ଅପରାଧୀଙ୍କୁ ଧରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’

The Sakala Picture
Published On

ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍‌ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି । ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍‌, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି […]

ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍‌ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍‌, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ କରିବାରେ ଏହି ସିସିଟିଭି ଫୁଟେଜ ହେବ ସହାୟକ । ଦୋକାନୀଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍‌ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

30 Aug 2023 By The Sakala

ଅପରାଧୀଙ୍କୁ ଧରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’

ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍‌ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।

ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍‌, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ କରିବାରେ ଏହି ସିସିଟିଭି ଫୁଟେଜ ହେବ ସହାୟକ । ଦୋକାନୀଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍‌ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର