ମାଷ୍ଟର୍‌‌ମାଇଣ୍ଡଙ୍କ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ନାବାଳକ, ଗଢ଼ୁଛନ୍ତି ଅପରାଧ ଗ୍ୟାଙ୍ଗ୍‌‌

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଅପରେଟ୍‌‌ ହେଉଛି ନାବାଳକ ଲୁଟେରା ଗ୍ୟାଙ୍ଗ। ସେମାନେ ଝରକା, ଗ୍ରୀଲ୍‌‌ ଏବଂ ସ୍କାଏ ଲାଇଟ୍‌‌ ତାଡ଼ି ଘର ଭିତରେ ପଶି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗ ପଛର ମାଷ୍ଟର୍‌‌ମାଇଣ୍ଡ ସାଜିଛନ୍ତି ବରିଷ୍ଠ ଅପରାଧୀ। ବୟସ୍କଙ୍କ ପାଇଁ ଆଇନ୍‌‌ କଡ଼ା କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ଥିବାରୁ ସେମାନେ ନାବାଳକ ମାଧ୍ୟମରେ ଅପରାଧ ଘଟାଉଛନ୍ତି। କିଭଳି ଘରେ ପଶି ଚୋରି କରିବା, କିଭଳି ଲୁଟ୍‌‌ କରିବା ସବୁ ବିଦ୍ୟା ତାଙ୍କୁ ଶିଖାଉଛନ୍ତି ଏହି ମାଷ୍ଟର୍‌‌ମାଇଣ୍ଡ। ସେ ଅପରାଧସ୍ଥଳକୁ ନ […]

ଭୁବନେଶ୍ୱର: ରାଜଧାନୀରେ ଅପରେଟ୍‌‌ ହେଉଛି ନାବାଳକ ଲୁଟେରା ଗ୍ୟାଙ୍ଗ। ସେମାନେ ଝରକା, ଗ୍ରୀଲ୍‌‌ ଏବଂ ସ୍କାଏ ଲାଇଟ୍‌‌ ତାଡ଼ି ଘର ଭିତରେ ପଶି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗ ପଛର ମାଷ୍ଟର୍‌‌ମାଇଣ୍ଡ ସାଜିଛନ୍ତି ବରିଷ୍ଠ ଅପରାଧୀ। ବୟସ୍କଙ୍କ ପାଇଁ ଆଇନ୍‌‌ କଡ଼ା କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ଥିବାରୁ ସେମାନେ ନାବାଳକ ମାଧ୍ୟମରେ ଅପରାଧ ଘଟାଉଛନ୍ତି। କିଭଳି ଘରେ ପଶି ଚୋରି କରିବା, କିଭଳି ଲୁଟ୍‌‌ କରିବା ସବୁ ବିଦ୍ୟା ତାଙ୍କୁ ଶିଖାଉଛନ୍ତି ଏହି ମାଷ୍ଟର୍‌‌ମାଇଣ୍ଡ। ସେ ଅପରାଧସ୍ଥଳକୁ ନ ଆସି ଗୋଟିଏ ସ୍ଥାନରେ ବସି ଅପରାଧ ଘଟାଇବା ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ୍‌‌ କରୁଛନ୍ତି। ଆଉ ଏହାକୁ କାର୍ଯ୍ୟରେ ଲଗାଉଛନ୍ତି ଏହି ନାବାଳକ ଗ୍ୟାଙ୍ଗ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସହରରେ ହୋଇଥିବା ୮୦ ଚୋରିରୁ ୪୯ମାମଲାରେ ଏହି ନାବାଳକ ଗ୍ୟାଙ୍ଗ୍‌‌ ସମ୍ପୃକ୍ତ ରହୁଛନ୍ତି। ଅନେକ ବଡ଼ ବଡ଼ ମାମଲାରେ ସେମାନେ ଧରାପଡ଼ୁ ନ ଥିବା ବେଳେ ଛୋଟଛୋଟ ମାମଲାରେ ଧରାପଡ଼ି ସୁଧାର ଗୃହକୁ ଯାଉଛନ୍ତି। ସେଠାକୁ ଯାଇ ମଧ୍ୟ ସେମାନେ ସୁଧୁରୁୁନାହାନ୍ତି। ବରଂ ସଂଗଠିତ ହେଉଛନ୍ତି ବାଳ ଅପରାଧୀ। ଫେରିବା ପରେ ଅପରାଧ ଘଟାଉଛନ୍ତି। କିଭଳି ଚୋରି କରାଯିବ, କିପରି ମୋବାଇଲ୍‌‌ ଝାମ୍ପି ନେବେ, କିଭଳି ଲୁଟ୍‌‌ କରାଯିବ ସବୁ କିଛି କୌଶଳ ଶିଖାଉଛନ୍ତି ମାଷ୍ଟର୍‌‌ମାଇଣ୍ଡ। ମାଷ୍ଟରମାଇଣ୍ଡ ୫୦ ପ୍ରତିଶତ ଚୋରି ସାମଗ୍ରୀ ରଖୁଥିବା ବେଳେ ବାକି ନାବାଳକଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି। ଗତକାଲି ଗ୍ୟାରେଜ ଛକରୁ ହୋଇଥିବା ଚୋରି ମାମଲାରେ ଲିଙ୍ଗରାଜ ଥାନା ପୁଲିସ ଦୁଇ ନାବାଳକଙ୍କୁ ଧରି ଜୁଭେନାଇଲ୍‌‌ ଜଷ୍ଟିସ୍‌‌ ବୋର୍ଡରେ ହାଜର କରିବା ପରେ ସୁଦ୍ଧାର ଗୃହକୁ ପଠାଇ ଦେଇଛି। ସେମାନଙ୍କୁ ପଚରାଉଚରା କରିବା ପରେ ଏହି ନାବାଳକ ଗ୍ୟାଙ୍ଗ୍‌‌ ରାଜଧାନୀରେ କିଭଳି ଅପରେଟ୍‌‌ ହେଉଛି ତାହା ଜଣାପଡ଼ିଥିଲା। କେବଳ ଏହି ଗୋଟିଏ ନାବାଳକ ଗ୍ୟାଙ୍ଗ୍‌‌ ନୁହେଁ ଆହୁରି ମଧ୍ୟ ଗ୍ୟାଙ୍ଗ୍‌‌ ସହରରେ ଗଢ଼ି ଉଠିଥିବା ସେମାନେ କହୁଛନ୍ତି। ନିଶା ଏବଂ କିଛି ଟଙ୍କା ଦେଇ ମାଷ୍ଟର୍‌‌ମାଇଣ୍ଡ ସେମାନଙ୍କ ନିଜ ହାତ ମୁଠାରେ ରଖୁଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଛନ୍ତି। ଅଭ୍ୟାସଗତ ଅପରାଧୀଙ୍କୁ ପୁଲିସ ଟାର୍ଗେଟ କରୁଥିବା

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ବେଳେ, ନାବାଳକ ଗ୍ୟାଙ୍ଗ୍‌‌ ଉପରେ ପୁଲିସର ନଜର ପଡୁନି। ପୂରା ଘଟଣା ପଛର ମାଷ୍ଟର୍‌‌ମାଇଣ୍ଡ ଏବେ ଆଉ ଚୋରି ପାଇଁ କ୍ରାଇମସିନକୁ ନ ଯାଇ ନିଜ ଏଜେଣ୍ଟ ପଠାଇ ଦେଉଛନ୍ତି। ଟଙ୍କା ରୋଜଗାରର ସର୍ଟକଟ୍‌‌ ନିଶା ଏବେ ଯୁବପିଢିଙ୍କୁ ଏତେ ଘାରିଛି ଯେ, ସେମାନେ କିଛି ବି ଘଟଣା ଘଟାଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ଆଉ କିଛି ଚୋରଙ୍କ ସର୍ଦ୍ଦାର ଏହାର ଭରପୁର ଫାଇଦା ଉଠାଇ ନାବାଳକଙ୍କୁ ଗଳିକନ୍ଦିରେ ଲୁଟ କରିବାକୁ ପଠାଇ ପୁଲିସ ହାତରେ ବଳି ପକାଇ ଦେଉଛନ୍ତି। ନାବାଳକମାନଙ୍କ ପାଇଁ ଆଇନରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନ ଥିବାରୁ ଏହାର ଅପବ୍ୟବହାର ହେଉଥିବା ଆଇନଜୀବୀ ମତ ଦେଇଛନ୍ତି। ଚୋରିକରି ପୁଲିସ ହାତରେ ଧରାପଡ଼ିବା ପରେ ନାବାଳକଙ୍କୁ ଜୁଭେନାଲ କୋର୍ଟରେ ହାଜର କରାଯାଉଛି। କିନ୍ତୁ ସେମାନଙ୍କୁ ଗିରଫ କରିବାର ନିୟମ ନାହିଁ। ସେମାନଙ୍କୁ ଏନେଇ ବାଳ ସୁଧାର ଗୃହକୁ ପଠାଇ ଦେବାର ନିୟମ ରହିଛି। ଆଉ ସେମାନେ ବାଳ ସୁଧାର ଗୃହକୁ ଯାଉଛନ୍ତି, ସେଠାରେ ପୂର୍ବରୁ ଥିବା ଅନ୍ୟାମାନଙ୍କ ସହ ମିଶି ଗ୍ୟାଙ୍ଗ୍‌‌ ତିଆରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

24 Nov 2023 By The Sakala

ମାଷ୍ଟର୍‌‌ମାଇଣ୍ଡଙ୍କ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ନାବାଳକ, ଗଢ଼ୁଛନ୍ତି ଅପରାଧ ଗ୍ୟାଙ୍ଗ୍‌‌

ଭୁବନେଶ୍ୱର: ରାଜଧାନୀରେ ଅପରେଟ୍‌‌ ହେଉଛି ନାବାଳକ ଲୁଟେରା ଗ୍ୟାଙ୍ଗ। ସେମାନେ ଝରକା, ଗ୍ରୀଲ୍‌‌ ଏବଂ ସ୍କାଏ ଲାଇଟ୍‌‌ ତାଡ଼ି ଘର ଭିତରେ ପଶି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗ ପଛର ମାଷ୍ଟର୍‌‌ମାଇଣ୍ଡ ସାଜିଛନ୍ତି ବରିଷ୍ଠ ଅପରାଧୀ। ବୟସ୍କଙ୍କ ପାଇଁ ଆଇନ୍‌‌ କଡ଼ା କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ଥିବାରୁ ସେମାନେ ନାବାଳକ ମାଧ୍ୟମରେ ଅପରାଧ ଘଟାଉଛନ୍ତି। କିଭଳି ଘରେ ପଶି ଚୋରି କରିବା, କିଭଳି ଲୁଟ୍‌‌ କରିବା ସବୁ ବିଦ୍ୟା ତାଙ୍କୁ ଶିଖାଉଛନ୍ତି ଏହି ମାଷ୍ଟର୍‌‌ମାଇଣ୍ଡ। ସେ ଅପରାଧସ୍ଥଳକୁ ନ ଆସି ଗୋଟିଏ ସ୍ଥାନରେ ବସି ଅପରାଧ ଘଟାଇବା ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ୍‌‌ କରୁଛନ୍ତି। ଆଉ ଏହାକୁ କାର୍ଯ୍ୟରେ ଲଗାଉଛନ୍ତି ଏହି ନାବାଳକ ଗ୍ୟାଙ୍ଗ।

ସହରରେ ହୋଇଥିବା ୮୦ ଚୋରିରୁ ୪୯ମାମଲାରେ ଏହି ନାବାଳକ ଗ୍ୟାଙ୍ଗ୍‌‌ ସମ୍ପୃକ୍ତ ରହୁଛନ୍ତି। ଅନେକ ବଡ଼ ବଡ଼ ମାମଲାରେ ସେମାନେ ଧରାପଡ଼ୁ ନ ଥିବା ବେଳେ ଛୋଟଛୋଟ ମାମଲାରେ ଧରାପଡ଼ି ସୁଧାର ଗୃହକୁ ଯାଉଛନ୍ତି। ସେଠାକୁ ଯାଇ ମଧ୍ୟ ସେମାନେ ସୁଧୁରୁୁନାହାନ୍ତି। ବରଂ ସଂଗଠିତ ହେଉଛନ୍ତି ବାଳ ଅପରାଧୀ। ଫେରିବା ପରେ ଅପରାଧ ଘଟାଉଛନ୍ତି। କିଭଳି ଚୋରି କରାଯିବ, କିପରି ମୋବାଇଲ୍‌‌ ଝାମ୍ପି ନେବେ, କିଭଳି ଲୁଟ୍‌‌ କରାଯିବ ସବୁ କିଛି କୌଶଳ ଶିଖାଉଛନ୍ତି ମାଷ୍ଟର୍‌‌ମାଇଣ୍ଡ। ମାଷ୍ଟରମାଇଣ୍ଡ ୫୦ ପ୍ରତିଶତ ଚୋରି ସାମଗ୍ରୀ ରଖୁଥିବା ବେଳେ ବାକି ନାବାଳକଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି। ଗତକାଲି ଗ୍ୟାରେଜ ଛକରୁ ହୋଇଥିବା ଚୋରି ମାମଲାରେ ଲିଙ୍ଗରାଜ ଥାନା ପୁଲିସ ଦୁଇ ନାବାଳକଙ୍କୁ ଧରି ଜୁଭେନାଇଲ୍‌‌ ଜଷ୍ଟିସ୍‌‌ ବୋର୍ଡରେ ହାଜର କରିବା ପରେ ସୁଦ୍ଧାର ଗୃହକୁ ପଠାଇ ଦେଇଛି। ସେମାନଙ୍କୁ ପଚରାଉଚରା କରିବା ପରେ ଏହି ନାବାଳକ ଗ୍ୟାଙ୍ଗ୍‌‌ ରାଜଧାନୀରେ କିଭଳି ଅପରେଟ୍‌‌ ହେଉଛି ତାହା ଜଣାପଡ଼ିଥିଲା। କେବଳ ଏହି ଗୋଟିଏ ନାବାଳକ ଗ୍ୟାଙ୍ଗ୍‌‌ ନୁହେଁ ଆହୁରି ମଧ୍ୟ ଗ୍ୟାଙ୍ଗ୍‌‌ ସହରରେ ଗଢ଼ି ଉଠିଥିବା ସେମାନେ କହୁଛନ୍ତି। ନିଶା ଏବଂ କିଛି ଟଙ୍କା ଦେଇ ମାଷ୍ଟର୍‌‌ମାଇଣ୍ଡ ସେମାନଙ୍କ ନିଜ ହାତ ମୁଠାରେ ରଖୁଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଛନ୍ତି। ଅଭ୍ୟାସଗତ ଅପରାଧୀଙ୍କୁ ପୁଲିସ ଟାର୍ଗେଟ କରୁଥିବା

ବେଳେ, ନାବାଳକ ଗ୍ୟାଙ୍ଗ୍‌‌ ଉପରେ ପୁଲିସର ନଜର ପଡୁନି। ପୂରା ଘଟଣା ପଛର ମାଷ୍ଟର୍‌‌ମାଇଣ୍ଡ ଏବେ ଆଉ ଚୋରି ପାଇଁ କ୍ରାଇମସିନକୁ ନ ଯାଇ ନିଜ ଏଜେଣ୍ଟ ପଠାଇ ଦେଉଛନ୍ତି। ଟଙ୍କା ରୋଜଗାରର ସର୍ଟକଟ୍‌‌ ନିଶା ଏବେ ଯୁବପିଢିଙ୍କୁ ଏତେ ଘାରିଛି ଯେ, ସେମାନେ କିଛି ବି ଘଟଣା ଘଟାଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ଆଉ କିଛି ଚୋରଙ୍କ ସର୍ଦ୍ଦାର ଏହାର ଭରପୁର ଫାଇଦା ଉଠାଇ ନାବାଳକଙ୍କୁ ଗଳିକନ୍ଦିରେ ଲୁଟ କରିବାକୁ ପଠାଇ ପୁଲିସ ହାତରେ ବଳି ପକାଇ ଦେଉଛନ୍ତି। ନାବାଳକମାନଙ୍କ ପାଇଁ ଆଇନରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନ ଥିବାରୁ ଏହାର ଅପବ୍ୟବହାର ହେଉଥିବା ଆଇନଜୀବୀ ମତ ଦେଇଛନ୍ତି। ଚୋରିକରି ପୁଲିସ ହାତରେ ଧରାପଡ଼ିବା ପରେ ନାବାଳକଙ୍କୁ ଜୁଭେନାଲ କୋର୍ଟରେ ହାଜର କରାଯାଉଛି। କିନ୍ତୁ ସେମାନଙ୍କୁ ଗିରଫ କରିବାର ନିୟମ ନାହିଁ। ସେମାନଙ୍କୁ ଏନେଇ ବାଳ ସୁଧାର ଗୃହକୁ ପଠାଇ ଦେବାର ନିୟମ ରହିଛି। ଆଉ ସେମାନେ ବାଳ ସୁଧାର ଗୃହକୁ ଯାଉଛନ୍ତି, ସେଠାରେ ପୂର୍ବରୁ ଥିବା ଅନ୍ୟାମାନଙ୍କ ସହ ମିଶି ଗ୍ୟାଙ୍ଗ୍‌‌ ତିଆରି କରୁଛନ୍ତି।

https://www.thesakala.in/crime/masterminds-plan-is-executed-by-the-minors-forming-the-criminal-gang/article-27613
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର