ଲକ୍‍ଡାଉନ୍‍ରେ ସକ୍ରିୟ ସାଇବର ଅପରାଧୀ

The Sakala Picture
Published On

ସାଇବର ଅପରାଧୀମାନେ ଏବେ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି। ଗତ କିଛି ଦିନ ହେବ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମହାମାରୀ ସମୟରେ ସରକାରୀ ଓ ଘରୋଇ କମ୍ପାନୀ ଗୁଡିକର କର୍ମଚାରୀ ଘରେ ରହି ଅନ୍‍ଲାଇନ୍‍ରେ କାର୍ଯ୍ୟ କରୁଛନ୍ତି। ଏହାର ସୁଯୋଗ ଉଠାଇ ସାଇବର ଅପରାଧୀମାନେ ବ୍ୟାଙ୍କ କର୍ମଚାରୀଙ୍କ ପରିଚୟ ଦେବା ସହ ଆକାଉଣ୍ଟ ସଂକ୍ରାନ୍ତୀୟ ବିଭିନ୍ନ ଆଳ ଦେଖାଇ ଟଙ୍କା ଠକି ନେଉଛନ୍ତି। ଏ ନେଇ ବିଭିନ୍ନ ଥାନାରେ ଅଭିଯୋଗର ଫର୍ଦ୍ଦ ବଢ଼ିବା […]

ସାଇବର ଅପରାଧୀମାନେ ଏବେ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି। ଗତ କିଛି ଦିନ ହେବ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମହାମାରୀ ସମୟରେ ସରକାରୀ ଓ ଘରୋଇ କମ୍ପାନୀ ଗୁଡିକର କର୍ମଚାରୀ ଘରେ ରହି ଅନ୍‍ଲାଇନ୍‍ରେ କାର୍ଯ୍ୟ କରୁଛନ୍ତି। ଏହାର ସୁଯୋଗ ଉଠାଇ ସାଇବର ଅପରାଧୀମାନେ ବ୍ୟାଙ୍କ କର୍ମଚାରୀଙ୍କ ପରିଚୟ ଦେବା ସହ ଆକାଉଣ୍ଟ ସଂକ୍ରାନ୍ତୀୟ ବିଭିନ୍ନ ଆଳ ଦେଖାଇ ଟଙ୍କା ଠକି ନେଉଛନ୍ତି। ଏ ନେଇ ବିଭିନ୍ନ ଥାନାରେ ଅଭିଯୋଗର ଫର୍ଦ୍ଦ ବଢ଼ିବା ପରେ ଏଥିପ୍ରତି ସତର୍କ ରହିବାକୁ ଡିସିପି ପ୍ରତୀକ ସିଂହ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ଦେଢ ବର୍ଷ ହେବ କରୋନା ମହାମାରୀ ପୂରା ବିଶ୍ୱକୁ କବଳିତ କରିଛି। ଏହି ସମୟ ମଧ୍ୟରେ ଏକାସାଙ୍ଗେ ଜୀବନ ଓ ଜୀବିକା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‍ଡାଉନ୍‍ ଓ ସଟଡାଉନ୍‍ କରାଯାଉଛି। ଏପରି ସମୟରେ ବହୁ ଘରୋଇ ଓ ସରକାରୀ ସଂସ୍ଥାର କର୍ମଚାରୀମାନେ ଘରେ ରହି ଅନ୍‍ଲାଇନ୍‍ରେ କାର୍ଯ୍ୟ କରୁଛନ୍ତି। ସାଇବର ଅବରାଧୀମାନେ ଏହାର ସୁଯୋଗ ଉଠାଉଛନ୍ତି। ସେମାନେ ନିଜକୁ ବ୍ୟାଙ୍କ, ସେବି,ଆଇଆରଡିଏ ଓ ସରକାରୀ ଅଫିସର ଭାବେ ପରିଚୟ ଦେଇ ଲୋକମାନଙ୍କୁ ଫୋନ୍‍ କରୁଛନ୍ତି। ଆକାଉଣ୍ଟ ଓ ଜମାରାଶୀ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରଦାନ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଏଥିସହ ଆଇଆରଡିଏର ବିଭିନ୍ନ ପଲିସି ସଂକ୍ରାନ୍ତରେ କହି ଲକ୍ଷାଧିକ ଟଙ୍କାର ଫାଇଦା ଉଠାଇବାକୁ ପରାମର୍ଶ ଦେଉଛନ୍ତି। ସେମାନେ ଏପରି ପ୍ରଲୋଭିତ କରି ନିଜ ଜାଲରେ ଫସାଇବା ପରେ ଏଟିଏମ୍‍ ନମ୍ବର ଓ ଓଟିପି ହାସଲ କରି ଆକାଉଣ୍ଟରୁ ଟଙ୍କା ଗାୟବ କରି ନେଉଛନ୍ତି। ଗତ ମାସକ ମଧ୍ୟରେ କଟକ ସହରାଞ୍ଚଳରେ ଏହିପରି ୧୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଜନସାଧାରଣ ସାଇବର ଅପରାଧୀଙ୍କ ଜାଲରେ ଫସି ଲକ୍ଷାଧିକ ଟଙ୍କା ହରାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠକାମିର ଶିକାର ହୋଇଥିବା ବହୁ ଲୋକେ ଲକ୍‍ଡାଉନ୍‍ ସମୟରେ ଘରେ ରହି କାମ କରୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

ଏପରିକି ସାଇବର ଅପରାଧୀମାନେ ସେନା କର୍ମଚାରୀଙ୍କ ପରିଚୟ ଦେଇ ଟଙ୍କା ଠକୁଥିବା ଦେଖିବାକୁ ମିଳିଛି। ଅପରାଧୀମାନେ ସେକେଣ୍ଡ ହ୍ୟାଣ୍ଡ ବାଇକ୍‍ ଓ କାର କମ୍‍ ଦରରେ ବିକିବା ପାଇଁ ବିଜ୍ଞାପନ ଦେଉଛନ୍ତି। ସେମାନେ ସେନା ଅଧିକାରୀଙ୍କ ନାମରେ ନକଲି ଆଇଡି ଓ ଫଟୋ ଉକ୍ତ ବିଜ୍ଞାପନରେ ଦର୍ଶାଉଛନ୍ତି। ସେନା କର୍ମଚାରୀଙ୍କ ଗାଡି ହୋଇଥିବା ଭାବି ବହୁ ଲୋକେ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଅପରାଧୀମାନେ ଏହାର ସୁଯୋଗ ଉଠାଇ ଏକାଧିକ ବ୍ୟକ୍ତିଙ୍କ ଠାରୁ ଅନଲାଇନ୍‍ ପେମେଣ୍ଟ ଯୋଗେ ଅଗ୍ରିମ ଟଙ୍କା ଠକି ନେଉଛନ୍ତି। ବହୁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ପରେ ଉକ୍ତ ବିଜ୍ଞାପନ ଆଇଡିକୁ ବନ୍ଦ କରି ଦେଉଛନ୍ତି। ଏପରି ଭାବେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ବହୁ ଲୋକେ ଠକାମିର ଶିକାର ହୋଇ ସାରିଲେଣି। ଏ ନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସାଇବର ଅପରାଧୀଙ୍କୁ ଧରିବା ସହଜ ହେଉନାହିଁ। ତେବେ ଉତ୍ତରପ୍ରଦେଶ, ଦିଲ୍ଲୀ, ଓ ଛତିଶଗଡ ଅଞ୍ଚଳରୁ ଏହି ଅପରାଧର ଅପରେଟ୍‍ ହେଉଥିବା ପୁୁଲିସ ଜାଣିବାକୁ ପାଇଛି। ମାତ୍ର ଏହି ଗ୍ୟାଙ୍ଗ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏପରି ସାଇବର ଅପରାଧୀଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବା ଲାଗି କମିସନରେଟ ପୁଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୌଣସି ବିଜ୍ଞପନ କିମ୍ବା ଫୋନ୍‍ କଲ ଆସିଲେ ବ୍ୟାଙ୍କ ଆକାଉଣ୍ଟ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ବିଶେଷ କରି ଓଟିପି ପ୍ରଦାନ ନକରିବା ଲଗି ସଚେତନ କରାଯାଇଛି। ଜନସାଧାରଣ ସଚେତନ ରହିଲେ ସାଇବର ଅପରାଧ ଘଟିବ ନାହିଁ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp