ପ୍ରେମିକର ବିବାହର ଖବର ଶୁଣି ଥାନା ପରିସରରେ ବିଷ ପିଇଲେ ପ୍ରେମିକା

The Sakala Picture
Published On

ବାଲିପାଟଣା : ପ୍ରେମିକର ବିବାହର ଖବର ଶୁଣି ସହିପାରିଲେନି ପ୍ରେମିକା। ଆଉ ଥାନା ପରିସରରେ ହିଁ ପିଇଦେଇଥିଲେ ବିଷ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପରିସରରେ।ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବାର ସୂଚନା ମିଳିଛି। ଏହି ଯୁବତୀ ଜଣକ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା। ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ […]

ବାଲିପାଟଣା : ପ୍ରେମିକର ବିବାହର ଖବର ଶୁଣି ସହିପାରିଲେନି ପ୍ରେମିକା। ଆଉ ଥାନା ପରିସରରେ ହିଁ ପିଇଦେଇଥିଲେ ବିଷ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପରିସରରେ।ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବାର ସୂଚନା ମିଳିଛି। ଏହି ଯୁବତୀ ଜଣକ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା। ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସୂଚନାଯୋଗ୍ୟ ଯେ, ସୋମାଣା ଶାସନ ଗ୍ରାମର କୈଳାସ ବେହେରାଙ୍କ ପାଳିତ ପୁଅ ଗୋପାଳ ବେହେରା ଏବଂ ରୀତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ବହୁବାର ବିବାଦ ଦେଖାଯାଇଥିଲା। ରୀତାଙ୍କ ଅଭିଯୋଗ ଆଧାରରେ ଗୋପାଳ ପୂର୍ବରୁ ଜେଲ ମଧ୍ୟ ଯାଇଥିଲା।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଗତ ସେପ୍ଟେମ୍ବର ମାସରେ ଗୋପାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ସମୟରେ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଗୋପାଳ ତାଙ୍କୁ ଥରେ ବଳାତ୍କାର ଉଦ୍ୟମ କରିଥିବା ରୀତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଅକୁ ଘରୁ ଡାକି ନେଇ ମାଡ଼ମାରି ଗୋଡ଼ହାତ ଭାଙ୍ଗି ଗାଁ ମୁଣ୍ଡ ଟ୍ରାନ୍ସଫର୍ମର ନିକଟରେ ପକାଇ ଚାଲିଯାଇଥିବା ଗୋପାଳଙ୍କ ବାପା କୈଳାସ ବେହେରା ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଗୋପାଳ ଝିଅ ସହିତ ବହୁବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ରୀତାଙ୍କ ମା ସୁଷମା ବେହେରା କହିଛନ୍ତି। ଆଜି ଗୋପାଳର ଅନ୍ୟତ୍ର ବିବାହ ହେଉଥିବା ଯୁବତୀ ଶୁଣିବାକୁ ପାଇଥିଲେ। ସକାଳୁ ବାପା ମାଙ୍କ ସହ ରୀତା ଥାନାକୁ ଆସିଥିଲେ। ରୀତା ପାଖରେ ଲୁଚେଇ ରଖିଥିବା ବିଷ ବୋତଲ କାଢ଼ି ପିଇଦେଇଥିଲେ।

ପୁଲିସ ରୀତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରେମିକ ଗୋପାଳର କେଉଁଠି ବାହାଘର ହେଉଛି ପୁଲିସ ପାଖରେ ସୂଚନା ନ ଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର