪୭ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୪୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୧୬ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୨୦ରେ ୪୯ଟି ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୬୫ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ପ୍ରାୟ ୧୪ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୧୯ରେ ୩୯ ହତ୍ୟା ମାମଲା ହୋଇଥିବା ବେଳେ ୫୯ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୨୦ଟି ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୧୮ରେ ୪୩ଟି ହତ୍ୟା ମାମଲା ହୋଇଥିବା ବେଳେ ୪୩ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ପାରିବାରିକ କଳହ ପାଇଁ ୨୦ଟି ହତ୍ୟାକାଣ୍ଡ ଘଟିଥିଲା। ସେହିପରି ୨୦୧୭ରେ ୨୯ଟି ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୩୬ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୧୪ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଛୁରି ଭୁସି ସ୍ତ୍ରୀକୁ ହତ୍ୟା
ପାରିବାରିକ କଳହକୁ କେନ୍ଦ୍ରକରି ଗତକାଲି ଭରତପୁର ଥାନା ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ଛୁରି ଭୁସି ହତ୍ୟା କରିଛି ସ୍ୱାମୀ ସଞ୍ଜିତ୍‍ ଦାଶ। ଏଥିସହ ୫ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି। ୨୦୧୫ରେ ସଞ୍ଜିତ୍‍ ପ୍ରେମ ବିବାହ କରିଥିଲେ। ସ୍ତ୍ରୀ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଚାକିରି ନ କରି ନିଶା ଖାଉଥିଲେ। ଯେଉଁଥି ପାଇଁ ପାରିବାରିକ କଳହ ହେଉଥିଲା। ଶେଷରେ ଗତକାଲି ଛୁରିରେ ସ୍ତ୍ରୀକୁ ଭୁସି ହତ୍ୟା କରିଥିଲା ସଞ୍ଜିତ।

କୁନି ଝିଅ ଆଗରେ ମା’କୁ ହତ୍ୟା
ଗତ ଏପ୍ରିଲ ମାସ ୩୦ ତାରିଖରେ ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ କୁନି ଝିଅ ଆଗରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା। ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାଶ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପତ୍ନୀ ନିଳୀମା ଦାଶ ଓରଫ ଲିଲିକୁ ପିଟାପିଟି କରୁଥିଲା। ହେଲେ ଘଟଣା ଦିନ ଲିଲି କୌଣସି କାରଣ ପାଇଁ କୁନି ଝିଅକୁ ଗାଳି ଦେଇଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଥିଲା।

ପତ୍ନୀ ଏବଂ ଶାଳୀଙ୍କୁ ବୀଭତ୍ସ ହତ୍ୟା
ଗତ ଏପ୍ରିଲ ୭ ତାରିଖରେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଡବଲ ମର୍ଡର ହତ୍ୟାକାଣ୍ଡ ଘଟିଥିଲା। ଏସି ଅପରେଟର ଭାବେ କାମ କରୁଥିବା ବିଜୟ କେତନ ସେଠୀ ତାଙ୍କ ପତ୍ନୀ ଗାୟତ୍ରୀ ଓ ଶାଳୀ ସରସ୍ୱତୀଙ୍କୁ ଟାଙ୍ଗିଆରେ ହାଣୀ ହତ୍ୟା କରିଥିଲା। ଅଭିଯୁକ୍ତ ୨୦୧୧ରେ ଗାୟତ୍ରୀଙ୍କୁ ବିବାହ କରିଥିଲେ। ବିବାହର ୧୧ବର୍ଷ ପରେ ପିଲାଛୁଆ ହେଉନଥିଲା। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ତେଣୁ ଏହି କାରଣକୁ ନେଇ ଅଭିଯୁକ୍ତ ସ୍ତ୍ରୀ ଏବଂ ଶାଳୀକୁ ହତ୍ୟା କରିଥିଲା।

ଛୁଆକୁ ହତ୍ୟା କରି ଝୁଲି ପଡ଼ିଥିଲେ ଦମ୍ପତି
ଏପ୍ରିଲ ୨୮ରେ ପାରିବାରିକ କଳହକୁ କେନ୍ଦ୍ରକରି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରରେ ଦୁଃଖଦ ଘଟଣା ଦେଖିବାକୁ ମଳିଥିଲା। ୧୫ ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ବେକରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ। ମୃତକମାନେ ହେଲେ ମହାରାଷ୍ଟ୍ରର ତୁଷାର ରାଜେନ୍ଦ୍ର ଜଗତବ(୨୬), ସ୍ତ୍ରୀ ନୀଳା ତୁଷାର ଜଗ୍‍ତବ୍‍(୨୨) ଓ ଝିଅ ଶିବିନ୍ୟା।

11 Jun 2022 By The Sakala

https://www.thesakala.in/crime/murder-arises-due-to-family-dispute-in-bhubaneswar/article-12359
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର