କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ରିମାଣ୍ଡର ତୃତୀୟ ଦିନ, ନୂଆ ସୁରାକ ପାଇଁ ଅଭିଯୁକ୍ତଙ୍କୁ ସ୍ପଟ୍‌କୁ ନେଉଛି କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ବର: ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାସଙ୍ଗେ ବସାଇ ଗୋଟି ଗୋଟି ସତ ଉଗାରିବ ପୁଲିସ । ଏହି ମାମଲାର ତଦନ୍ତ ପାଇଁ ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ […]

ଭୁବନେଶ୍ବର: ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାସଙ୍ଗେ ବସାଇ ଗୋଟି ଗୋଟି ସତ ଉଗାରିବ ପୁଲିସ । ଏହି ମାମଲାର ତଦନ୍ତ ପାଇଁ ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଆଜି ଦୁଇଟି ଗାଡ଼ିରେ ଅଭିଯୁକ୍ତଙ୍କୁ  କ୍ରାଇମବ୍ରାଞ୍ଚକୁ କୌଣସି ଏକ ନୂଆ ସୁରାକ ପାଇଁ ସ୍ପଟ୍‌କୁ ନେଉଥିବା ଜଣାପଡ଼ିଛି। ତେବେ ୪ ଜଣଙ୍କୁ କୁଆଡ଼େ ନିଆଯାଉଛି ସେ ନେଇ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ ।  ଆଜି କ୍ରାଇମ ସିନ୍ ରିକ୍ରିଏସନ୍ ହେବନି । ଆସନ୍ତାକାଲି ହେବ  କ୍ରାଇମ ସିନ୍ ରିକ୍ରିଏସନ୍ ହେବ ବୋଲି ମୁଖ୍ୟାଳୟରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ସୂଚନା ଅନୁଯାୟୀ, ସ୍ପେଶାଲ ଇଣ୍ଟରଗେସନ ରୁମରେ ଜେରା ପରେ ଅଭିଯୁକ୍ତମାନଙ୍କ ହାବଭାବ କେମିତି ରହୁଛି, ଇଣ୍ଟରଗେସନ ରୁମ୍ ବାହାରୁ ନଜର ରଖୁଛି ଟିମ । ୪ ଅଭିଯୁକ୍ତଙ୍କୁ କ୍ରସ ଇଣ୍ଟରୋଗେସନ କରୁଛି ଟିମ୍ । ହତ୍ୟା ପୂର୍ବରୁ ସାଧା କାଗଜରେ ମାନସଙ୍କ ହତ୍ୟାକାରୀ ନେଇଥିଲେ ଦସ୍ତଖତ । ଫେବୃୟାରୀ ୭ ତାରିଖରେ ଅପହରଣ କରି ହତ୍ୟା କରିବା ପରେ ଖସିବା ପାଇଁ କରିଥିଲେ ରଣନୀତି । ମାନସଠାରୁ ଚିପ୍ ନେଇ ମାନସଙ୍କୁ ଛାଡି ଦେଇଛି ବୋଲି ଅଣ୍ଡରଟେକିଂ ଲେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । କିନ୍ତୁ ଅଣ୍ଡରଟେକିଂ ମାନସ ଲେଖିନଥିଲେ । ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ଯାଞ୍ଚରେ ଧରା ପଡ଼ିବା ଭୟରେ ଦୁଇ ଜଣଙ୍କ ଇଙ୍ଗିତରେ ଝୁନା ଭୋଇ ଲେଖିଥିଲେ ଅଣ୍ଡରଟେକିଂ । ସାଧା କାଗଜରେ ଜୋର ଜବରଦସ୍ତ ମାନସଙ୍କ ଦସ୍ତଖତ ନେଇ ଅଣ୍ଡଟେକିଂ ଲେଖିଥିଲେ ଝୁନା । ଜେରା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏଭଳି ସାଂଘାତିକ ସତ । ଅଣ୍ଡରଟେକିଂରେ କାହାର ଲେଖା ରହିଛି ଏଥିପାଇଁ ଫରେନସିକ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଏ ନେଇ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କ ଦସ୍ତଖତ ନେଇଛି ପୁଲିସ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

31 Mar 2022 By The Sakala

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ରିମାଣ୍ଡର ତୃତୀୟ ଦିନ, ନୂଆ ସୁରାକ ପାଇଁ ଅଭିଯୁକ୍ତଙ୍କୁ ସ୍ପଟ୍‌କୁ ନେଉଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାସଙ୍ଗେ ବସାଇ ଗୋଟି ଗୋଟି ସତ ଉଗାରିବ ପୁଲିସ । ଏହି ମାମଲାର ତଦନ୍ତ ପାଇଁ ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ ।

ଆଜି ଦୁଇଟି ଗାଡ଼ିରେ ଅଭିଯୁକ୍ତଙ୍କୁ  କ୍ରାଇମବ୍ରାଞ୍ଚକୁ କୌଣସି ଏକ ନୂଆ ସୁରାକ ପାଇଁ ସ୍ପଟ୍‌କୁ ନେଉଥିବା ଜଣାପଡ଼ିଛି। ତେବେ ୪ ଜଣଙ୍କୁ କୁଆଡ଼େ ନିଆଯାଉଛି ସେ ନେଇ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ ।  ଆଜି କ୍ରାଇମ ସିନ୍ ରିକ୍ରିଏସନ୍ ହେବନି । ଆସନ୍ତାକାଲି ହେବ  କ୍ରାଇମ ସିନ୍ ରିକ୍ରିଏସନ୍ ହେବ ବୋଲି ମୁଖ୍ୟାଳୟରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସ୍ପେଶାଲ ଇଣ୍ଟରଗେସନ ରୁମରେ ଜେରା ପରେ ଅଭିଯୁକ୍ତମାନଙ୍କ ହାବଭାବ କେମିତି ରହୁଛି, ଇଣ୍ଟରଗେସନ ରୁମ୍ ବାହାରୁ ନଜର ରଖୁଛି ଟିମ । ୪ ଅଭିଯୁକ୍ତଙ୍କୁ କ୍ରସ ଇଣ୍ଟରୋଗେସନ କରୁଛି ଟିମ୍ । ହତ୍ୟା ପୂର୍ବରୁ ସାଧା କାଗଜରେ ମାନସଙ୍କ ହତ୍ୟାକାରୀ ନେଇଥିଲେ ଦସ୍ତଖତ । ଫେବୃୟାରୀ ୭ ତାରିଖରେ ଅପହରଣ କରି ହତ୍ୟା କରିବା ପରେ ଖସିବା ପାଇଁ କରିଥିଲେ ରଣନୀତି । ମାନସଠାରୁ ଚିପ୍ ନେଇ ମାନସଙ୍କୁ ଛାଡି ଦେଇଛି ବୋଲି ଅଣ୍ଡରଟେକିଂ ଲେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । କିନ୍ତୁ ଅଣ୍ଡରଟେକିଂ ମାନସ ଲେଖିନଥିଲେ । ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ଯାଞ୍ଚରେ ଧରା ପଡ଼ିବା ଭୟରେ ଦୁଇ ଜଣଙ୍କ ଇଙ୍ଗିତରେ ଝୁନା ଭୋଇ ଲେଖିଥିଲେ ଅଣ୍ଡରଟେକିଂ । ସାଧା କାଗଜରେ ଜୋର ଜବରଦସ୍ତ ମାନସଙ୍କ ଦସ୍ତଖତ ନେଇ ଅଣ୍ଡଟେକିଂ ଲେଖିଥିଲେ ଝୁନା । ଜେରା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏଭଳି ସାଂଘାତିକ ସତ । ଅଣ୍ଡରଟେକିଂରେ କାହାର ଲେଖା ରହିଛି ଏଥିପାଇଁ ଫରେନସିକ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଏ ନେଇ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କ ଦସ୍ତଖତ ନେଇଛି ପୁଲିସ ।

https://www.thesakala.in/crime/manas-swain-murder-case-crime-branchs-investigation-is-ongoing/article-10394
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର