ମନୋରଞ୍ଜନ
ଓଡ଼ିଶା
ଲୁଟେରାଙ୍କ ବାଟ ଓଗାଳିଲା ବାଉଁଶ ପୋଲ, ଦାମୀ କାର୍ ଛାଡି ୫ରୁ ଅଧିକ ଡକାୟତ ଫେରାର
ଉଦଳା: ଆନ୍ତଃରାଜ୍ୟ ଲୁଟେରାଙ୍କ ବାଟ ଓଗାଳିଲା ବାଉଁଶପୋଲ। ଦାମୀ କାରରେ ଆସି ପୋଲ ଉପରେ କାର ଛାଡି ଫେରାର ହୋଇଗଲେ ୫ରୁ ଅଧିକ ଡକାୟତ। ଗାଡିରେ ରହିଛି ଗ୍ୟାସ କଟର, ସ୍ପ୍ରେ ଏବଂ ମାସ୍କ। । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ । ଖବର ଅନୁଯାୟୀ, ବୁଧବାର ରାତିରେ ସୋର ଥାନା ଅଞ୍ଚଳର ୨ ଗୋଟି ଏଟିଏମରୁ ଲୁଟ ହୋଇଥିଲା। ଏହି ଆନ୍ତଃରାଜ୍ୟ ଲୁଟେରାମାନେ ସେଠାରୁ ଲୁଟ୍ […]
ଉଦଳା: ଆନ୍ତଃରାଜ୍ୟ ଲୁଟେରାଙ୍କ ବାଟ ଓଗାଳିଲା ବାଉଁଶପୋଲ। ଦାମୀ କାରରେ ଆସି ପୋଲ ଉପରେ କାର ଛାଡି ଫେରାର ହୋଇଗଲେ ୫ରୁ ଅଧିକ ଡକାୟତ। ଗାଡିରେ ରହିଛି ଗ୍ୟାସ କଟର, ସ୍ପ୍ରେ ଏବଂ ମାସ୍କ। । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ ।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି
ଖବର ଅନୁଯାୟୀ, ବୁଧବାର ରାତିରେ ସୋର ଥାନା ଅଞ୍ଚଳର ୨ ଗୋଟି ଏଟିଏମରୁ ଲୁଟ ହୋଇଥିଲା। ଏହି ଆନ୍ତଃରାଜ୍ୟ ଲୁଟେରାମାନେ ସେଠାରୁ ଲୁଟ୍ କରି ଖସି ଆସିଥିବା ସନ୍ଦେହ କରାଯାଉଛି। ବାଟ ଭୁଲି ବାଉଁଶ ପୋଲ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ଗାଡି ପାର ନହେବାରୁ ଗାଡି ଛାଡି ୫ରୁ ଅଧିକ ଲୁଟେରା ଖସି ଯାଇଛନ୍ତି। ପୁଲିସ ଗାଡିକୁ ଧରିବାକୁ ଚେଷ୍ଟା କରିଥିବା ବେଳେ ଲୁଟେରାମାନେ ପୁଲିସକୁ ଚକମା ଦେଇ ଖସି ଯାଇଛନ୍ତି । ଣ୍ଟଣ୍ଟା ପୁଲିସ ଗାଡିକୁ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ






