ଏକ ତରଫା ପ୍ରେମରୁ ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

The Sakala Picture
Published On

କଟକ: କଟକ ସଦରଥାନା ପ୍ରତାପନଗରୀ ନିକଟର ଘଟିଛି ଅଭାବନୀୟ ଘଟଣା । ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କରିଥିବା ସୂଚନା । ବିଚ୍ ରାସ୍ତାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଛୁରାମାଡ଼ କରିଥିଲେ । ଛୁରାମାଡ଼ ଫଳରେ ଯୁବତୀଙ୍କ ହାତରେ ଆଘାତ ଲାଗିଛି । ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ […]

କଟକ: କଟକ ସଦରଥାନା ପ୍ରତାପନଗରୀ ନିକଟର ଘଟିଛି ଅଭାବନୀୟ ଘଟଣା । ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କରିଥିବା ସୂଚନା । ବିଚ୍ ରାସ୍ତାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଛୁରାମାଡ଼ କରିଥିଲେ । ଛୁରାମାଡ଼ ଫଳରେ ଯୁବତୀଙ୍କ ହାତରେ ଆଘାତ ଲାଗିଛି । ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ରହିଛି। ସୂଚନା ଅନୁସାରେ ଦୁଇ ଭାଇ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ଏକତରଫା ପ୍ରେମକୁ ନେଇ ସାନ ଭାଇ ଯୁବତୀଙ୍କୁ ଛୁରାମାଡ଼ କରିଛି ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଉଭୟ ଉଭୟଙ୍କୁ ଜାଣିଥିଲେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଛି ବୋଲି କଟକ ଡିସିପି ପିନାକୀ ମିଶ୍ର କହିଛନ୍ତି।  ପୀଡିତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଛି। ଏବେ ଆମର ଟିମ ପୀଡ଼ିତାଙ୍କ ବୟାନ ରେକଡ଼ କରୁଛି। ଅଭିଯୁକ୍ତ ଫେରାର ଅଛି ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କଟକ ଡିସିପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର