ସମ୍ବାଦ ଅଫିସରେ EOW ଚଢାଉ, ମୋବାଇଲ୍‌‌ ସ୍ୱିଚ୍‌‌ ଅଫ୍‌‌ କରି ଅଜ୍ଞାତବାସରେ ଏଚ୍‌‌ଆର୍‌‌ ମୁଖ୍ୟ ବୈଜୟନ୍ତୀ

The Sakala Picture
Published On

ଭୁବନେଶ୍ବର: ସମ୍ବାଦ ଅଫିସରେ ଅର୍ଥନୈତିକ ଅପରାଧ ଶାଖା ( EOW) ଚଢାଉ କରିଛି । HR (ମାନବସମ୍ବଳ)  ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ ହୋଇଥିଲା। ନୋଟି ସତ୍ତ୍ବେ EOWରେ ହାଜର ହେଉନାହାନ୍ତି ବୈଜୟନ୍ତୀ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବରେ ମୁଖ୍ୟ କାର୍ପଟଦାର ଥିଲେ ବୈଜୟନ୍ତୀ । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ପରି ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇ ଯାଇଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କୁ ସହଯୋଗ କରିଥିବା ତାଙ୍କ ସଂସ୍ଥାର […]

ଭୁବନେଶ୍ବର: ସମ୍ବାଦ ଅଫିସରେ ଅର୍ଥନୈତିକ ଅପରାଧ ଶାଖା ( EOW) ଚଢାଉ କରିଛି । HR (ମାନବସମ୍ବଳ)  ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ ହୋଇଥିଲା। ନୋଟି ସତ୍ତ୍ବେ EOWରେ ହାଜର ହେଉନାହାନ୍ତି ବୈଜୟନ୍ତୀ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବରେ ମୁଖ୍ୟ କାର୍ପଟଦାର ଥିଲେ ବୈଜୟନ୍ତୀ । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ପରି ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇ ଯାଇଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କୁ ସହଯୋଗ କରିଥିବା ତାଙ୍କ ସଂସ୍ଥାର ମାନବସମ୍ବଳ ବିଭାଗର ଅଧିକାରୀ ମୁଖ୍ୟ ବୈଜୟନ୍ତୀ । ଏହି ଚଢ଼ାଉରେ ୪ ଡ଼ିଏସପି ଓ ୬ ଇନିସିପେକ୍ଟରଙ୍କ ସହ ସହିଦନଗର ଥାନା ପୁଲିସ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସୂଚନା ଅନୁଯାୟୀ, ବୈଜୟନ୍ତୀ କରଙ୍କ ବିରୋଧରେ ଦଫା ‘୪୨୦’ ଲଗାଇଛି ଅର୍ଥନୈତିକ ଅପରାଧ ଶାଖା। ଏହା ସହିତ ଉଭୟଙ୍କ ବିରୋଧରେ ଧମକଚମକ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜାଲିଆତି କରି ଜାଲ ଦସ୍ତାବିଜ ପ୍ରସ୍ତୁତ କରିବା, କାର୍ଯ୍ୟ ହାସଲ ପାଇଁ ଜାଲ ଦସ୍ତାବିଜ ବ୍ୟବହାର କରିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ୫୦୬, ୪୬୭, ୪୬୮, ୪୭୧, ୧୨୦ (ଖ) ଓ ୪୨୦ ଧାରାରେ ମାମଲା ରୁଜୁ ହୋଇଛି। କର୍ମଚାରୀଙ୍କ ନାମରେ ଜାଲ ଦସ୍ତାବିଜ୍‌‌ ଓ ଜାଲ ବେତନ ପ୍ରମାଣପତ୍ର ପ୍ରସ୍ତୁତ କରି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ଓ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କର ବିଭିନ୍ନ ବ୍ୟାଙ୍କରୁ ୫୦ କୋଟିରୁ ଊର୍ଦ୍ଧ୍ବ ଋଣ ଉଠାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅନ୍ୟପକ୍ଷରେ ସୌମ୍ୟଙ୍କ ଦ୍ୱାରା ପରିଚାଳିତ ‘ସମ୍ବାଦ’ ଓ ‘ଇଷ୍ଟର୍ଣ୍ଣ ମିଡ଼ିଆ ପ୍ରା. ଲିଃ’ର ବହୁ ପୂର୍ବତନ କର୍ମଚାରୀ ଇଓଡ଼ବ୍ଲ୍ୟୁରେ ଅଭିଯୋଗ କରିବାକୁ ଧାଡ଼ି ଲଗାଇଛନ୍ତି। ଜଣେ ଜଣେ କର୍ମଚାରୀଙ୍କ ନାମରେ ଏକ ସମୟରେ ବିଭିନ୍ନ ବ୍ୟାଙ୍କରୁ ୪ରୁ ୫ଟି ପର୍ଯ୍ୟନ୍ତ ଋଣ ନିଆଯାଇଛି। ଏହି ଋଣ କିପରି ମଞ୍ଜୁର ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି ଏବଂ ଏହିସବୁ ଅଭିଯୋଗ ପଞ୍ଜୀକୃତ ହେଲେ ଋଣ ଠକେଇ ପରିମାଣ ୧୦୦ କୋଟି ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି।
ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ଗତକାଲିଠାରୁ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କରଙ୍କୁ ଖୋଜୁଥିଲେ ହେଁ ତାଙ୍କର ପତ୍ତା ମିଳୁନାହିଁ। ତାଙ୍କ ମୋବାଇଲ ବନ୍ଦ ରହିଛି। ତାଙ୍କ ଘରେ ଇଓଡ଼ବ୍ଲ୍ୟୁ ଅଧିକାରୀମାନେ ପହଞ୍ଚିଥିଲେ ହେଁ ତାଙ୍କୁ ଠାବ ନକରି ପାରି କେବଳ ନୋଟିସ ଦେଇ ଫେରିଛି।

ଅନ୍ୟପକ୍ଷରେ ‘ସମ୍ବାଦ’ର ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର ରବିବାର ଇଓଡ଼ବ୍ଲ୍ୟୁ ଜେରାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୩ ଘଣ୍ଟା କାଳ ଶ୍ରୀ ମହାପାତ୍ରଙ୍କୁ ଇଓଡ଼ବ୍ଲ୍ୟୁ ଅଧିକାରୀମାନେ ଜେରା କରିଥିଲେ। ସେହିପରି ‘ସମ୍ବାଦ’ର ଅନ୍ୟ ଜଣେ ମହିଳା କର୍ମଚାରୀ ମଧ୍ୟ ଇଓଡ଼ବ୍ଲ୍ୟୁରେ ହାଜର ହୋଇଥିବା ସୂଚନା ମିଳିଛି। ତାଙ୍କଠାରୁ ଇଓଡ଼ବ୍ଲ୍ୟୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ହାସଲ କରିଛି।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ ଇଷ୍ଟର୍ଣ୍ଣ ମିଡ଼ିଆ ପ୍ରା. ଲିଃର ‘ସମ୍ବାଦ’ର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧିଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲୁ) ଏକ ମାମଲା ପଞ୍ଜିକୃତ କରିଛି। ଏଥିରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି। ସୌମ୍ୟଙ୍କ ବିରୋଧରେ ଶୋଷଣ, ନିର୍ଯାତନା ଓ ବ୍ୟାଙ୍କ ଠକେଇ ଏବଂ ବୈଜୟନ୍ତୀ କରଙ୍କ ବିରୋଧରେ ଚାକିରିରୁ ବହିଷ୍କାର କରିବା ଧମକ ଭଳି ବିଭିନ୍ନ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ସମ୍ପୃକ୍ତ ପୂର୍ବତନ କର୍ମଚାରୀ ୨୦୧୫ ମସିହାରେ ‘ସମ୍ୱାଦ’ରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ତାଙ୍କୁ ମାତ୍ର ୧୨୬୦୦ ଟଙ୍କା ବେତନ ମିଳୁଥିବାବେଳେ ତାହାକୁ ଜାଲିଆତି କରାଯାଇ ତାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠା ଯାଇଥିଲା। ଏପରିକି ତାଙ୍କ ନାମରେ ଋଣ ନେବାକୁ ସେ ଅସମ୍ମତ ହେବାରୁ ତାଙ୍କୁ ଚାକିରିରୁ ବହିଷ୍କାର ଲାଗି ଧମକ ଦିଆଯାଇଥିଲା। ‘ସମ୍ବାଦ’ରେ କାର୍ଯ୍ୟ କରୁଥିବା ଯେଉଁମାନେ ଋଣ ନ କରିବେ ସଂସ୍ଥାରେ ସେମାନଙ୍କର ସ୍ଥାନ ନାହିଁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ବୈଜୟନ୍ତୀ ତାଙ୍କୁ କହିଥିଲେ। ଚାକିରି ଯିବା ଭୟରେ ସେ ଋଣ ନେବାକୁ ସ୍ୱୀକୃତି ଦେଇଥିଲେ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଶାଖାରୁ ତାଙ୍କ ନାମରେ ଋଣ ନିଆଯାଇଥିଲା। ସେହିପରି ‘ସମ୍ବାଦ’ରେ କାର୍ଯ୍ୟ କରୁଥିବା ପ୍ରାୟ ଅଧିକାଂଶ କର୍ମଚାରୀଙ୍କ ନାମରେ ଋଣ ଉଠା ଯାଇଥିବା ସେ ଅଭିଯୋଗ କରିଛନ୍ତି। ୨୦୦୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମ୍ବାଦର ବିଭିନ୍ନ ଶାଖାରେ କାମ କରୁଥିବା କର୍ମଚାରୀଙ୍କ ନାମରେ ଋଣ ଉଠାଣ ହୋଇଛି। ଯେଉଁମାନେ ଋଣ ନେବାକୁ ଅସମ୍ମତ ହୋଇଛନ୍ତି ତାଙ୍କୁ ବିଭିନ୍ନ କାରଣ ଦେଖାଇ ବାହାର କରାଯାଇଛି ବା ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଇଛି। ବୈଜୟନ୍ତୀଙ୍କ ସହ ‘ସମ୍ବାଦ’ର ବିତ୍ତ ବିଭାଗର କିଛି ଅଧିକାରୀ ଓ ବିଭିନ୍ନ ଶାଖାରେ କାର୍ଯ୍ୟ କରୁଥିବା ମୁଖ୍ୟମାନଙ୍କର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସହିତ ଷ୍ଟେଟବ୍ୟାଙ୍କର କଟକ ମଙ୍ଗଳାବାଗ, ଅରୁଣୋଦୟ ନଗର, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ଜୟପୁର ଇଭିନିଂ ଶାଖା, ଅନୁଗୋଳ ଓ ରାଉରକେଲା ଶିଳ୍ପାଞ୍ଚଳ ଶାଖାରେ ହୋଇଥିବା ଋଣ ଦୁର୍ନୀତି ଓ ଠକେଇରେ ସମ୍ପୃକ୍ତ ବ୍ୟାଙ୍କ ଶାଖାର ତତ୍‌‌କାଳୀନ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

18 Sep 2023 By The Sakala

https://www.thesakala.in/crime/eow-has-raided-the-sambad-office-hr-baijayanti-has-switched-off-his-mobile-and-is-hiding/article-25544
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର