ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ, ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା

The Sakala Picture
Published On

ଭୁବନେଶ୍ବର: ଲୁଟକୁ ନେଇ ସାଇବର ଠକଙ୍କ ନୂଆ ତରିକା। ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ। ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଏକ ଠକକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ । ଅନ୍ୟ ଏକ ଝିଅର ଫଟୋ ଲଗାଇ ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ତିଆରି କରୁଚନ୍ତି। ପରେ ସେହି ଫେକ ପ୍ରୋଫାଇଲରୁ ଏକାଧିକ ଯୁବକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି । ଗିରଫ ଯୁବକଙ୍କ ଠାରୁ […]

ଭୁବନେଶ୍ବର: ଲୁଟକୁ ନେଇ ସାଇବର ଠକଙ୍କ ନୂଆ ତରିକା। ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ। ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଏକ ଠକକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ । ଅନ୍ୟ ଏକ ଝିଅର ଫଟୋ ଲଗାଇ ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ତିଆରି କରୁଚନ୍ତି। ପରେ ସେହି ଫେକ ପ୍ରୋଫାଇଲରୁ ଏକାଧିକ ଯୁବକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁଯାୟୀ,  ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ। ନବମ ଶ୍ରେଣୀ ପାଠପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା । ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଯାଇଥିଲା । ଅଭିଯୋଗକାରୀ ନିଜେ ଠକାମିର ଶିକାର ହୋଇଥିବା ନେଇ ଖବର ପାଇବା ପରେ ୨୦୨୩ ନଭେମ୍ବର ୧୫ ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର