୩ ପୁଅଙ୍କୁ ହତ୍ୟା କରି ଜେଲ୍‌ରୁ ଫେରିଥିଲେ, ଏବେ ଆଶ୍ରୟଦାତ୍ରୀଙ୍କୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ କଲେ ଆତ୍ମହତ୍ୟା

Suryakanta Picture
Published On

ମଧ୍ୟପ୍ରଦେଶର ଭୋପାଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି, ଯିଏକି ନିଜର ତିନି ପୁଅଙ୍କୁ ହତ୍ୟା କରିବା ଅଭିଯୋଗରେ ୧୮ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ମୁକୁଳିଥିଲେ, ସେ ପୁଣିଥରେ ଏକ ବର୍ବର କାଣ୍ଡ ଘଟାଇଛନ୍ତି। ଜେଲରୁ ବାହାରିବା ପରେ ଯେଉଁ ମହିଳା ତାଙ୍କୁ ଆଶ୍ରୟ ଦେଇଥିଲେ, ତାଙ୍କୁ ହିଁ ସେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ନିଜେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

୧୮ ବର୍ଷ ଜେଲ୍‌ ଦଣ୍ଡ ଭୋଗି ଫେରିଥିଲେ ଅଭିଯୁକ୍ତ

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ପ୍ରୀତମ କୁଶୱା। ସେ ଅତୀତରେ ନିଜର ତିନି ନାବାଳକ ପୁତ୍ରଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲେ। ଏହି ଜଘନ୍ୟ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ଏବଂ ସେ ୧୮ ବର୍ଷ କାଳ ଜେଲରେ କାଟିବା ପରେ ଗତ ବର୍ଷ ମୁକୁଳିଥିଲେ। ଜେଲରୁ ବାହାରି ନିଜ ଗାଁ ତେନ୍ଦୁଖେଡା ଯିବା ପରେ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଥିଲେ। ଏଭଳି ସ୍ଥିତିରେ ତାଙ୍କର ସମ୍ପର୍କୀୟ ତଥା ଗୁରୁଭଉଣୀ ୫୦ ବର୍ଷୀୟା ଦୁର୍ଗା ତାଙ୍କୁ ଭୋପାଳରେ ଆଶ୍ରୟ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଘର ଖାଲି କରିବାକୁ କହିବାରୁ ହତ୍ୟା

ଗତ ଏକ ବର୍ଷ ଧରି ପ୍ରୀତମ, ଦୁର୍ଗାଙ୍କ ଘରେ ରହୁଥିଲେ। କିନ୍ତୁ ଗତ କିଛି ମାସ ହେବ ଦୁର୍ଗା ତାଙ୍କୁ ଘର ଖାଲି କରିବାକୁ ଚାପ ପକାଉଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଘଟଣା ଦିନ ପ୍ରୀତମ, ଦୁର୍ଗାଙ୍କୁ ସଫେଇ ବାହାନାରେ ତାଙ୍କ ନିର୍ମାଣାଧୀନ ଘରକୁ ଡାକି ନେଇଥିଲେ। ସେଠାରେ ସେ ଏକ ଧାରୁଆ ଅସ୍ତ୍ରରେ ଦୁର୍ଗାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା

ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ଭୋପାଳର ନିଶାତପୁରା ଅଞ୍ଚଳରେ ଏକ ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା। ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp