ମମିତା ହତ୍ୟାକାଣ୍ଡ ଘଟଣା: ଜେଏମଏଫସି କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ

The Sakala Picture
Published On

ବଙ୍ଗୋମୁଣ୍ଡା: ମମିତା ହତ୍ୟାକାଣ୍ଡ ଘଟଣାରେ JMFC ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା JMFC ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା ସରକାରୀ ଓକିଲ ବାସୁଦେବ ରାୟ କହିଛନ୍ତି। ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ […]

ବଙ୍ଗୋମୁଣ୍ଡା: ମମିତା ହତ୍ୟାକାଣ୍ଡ ଘଟଣାରେ JMFC ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା JMFC ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା ସରକାରୀ ଓକିଲ ବାସୁଦେବ ରାୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ ୨ ଜଣ । ଆଜି ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ରାଧେଶ୍ୟାମ ଗୋବିନ୍ଦକୁ ସହଯୋଗ କରିଥିବା ଯୋଗୁ ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପ କାରଗାରରେ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର