ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲା, ଆଜି ଆକାଶ ପାଠକଙ୍କୁ ଜେରା କରିବ ଇଡି

The Sakala Picture
Published On

ଭୁବନେଶ୍ୱର: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସାମ୍ନା କରିବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ଇଡିର ୩ ଜଣିଆ ଟିମ୍ । ଏଥିପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ହୋଇଛି । ଗିରଫ ପରଠୁ ଆକାଶ ଝାରପଡ଼ା ଜେଲରେ ଅଛନ୍ତି । ଆଜି ଜେଲକୁ ଯାଇ ଇଡି ଟିମ୍ ତାଙ୍କୁ ଚାକିରି ଠକେଇ ମାମଲାରେ ପଚରାଉଚରା କରିବ । […]

ଭୁବନେଶ୍ୱର: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସାମ୍ନା କରିବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ଇଡିର ୩ ଜଣିଆ ଟିମ୍ । ଏଥିପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ହୋଇଛି । ଗିରଫ ପରଠୁ ଆକାଶ ଝାରପଡ଼ା ଜେଲରେ ଅଛନ୍ତି । ଆଜି ଜେଲକୁ ଯାଇ ଇଡି ଟିମ୍ ତାଙ୍କୁ ଚାକିରି ଠକେଇ ମାମଲାରେ ପଚରାଉଚରା କରିବ ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଆକାଶ ପାଠକଙ୍କୁ ଜେଲରେ ଜେରା ନେଇ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତବର୍ଷ ନଭେମ୍ବର ମାସରେ ଗିରଫ ହୋଇଥିଲେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ । ତାଙ୍କ ସହ ପୁଅ ଆକାଶ ପାଠକ ବି ଗିରଫ ହୋଇଥିଲା । ଏହାପରେ ଟାଟାରେ ଚାକିରି ଦେବା ନାଁରେ ଆକାଶ ପାଠକ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହି ମାମଲାରେ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ଏବେ ବେଲରେ ଅଛନ୍ତି । ଆକାଶ ପାଠକ କିନ୍ତୁ ଏଯାଏ ଜାମିନରେ ମୁକୁଳି ପାରି ନାହାନ୍ତି । ପୂର୍ବରୁ ଜାମିନରେ ବାହାରିଥିଲେ ଅଭୟକାଣ୍ଡ ପାଠକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର