ମାନସ ସ୍ବାଇଁ ହତ୍ୟା ମାମଲା : ଖୋଲିବ ମେମୋରି ଚିପ୍‌ ରହସ୍ୟ, ସତ ଜାଣିବାକୁ ଆସନ୍ତାକାଲି ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିପାରେ କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ। ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ସେହିଭଳି ଏହି ମାମଲାରେ […]

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ। ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ସେହିଭଳି ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ମାନସ ମୃତ୍ୟୁ ମାମଲାରେ ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଆବେଦନକୁ ଅନୁମତି ଦେଇଛନ୍ତି ।ରିମାଣ୍ଡରେ ଆଣି କ୍ରାଇମବ୍ରଞ୍ଚ ଅନେକ ଦିଗକୁ ନେଇ ପଚରାଉଚରା କରିବ । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଅନ୍ୟପଟେ ଯେଉଁଥି ପାଇଁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟିଲା ସେହି ମେମୋରି ଚିପ୍‌ କୁଆଡେ ଗଲା ତାହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକ ତନାଘନା କରୁଛି। କ୍ୟାମେରାମ୍ୟାନ ମାନସ ସ୍ବାଇଁକୁ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ଜେରା ସୟମରେ ମାନିଥିବା ବେଳେ ମେମୋରି ଚିପ୍‌ କୁଆଡେ ଗଲା ତାହା କହୁନାହାନ୍ତି। କ୍ରାଇମବ୍ରାଞ୍ଚ ଜେରା ସମୟରେ ମେମୋରି ଚିପ୍‌ ନେଇ ଜାଣିବାକୁ ଚାହିଁଥିଲେ ମଧ୍ୟ ମୁହଁ ଖୋଲିନାହିଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଏଣୁ ପୁଲିସ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ । ଆସନ୍ତାକାଲି ଉଭୟଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇପାରେ।ମେମୋରି ଚିପ୍‌ ସମ୍ପର୍କରେ ଜାଣିବାକୁ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ କରିବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

03 Apr 2022 By The Sakala

ମାନସ ସ୍ବାଇଁ ହତ୍ୟା ମାମଲା : ଖୋଲିବ ମେମୋରି ଚିପ୍‌ ରହସ୍ୟ, ସତ ଜାଣିବାକୁ ଆସନ୍ତାକାଲି ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ। ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ସେହିଭଳି ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି କୋର୍ଟ ।

ମାନସ ମୃତ୍ୟୁ ମାମଲାରେ ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଆବେଦନକୁ ଅନୁମତି ଦେଇଛନ୍ତି ।ରିମାଣ୍ଡରେ ଆଣି କ୍ରାଇମବ୍ରଞ୍ଚ ଅନେକ ଦିଗକୁ ନେଇ ପଚରାଉଚରା କରିବ । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ

ଅନ୍ୟପଟେ ଯେଉଁଥି ପାଇଁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟିଲା ସେହି ମେମୋରି ଚିପ୍‌ କୁଆଡେ ଗଲା ତାହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକ ତନାଘନା କରୁଛି। କ୍ୟାମେରାମ୍ୟାନ ମାନସ ସ୍ବାଇଁକୁ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ଜେରା ସୟମରେ ମାନିଥିବା ବେଳେ ମେମୋରି ଚିପ୍‌ କୁଆଡେ ଗଲା ତାହା କହୁନାହାନ୍ତି। କ୍ରାଇମବ୍ରାଞ୍ଚ ଜେରା ସମୟରେ ମେମୋରି ଚିପ୍‌ ନେଇ ଜାଣିବାକୁ ଚାହିଁଥିଲେ ମଧ୍ୟ ମୁହଁ ଖୋଲିନାହିଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଏଣୁ ପୁଲିସ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ । ଆସନ୍ତାକାଲି ଉଭୟଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇପାରେ।ମେମୋରି ଚିପ୍‌ ସମ୍ପର୍କରେ ଜାଣିବାକୁ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ କରିବ।

https://www.thesakala.in/crime/crime-branch-may-test-polygraph-of-sharmista-and-jhuna-to-find-out-the-memory-chip-truth/article-10479
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର