ଧଉଳିରେ ଲଜ୍ଜାଜନକ ଘଟଣା: ପୁରୁଷବନ୍ଧୁଙ୍କୁ ମାଡ଼ ମାରି ନାବାଳିକାକୁ ଗଣଦୁଷ୍କର୍ମ, ଦୁଇ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀ ଏବଂ ରାମଚଣ୍ଡୀ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭିନଥିବା ବେଳେ ରାଜଧାନୀ ଉପକଣ୍ଠ ଧଉଳିରୁ ପୁଣି ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁରୁଷବନ୍ଧୁଙ୍କ ସହ ବୁଲି ଯାଇଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦି’ପହରେ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରି ତାଙ୍କ ଆଖି ଆଗରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ୧୦ ତାରିଖରେ ଏହି ବର୍ବର କାଣ୍ଡ  ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଏହି ଘଟଣା‌ରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ସୂଚନା ମୁତାବକ, ନାବାଳିକାଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିଲେ। ପରେ ସେମାନେ ଲିଙ୍ଗିପୁର ନିକଟ ଦୟାନଦୀ କୂଳ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ଲୁଟ୍‌ ଉଦ୍ୟମ  କରିଥିଲେ। ନାବାଳିକା ଏବଂ ପୁରୁଷବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଆଖି ଆଗରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଜଣଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଯୌନପିପାସୁ ରାକ୍ଷସମାନେ କିଛି ଶୁଣି ନଥିଲେ। ପରେ ସେମାନେ ଉଭୟଙ୍କଠାରୁ ସୁନା, ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏହି ଘଟଣାରେ ନାବାଳିକା ଏବଂ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp