ଡିଜେ ଆଜେକ୍ସଙ୍କ ମୃତ୍ଯୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ….

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କର ଆଜି ପୋଷ୍ଟମର୍ଟମ ରିପୋର୍ଟ  ଆସିଛି। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ବେକରେ ଦାଗ ରହିଛି , ଅନ୍ୟ ସ୍ଥାନରେ ଚିହ୍ନ ନାହିଁ।  ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ […]

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କର ଆଜି ପୋଷ୍ଟମର୍ଟମ ରିପୋର୍ଟ  ଆସିଛି। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ବେକରେ ଦାଗ ରହିଛି , ଅନ୍ୟ ସ୍ଥାନରେ ଚିହ୍ନ ନାହିଁ।  ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ। ‘ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ‘ ଡିଜେ ଆଜେକ୍ସଙ୍କ ଏଭଳି ଏକ ଚାଟ ପୁଲିସ ହାତରେ ଲାଗିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁବଶୀଘ୍ର ହେବ ଜେରା । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା ହେବ। ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିବା ଅନସିନ ଭିଡିଓକୁ ନେଇ ପଚାର ଉଚରା କରିବ ପୁଲିସ।  ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’।  ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ ।  ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୁଲିସ। ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

21 Mar 2023 By The Sakala

ଡିଜେ ଆଜେକ୍ସଙ୍କ ମୃତ୍ଯୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ….

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କର ଆଜି ପୋଷ୍ଟମର୍ଟମ ରିପୋର୍ଟ  ଆସିଛି। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ବେକରେ ଦାଗ ରହିଛି , ଅନ୍ୟ ସ୍ଥାନରେ ଚିହ୍ନ ନାହିଁ।  ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ। ‘ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ‘ ଡିଜେ ଆଜେକ୍ସଙ୍କ ଏଭଳି ଏକ ଚାଟ ପୁଲିସ ହାତରେ ଲାଗିଛି।

ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁବଶୀଘ୍ର ହେବ ଜେରା । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା ହେବ। ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିବା ଅନସିନ ଭିଡିଓକୁ ନେଇ ପଚାର ଉଚରା କରିବ ପୁଲିସ।  ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’।  ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ ।  ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୁଲିସ। ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୁଲିସ ।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

https://www.thesakala.in/crime/dj-azex-death-case-post-mortem-report-out/article-19994
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର