ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ, ଫେରାର ହେବା ଦିନ ହାଇଦର ପାଖକୁ ଆସିଥିଲେ ପୁଅ ଓ ଜ୍ୱାଇଁ

The Sakala Picture
Published On

କଟକ : ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଥିବା ମହମ୍ମଦ ମୌସିମ ଏତଲାରେ ଦର୍ଶାଇଛନ୍ତି। ହାଇଦରଙ୍କ […]

କଟକ : ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଥିବା ମହମ୍ମଦ ମୌସିମ ଏତଲାରେ ଦର୍ଶାଇଛନ୍ତି। ହାଇଦରଙ୍କ ପାଖକୁ ତାଙ୍କର ସମ୍ପର୍କୀୟ ଆସୁଥିବା ଏତଲା ଲେଖିଛନ୍ତି ମୌସିମ। ହାଇଦରଙ୍କ ପାଖକୁ ତାଙ୍କର ପୁଅ, ଭାଇ କାଳିଆ, ପୁତୁରା କାଲା ନିୟମିତ ଆସୁଥିଲେ। ତାଙ୍କର ଶାଳକ ଗୋରା, ସାନ ଜ୍ଵାଇଁ ପ୍ରମୁଖ କ୍ୟାବିନ୍‌କୁ ଆସି କଥା ହେଉଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ‘ଅପ୍ରିଲ୍‌ ୧୦ତାରିଖ ଅପରାହ୍ଣ ୪.୩୦ରେ ମୁଁ ଡ୍ୟୁଟିରେ ଥିଲି ଓ ତାଙ୍କୁ ଜଗିଥିଲି। ସେହିଦିନ ହାଇଦର ପାଖକୁ ଆସିଥିବା ତାର ପୁଅ ଓ ଜ୍ବାଇଁ  ମୋ ଉପରକୁ ବିଷାକ୍ତ ପଦାର୍ଥ ଫିଙ୍ଗିଥିଲେ। ସେହି ବିଷାକ୍ତ ପଦାର୍ଥ ପ୍ରଭାବରେ ମୁଁ ଅଚେତ ହେବା ପରେ ହାଇଦର କୁଆଡ଼େ ପଳାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୂଚନାଯୋଗ୍ୟ ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍‌ ପୁଲିସ କଟକ ଜିଲାର ସୀମାକୁ ସିଲ୍‌ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ ରହିଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

12 Apr 2021 By The Sakala

ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ, ଫେରାର ହେବା ଦିନ ହାଇଦର ପାଖକୁ ଆସିଥିଲେ ପୁଅ ଓ ଜ୍ୱାଇଁ

କଟକ : ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଥିବା ମହମ୍ମଦ ମୌସିମ ଏତଲାରେ ଦର୍ଶାଇଛନ୍ତି। ହାଇଦରଙ୍କ ପାଖକୁ ତାଙ୍କର ସମ୍ପର୍କୀୟ ଆସୁଥିବା ଏତଲା ଲେଖିଛନ୍ତି ମୌସିମ। ହାଇଦରଙ୍କ ପାଖକୁ ତାଙ୍କର ପୁଅ, ଭାଇ କାଳିଆ, ପୁତୁରା କାଲା ନିୟମିତ ଆସୁଥିଲେ। ତାଙ୍କର ଶାଳକ ଗୋରା, ସାନ ଜ୍ଵାଇଁ ପ୍ରମୁଖ କ୍ୟାବିନ୍‌କୁ ଆସି କଥା ହେଉଥିଲେ।

ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ‘ଅପ୍ରିଲ୍‌ ୧୦ତାରିଖ ଅପରାହ୍ଣ ୪.୩୦ରେ ମୁଁ ଡ୍ୟୁଟିରେ ଥିଲି ଓ ତାଙ୍କୁ ଜଗିଥିଲି। ସେହିଦିନ ହାଇଦର ପାଖକୁ ଆସିଥିବା ତାର ପୁଅ ଓ ଜ୍ବାଇଁ  ମୋ ଉପରକୁ ବିଷାକ୍ତ ପଦାର୍ଥ ଫିଙ୍ଗିଥିଲେ। ସେହି ବିଷାକ୍ତ ପଦାର୍ଥ ପ୍ରଭାବରେ ମୁଁ ଅଚେତ ହେବା ପରେ ହାଇଦର କୁଆଡ଼େ ପଳାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍‌ ପୁଲିସ କଟକ ଜିଲାର ସୀମାକୁ ସିଲ୍‌ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ ରହିଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର