କଳାରାହାଙ୍ଗର କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ

The Sakala Picture
Published On

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି।  ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ଯନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହା ସହ ଟ୍ବିନ୍‌ସିଟିରେ ୯୧ […]

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି।  ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ଯନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ସୂଚନା ଅନୁଯାୟୀ, ଗତକାଲି କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହା ସହ ଟ୍ବିନ୍‌ସିଟିରେ ୯୧ ଟି ପ୍ଲଟ୍‌ ଏବଂ ଏକାଧିକ କୋଠାବାଡ଼ି ଥିବା ମଧ୍ୟ ଜଣାପଡ଼ିଥିଲା। ମାସିକ ପ୍ରାୟ ୪୫ ହଜାର ଟଙ୍କା ଦରମା ପାଉଥିବା ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ପ୍ଲଟ୍‍, ଏକାଧିକ ଫ୍ଲାଟ୍‍, ବହୁତଳ କୋଠା, ମାର୍କେଟ କମ୍ପେ୍ଲକ୍ସ, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବହୁମୂଲ୍ୟବାନ ଅଳଙ୍କାର ଆଦି ରହିବା ଖବର ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ଗୁରୁବାର ଭୋର ୪ଟାରୁ ଭିଜିଲାନ୍ସ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକଙ୍କ ଘର ସହିତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲା। ରଘୁନାଥପୁରରେ ଥିବା ରୟାଲ ଲାଗୁନ୍‍ ଆପାର୍ଟମେଣ୍ଟ, ରଘୁନାଥନଗରରେ ଥିବା ଗୋବିନ୍ଦ ଭବନର ୩ ମହଲା ଘର, ଗୋବିନ୍ଦ ଭବନ ପଛ ପଟେ ଥିବା ୩ ମହଲା ଘର, ରଘୁନାଥନଗରରେ ଥିବା ଆଉ ଏକ ୨ମହଲା ବିଶିଷ୍ଟ ଘର, ଗାଁ ପୋଖରୀ ନିକଟରେ ଥିବା ଏକମହଲା ଘର, ଗ୍ରୀନ୍‍ ଗାର୍ଡେନ ଆପାର୍ଟମେଣ୍ଟ, ରୟାଲ ଆର୍କେଡ଼ ଆପାର୍ଟମେଣ୍ଟ, ବାଙ୍କି ଛ’ଘରିଆରେ ଥିବା ଆଉଟ୍‍ ହାଉସ୍‍ ଏବଂ କଳାରାହାଙ୍ଗରେ ଥିବା ଭେଟେରେନାରୀ ଅଫିସ୍‍ରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଭିଜିଲାନ୍ସର ୯ଟି ଟିମ୍‍ ସାମିଲ୍‍ ହୋଇଥିଲେ। ଏଥିରେ ୫ଜଣ ଡିଏସ୍‍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଚଢ଼ଉରେ ତାଙ୍କର ୭.୨୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ରାଉତଙ୍କର ଭୁବନେଶ୍ୱର ଏବଂ କଟକରେ ୯୧ଟି ପ୍ଲଟ୍‍, ୨ଟି ଫ୍ଲାଟ୍‍, ୫ଟି ବିଲ୍ଡିଂ, ୫୦୦ ଗ୍ରାମର ସୁନା ଅଳଙ୍କାର ଏବଂ ୩୯.୪୮ ଲକ୍ଷର ବିଭିନ୍ନ ବ୍ୟାଙ୍କ୍‍ ଖାତାରେ ଜମାରାଶି ରହିଛି। ଭୁବନେଶ୍ୱରର ମୁଖ୍ୟ ସ୍ଥାନରେ ୮୧ଟି ପ୍ଲଟ୍‍ ରହିଥିବା ବେଳେ କଟକରେ ୧୦ଟି ପ୍ଲଟ୍‍ ରହିଛି, ଯାହାର ମୂଲ୍ୟ ୩.୩୩ କୋଟି ହେବ। ରଘୁନାଥପୁର ଗୋବିନ୍ଦ ଭବନରେ ଥିବା ୩ ତାଲା ମାର୍କେଟ କମ୍ପେ୍ଲକ୍ସର ମୂଲ୍ୟ ୧.୪୬କୋଟି ହେବ। ସେହିପରି ଗୋବିନ୍ଦ ଭବନ ପଛ ପଟରେ ୬୦୦୦ ବର୍ଗଫୁଟ୍‍ର ଏକ ତିନି ମହଲା କୋଠା ରହିଛି, ଯାହାର ଦାମ୍‍ ୩୭.୬୪କୋଟି। ସେହିପରି ରଘୁନାଥପୁରରେ ଥିବା ରୋୟାଲ ଲଗୁନ୍‍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩ ବିଏଚ୍‍କେ ଫ୍ଲାଟ୍‍ ରହିଛି, ଯାହାର ଦାମ୍‍ ପ୍ରାୟ ୩୭.୦୨ ଲକ୍ଷ ଟଙ୍କା। ରଘୁନାଥପୁରର ଗ୍ରୀନ୍‍ ଗାର୍ଡେନ୍‍ ଆପାର୍ଟମେଣ୍ଟରେ ତାଙ୍କର ୩୪.୨୭ ଲକ୍ଷ ଟଙ୍କା ମୂଲ୍ୟର ୩ଟି ବେଡ୍‍ରୁମ୍‍ ବିଶିଷ୍ଟ ଏକ ଫ୍ଲାଟ୍‍ ରହିଛି। ଭୁବନେଶ୍ୱରର ରୟାଲ ଆର୍କେଡ୍‍ ଚତୁର୍ଥ ମହଲାରେ ତାଙ୍କର ୩ ବେଡ୍ରୁମ୍‍ ବିଶିଷ୍ଟ ଆଉ ଏକ ଫ୍ଲାଟ୍‍ ରହିଛି, ଯାହାର ମୂଲ୍ୟ ୩୭.୦୨ ଲକ୍ଷ ଟଙ୍କା ହେବ। ରଘୁନାଥନଗରରେ ଥିବା ୨ମହଲା କୋଠାର ମୂଲ୍ୟ ୩୨ଲକ୍ଷ ହେବ। ସେହିପରି ରଘୁନାଥନଗରରେ ଥିବା୧୫୦୦ବର୍ଗପୁଟର ୨୮.୨୮ ଲକ୍ଷ ଟଙ୍କାର ଗୋଟିଏ ତାଲା କୋଠା ରହିଛି। ରଘୁନାଥନଗରରେ ଥିବା ଦୁଇ ତାଲାର କୋଠାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଶ୍ରୀ ରାଉତଙ୍କର ବିଭିନ୍ନ ବ୍ୟାଙ୍କ୍‍ରେ ୩୯.୪୮ ଲକ୍ଷ ଟଙ୍କାର ଜମା ରହିଛି। ୫୦୦ଗ୍ରାମର ସୁନା ଏବଂ ୧୦ ଗ୍ରାମର ହୀରା, ୨୫୦ ଗ୍ରାମର ରୁପା ଅଳଙ୍କାର ଠାବ କରାଯାଇଛି, ଯାହାର ମୂଲ୍ୟ ୨୦.୬୦ ଲକ୍ଷ ଟଙ୍କା ହେବ। ୭.୯୭ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଗାଡ଼ି ଜବତ କରାଯାଇଛି। ତାଙ୍କର ଗୋଟିଏ ଦୁଇ ଚକିଆ ଗାଡ଼ି, ନଗଦ ଟଙ୍କା ଏବଂ ଘରର ଆସବାବପତ୍ର ରହିଛି, ଯାହାର ମୂଲ୍ୟ ୧୫.୧୬ ଲକ୍ଷ ଟଙ୍କା ହେବ। ବାବୁଙ୍କ ଠାକୁର ଘରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଠାକୁରଙ୍କ ଆସନ ରୁପାରେ କରାଯାଇଥିବା ବେଳେ ଘରେ ଦାମୀ ଦାମୀ ସାମଗ୍ରୀ ଲଗାଯାଇଛି। ଏସବୁ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ରାଉତଙ୍କୁ ଅଟକ ରଖିଥିଲା।

06 May 2022 By The Sakala

କଳାରାହାଙ୍ଗର କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି।  ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ଯନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହା ସହ ଟ୍ବିନ୍‌ସିଟିରେ ୯୧ ଟି ପ୍ଲଟ୍‌ ଏବଂ ଏକାଧିକ କୋଠାବାଡ଼ି ଥିବା ମଧ୍ୟ ଜଣାପଡ଼ିଥିଲା। ମାସିକ ପ୍ରାୟ ୪୫ ହଜାର ଟଙ୍କା ଦରମା ପାଉଥିବା ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ପ୍ଲଟ୍‍, ଏକାଧିକ ଫ୍ଲାଟ୍‍, ବହୁତଳ କୋଠା, ମାର୍କେଟ କମ୍ପେ୍ଲକ୍ସ, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବହୁମୂଲ୍ୟବାନ ଅଳଙ୍କାର ଆଦି ରହିବା ଖବର ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଗୁରୁବାର ଭୋର ୪ଟାରୁ ଭିଜିଲାନ୍ସ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକଙ୍କ ଘର ସହିତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲା। ରଘୁନାଥପୁରରେ ଥିବା ରୟାଲ ଲାଗୁନ୍‍ ଆପାର୍ଟମେଣ୍ଟ, ରଘୁନାଥନଗରରେ ଥିବା ଗୋବିନ୍ଦ ଭବନର ୩ ମହଲା ଘର, ଗୋବିନ୍ଦ ଭବନ ପଛ ପଟେ ଥିବା ୩ ମହଲା ଘର, ରଘୁନାଥନଗରରେ ଥିବା ଆଉ ଏକ ୨ମହଲା ବିଶିଷ୍ଟ ଘର, ଗାଁ ପୋଖରୀ ନିକଟରେ ଥିବା ଏକମହଲା ଘର, ଗ୍ରୀନ୍‍ ଗାର୍ଡେନ ଆପାର୍ଟମେଣ୍ଟ, ରୟାଲ ଆର୍କେଡ଼ ଆପାର୍ଟମେଣ୍ଟ, ବାଙ୍କି ଛ’ଘରିଆରେ ଥିବା ଆଉଟ୍‍ ହାଉସ୍‍ ଏବଂ କଳାରାହାଙ୍ଗରେ ଥିବା ଭେଟେରେନାରୀ ଅଫିସ୍‍ରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଭିଜିଲାନ୍ସର ୯ଟି ଟିମ୍‍ ସାମିଲ୍‍ ହୋଇଥିଲେ। ଏଥିରେ ୫ଜଣ ଡିଏସ୍‍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଚଢ଼ଉରେ ତାଙ୍କର ୭.୨୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ରାଉତଙ୍କର ଭୁବନେଶ୍ୱର ଏବଂ କଟକରେ ୯୧ଟି ପ୍ଲଟ୍‍, ୨ଟି ଫ୍ଲାଟ୍‍, ୫ଟି ବିଲ୍ଡିଂ, ୫୦୦ ଗ୍ରାମର ସୁନା ଅଳଙ୍କାର ଏବଂ ୩୯.୪୮ ଲକ୍ଷର ବିଭିନ୍ନ ବ୍ୟାଙ୍କ୍‍ ଖାତାରେ ଜମାରାଶି ରହିଛି। ଭୁବନେଶ୍ୱରର ମୁଖ୍ୟ ସ୍ଥାନରେ ୮୧ଟି ପ୍ଲଟ୍‍ ରହିଥିବା ବେଳେ କଟକରେ ୧୦ଟି ପ୍ଲଟ୍‍ ରହିଛି, ଯାହାର ମୂଲ୍ୟ ୩.୩୩ କୋଟି ହେବ। ରଘୁନାଥପୁର ଗୋବିନ୍ଦ ଭବନରେ ଥିବା ୩ ତାଲା ମାର୍କେଟ କମ୍ପେ୍ଲକ୍ସର ମୂଲ୍ୟ ୧.୪୬କୋଟି ହେବ। ସେହିପରି ଗୋବିନ୍ଦ ଭବନ ପଛ ପଟରେ ୬୦୦୦ ବର୍ଗଫୁଟ୍‍ର ଏକ ତିନି ମହଲା କୋଠା ରହିଛି, ଯାହାର ଦାମ୍‍ ୩୭.୬୪କୋଟି। ସେହିପରି ରଘୁନାଥପୁରରେ ଥିବା ରୋୟାଲ ଲଗୁନ୍‍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩ ବିଏଚ୍‍କେ ଫ୍ଲାଟ୍‍ ରହିଛି, ଯାହାର ଦାମ୍‍ ପ୍ରାୟ ୩୭.୦୨ ଲକ୍ଷ ଟଙ୍କା। ରଘୁନାଥପୁରର ଗ୍ରୀନ୍‍ ଗାର୍ଡେନ୍‍ ଆପାର୍ଟମେଣ୍ଟରେ ତାଙ୍କର ୩୪.୨୭ ଲକ୍ଷ ଟଙ୍କା ମୂଲ୍ୟର ୩ଟି ବେଡ୍‍ରୁମ୍‍ ବିଶିଷ୍ଟ ଏକ ଫ୍ଲାଟ୍‍ ରହିଛି। ଭୁବନେଶ୍ୱରର ରୟାଲ ଆର୍କେଡ୍‍ ଚତୁର୍ଥ ମହଲାରେ ତାଙ୍କର ୩ ବେଡ୍ରୁମ୍‍ ବିଶିଷ୍ଟ ଆଉ ଏକ ଫ୍ଲାଟ୍‍ ରହିଛି, ଯାହାର ମୂଲ୍ୟ ୩୭.୦୨ ଲକ୍ଷ ଟଙ୍କା ହେବ। ରଘୁନାଥନଗରରେ ଥିବା ୨ମହଲା କୋଠାର ମୂଲ୍ୟ ୩୨ଲକ୍ଷ ହେବ। ସେହିପରି ରଘୁନାଥନଗରରେ ଥିବା୧୫୦୦ବର୍ଗପୁଟର ୨୮.୨୮ ଲକ୍ଷ ଟଙ୍କାର ଗୋଟିଏ ତାଲା କୋଠା ରହିଛି। ରଘୁନାଥନଗରରେ ଥିବା ଦୁଇ ତାଲାର କୋଠାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଶ୍ରୀ ରାଉତଙ୍କର ବିଭିନ୍ନ ବ୍ୟାଙ୍କ୍‍ରେ ୩୯.୪୮ ଲକ୍ଷ ଟଙ୍କାର ଜମା ରହିଛି। ୫୦୦ଗ୍ରାମର ସୁନା ଏବଂ ୧୦ ଗ୍ରାମର ହୀରା, ୨୫୦ ଗ୍ରାମର ରୁପା ଅଳଙ୍କାର ଠାବ କରାଯାଇଛି, ଯାହାର ମୂଲ୍ୟ ୨୦.୬୦ ଲକ୍ଷ ଟଙ୍କା ହେବ। ୭.୯୭ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଗାଡ଼ି ଜବତ କରାଯାଇଛି। ତାଙ୍କର ଗୋଟିଏ ଦୁଇ ଚକିଆ ଗାଡ଼ି, ନଗଦ ଟଙ୍କା ଏବଂ ଘରର ଆସବାବପତ୍ର ରହିଛି, ଯାହାର ମୂଲ୍ୟ ୧୫.୧୬ ଲକ୍ଷ ଟଙ୍କା ହେବ। ବାବୁଙ୍କ ଠାକୁର ଘରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଠାକୁରଙ୍କ ଆସନ ରୁପାରେ କରାଯାଇଥିବା ବେଳେ ଘରେ ଦାମୀ ଦାମୀ ସାମଗ୍ରୀ ଲଗାଯାଇଛି। ଏସବୁ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ରାଉତଙ୍କୁ ଅଟକ ରଖିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର