ଅଦୃଶ୍ୟ ଠକଙ୍କ ମାୟାଜାଲରେ ରାଜଧାନୀ; ପୁଣି ଠକିନେଲେ ୧୦ ଲକ୍ଷ

The Sakala Picture
Published On

ଭୁବନେଶ୍ୱର: ଗତ ଦୁଇବର୍ଷ ଭଳି ଚଳିତବର୍ଷ ବି ସାଇବର ଅପରାଧୀଙ୍କ କାରନାମା ଥମୁନି। ଚୋରି, ଲୁଟ୍‍ପାଟ୍‍ ଠାରୁ ବଳିଗଲା ଅଦୃଶ୍ୟ ଠକଙ୍କ ଉତ୍ପାତ। ସାଇବର୍‍ ଠକଙ୍କ ଠକେଇରେ ଅଣନିଶ୍ୱାସୀ ପୁଲିସ ଓ ଜନତା। ସାଇବର ଥାନା ଓ ତଦନ୍ତକାରୀ ଅଧିକାରୀ ବି ଠକେଇକୁ ଦେଖି ବାଉଳା ହେଉଛନ୍ତି। ପ୍ରତିଦିନ ଠକେଇର ନୂଆନୂଆ ତରିକା ଦେଖିବାକୁ ମିଳୁଛି। ରାତିରେ ଶୋଉଥିବା ଅବସ୍ଥାରୁ ଦିନରେ ଅଫିସ କାର୍ଯ୍ୟ କରୁଥିବା ସମୟରେ ବି ଠକ ଠକେଇରେ ବ୍ୟସ୍ତ। ରାଜଧାନୀରୁ ପୁଣି ୧୦ […]

ଭୁବନେଶ୍ୱର: ଗତ ଦୁଇବର୍ଷ ଭଳି ଚଳିତବର୍ଷ ବି ସାଇବର ଅପରାଧୀଙ୍କ କାରନାମା ଥମୁନି। ଚୋରି, ଲୁଟ୍‍ପାଟ୍‍ ଠାରୁ ବଳିଗଲା ଅଦୃଶ୍ୟ ଠକଙ୍କ ଉତ୍ପାତ। ସାଇବର୍‍ ଠକଙ୍କ ଠକେଇରେ ଅଣନିଶ୍ୱାସୀ ପୁଲିସ ଓ ଜନତା। ସାଇବର ଥାନା ଓ ତଦନ୍ତକାରୀ ଅଧିକାରୀ ବି ଠକେଇକୁ ଦେଖି ବାଉଳା ହେଉଛନ୍ତି। ପ୍ରତିଦିନ ଠକେଇର ନୂଆନୂଆ ତରିକା ଦେଖିବାକୁ ମିଳୁଛି। ରାତିରେ ଶୋଉଥିବା ଅବସ୍ଥାରୁ ଦିନରେ ଅଫିସ କାର୍ଯ୍ୟ କରୁଥିବା ସମୟରେ ବି ଠକ ଠକେଇରେ ବ୍ୟସ୍ତ। ରାଜଧାନୀରୁ ପୁଣି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କାହାକୁ ଟଙ୍କା ଡବଲ କରିବାକୁ କହି ଠକେଇ ହୋଇଛି ତ ଆଉ କାହା ଆକାଉଣ୍ଟକୁ ହ୍ୟାକ୍‍କରି ଟଙ୍କା ଉଠାଇ ନେଇଛନ୍ତି ସାଇବର ଠକ। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଠକେଇ ଟ୍ରେଣ୍ଡ ୟୁପିଆଇ ଟ୍ରାଞ୍ଜାକ୍ସନ ଆଡ଼କୁ ଗତି କରୁଛି। ଚଳିତମାସରେ ବିଭିନ୍ନ ତରିକାରେ ୧୦୦ଊର୍ଦ୍ଧ୍ବ ଠକେଇ ହୋଇଛି। ତେବେ ଅଧିକ ମାମଲାରେ ଦେଖାଯାଉଛି ଯେ ଠକ କୌଣସି ଉପାୟରେ ଲୋକଙ୍କୁ ୩ଟି ମୋବାଇଲ ଆପ୍ଲିକେସନ ଡାଉନ୍‍ଲୋଡ କରିବା ଲାଗି ରାଜି କରାଇ ଦେଉଛନ୍ତି। ଏନି ଡେସ୍କ, କ୍ବିକ୍‌ ସପୋର୍ଟ, ଟିମ୍‍ ଭ୍ୟୁଅରକୁ ଆପ୍‍କୁ ମୋବାଇଲରେ ଡାଉନ୍‍ଲୋଡ କରିବା ପରେ ଫୋନର ସବୁ ଆକ୍ଟିଭେଟି ଠକଙ୍କୁ ପଳାଇ ଯାଉଛି। ନିଜ ମୋବାଇଲକୁ ଆସୁଥିବା ମେସେଜ ଓ ଓଟିପିକୁ ଦେଖିପାରିବେ। ଏସବୁ ଆପ୍‍ ଡାଉନ୍‍ଲୋଡ କରିବା ପୂର୍ବରୁ ସତର୍କ ହେବା ଆବଶ୍ୟକ। ତେବେ ସାଇବର ଠକେଇ ରୋକିବାକୁ ହେଲେ ସଚେତନତା ଜରୁରୀ। ଯଦି ଠକେଇ ଶିକାର ହେଲେ ତୁରନ୍ତ କମିସନରେଟ ପୁଲିସର ହେଲ୍ପଡେସ୍କକୁ ଯୋଗାଯୋଗ କରିବା ଲାଗି ସେ ଅପିଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଟାୱାର ବସାଇବା ଆଳରେ ୧ ଲକ୍ଷ ୬୦ହଜାର ଟଙ୍କା ଠକେଇ

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଟାୱାର ବସାଇବା ଆଳରେ ୧ ଲକ୍ଷ ୬୦ହଜାର ଟଙ୍କା ଠକେଇ ହୋଇଛି। ଜଣେ ବରିଷ୍ଠ ନାଗରିକଙ୍କୁ ୧ ଲକ୍ଷ ୩୫ହଜାର ଟଙ୍କା ଠକେଇ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତିଙ୍କ ଠାରୁ ୩୫ହଜାର ଟଙ୍କା ଠକେଇ ହୋଇଛି। ଏହି ଦୁଇ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରୁଛନ୍ତି। ଟାୱାର ବସାଇବାକୁ କହି ସବୁ ଗୋପନୀୟ ତଥ୍ୟ ନେଇ ବରିଷ ନାଗରିକ ମାୟାଧର ମହାନ୍ତିଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୫ ହଜାର ଟଙ୍କା ଠକେଇ ହୋଇଛି। ସେହିପରି ବିଶ୍ୱଜିତ ସାହୁଙ୍କୁ ସମାନ୍‍ ଢ଼ଙ୍ଗରେ ୩୫ହଜାର ଟଙ୍କା ଠକେଇ ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଫ୍ଲିପକାର୍ଡରୁ ନେଇଗଲେ ୧.୪ଲକ୍ଷ

ଦୁଇ ଯୁବକଙ୍କ ନାଁରେ ଥିବା ଅନ୍‍ଲାଇନ୍‍ ସଂସ୍ଥା ଫ୍ଲିପକାର୍ଡରୁ ୧ଲକ୍ଷ ୪୦ହଜାର ଟଙ୍କାର ସାମଗ୍ରୀ କିଣି ନେଇଯାଇଛନ୍ତି ଠକ। ଅଭିଯୋଗ ଅନୁଯାୟୀ ବିକାଶ ରାଉତରାୟଙ୍କ ଫ୍ଲିପକାର୍ଡ ଆକାଉଣ୍ଟରେ ୭୦ହଜାର ଟଙ୍କାର ଜିନିଷ ମଗାଇବାର ଅଫର ରହିଛି। ତେବେ ତାଙ୍କ ଆକାଉଣ୍ଟରୁ ହ୍ୟାକିଂ କରିବା ସହ ତାଙ୍କ ପରିଚୟପତ୍ର ଦେଇ ଫ୍ଲିପକାର୍ଡରୁ ୭୦ହଜାର ଟଙ୍କା ସାମଗ୍ରୀ କିଣି ନେଇଯାଇଛନ୍ତି। ସେଭଳି ଆଉ ଜଣେ ଯୁବକଙ୍କୁ ସମାନ ଶୈଳୀରେ ଫ୍ଲିପକାର୍ଡ ଆକାଉଣ୍ଟରେ ଥିବା ୭୦ହଜାରର ସାମଗ୍ରୀ କିଣି ନେଇଯାଇଛନ୍ତି ଅଦୃଶ୍ୟ ଠକ। ତେବେ ଟଙ୍କା ହରାଇଥିବା ୨ ଯୁବକଙ୍କୁ ୧ ଲକ୍ଷ ୪୦ହଜାର ଟଙ୍କା ଶୁଝିବାକୁ ପଡ଼ିବ। ତେଣୁ ସେମାନେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ନୂଆଧରଣ ଠକେଇକୁ ଦେଖି ଚିନ୍ତାରେ ତଦନ୍ତକାରୀ ଟିମ୍‍।

ଟଙ୍କାକୁ ଡବଲ କରିଦେବାକୁ କହି ୬ଲକ୍ଷ ଠକେଇ

ସେୟାର ବଜାରରେ ଟଙ୍କାକୁ ଡବଲ କରିବାକୁ କହି ଜଣେ ଯୁବକଙ୍କ ଠାରୁ ୬ଲକ୍ଷ ଟଙ୍କା ଠକେଇ ହୋଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଚୂନ ଲଗାଇଛନ୍ତି ଠକ। ଅଭିଯୋଗ ଅନୁସାରେ ସେୟାର ବଜାରରେ ଟଙ୍କା ଲଗାଇବା ପାଇଁ ଏକ ଟ୍ରେଡିଂ ଆପି୍ଲକେସନର ଲିଙ୍କ୍‍ ଆସିଥିଲା। ସେଥିରେ କ୍ଲିକ କରିବା ସହ ସେୟାର ବଜାରରେ ପ୍ରଥମେ ୧୦ହଜାର ଟଙ୍କା ଲଗାଇଥିଲେ। ତେବେ ୨୪ ଘଣ୍ଟା ପରେ ତାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ଆସିଥିଲା। ଏହାପରେ ଯୁବକ ଜଣକ ୧ ଲକ୍ଷ ଟଙ୍କା ଲଗାଇଥିଲେ। ତାଙ୍କୁ ସମାନ ଭାବେ ଦେଢ଼ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିଥିଲା। ଏଭଳି ଭାବେ ଲୋଭର ବଶବର୍ତ୍ତୀ ହୋଇ ୬ଲକ୍ଷ ଟଙ୍କା ଲଗାଇଥିଲେ। ପରେ ଆଉ ଟଙ୍କା ଆସି ନ ଥିଲା। ଉକ୍ତ ନମ୍ବରରେ ଯୋଗାଯୋଗ କରିବା ପରେ ଆଉ ଫୋନ୍‍ ଲାଗିନଥିଲା କି ଉକ୍ତ ଆପ୍ଲିକେସନ୍‍ ଆଉ ଖୋଲିନଥିଲା। ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର