ଚାନ୍ଦବାଲି ପୁଲିସକୁ ଆଉ ଏକ ସଫଳତା, ଗିରଫ ହେଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାର ଭାଇ ପରମେଶ୍ୱର

The Sakala Picture
Published On

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ଚାନ୍ଦବାଲି ପୁଲିସ। ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୁଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ […]

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ଚାନ୍ଦବାଲି ପୁଲିସ। ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୁଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୁଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୁଲିସ ।ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାର କରାଇ ଦେଇଥିବା ପୁଲିସକୁ ସୁରାକ୍ ମିଳିଛି । ଆନ୍ଧ୍ର ବିଜୟୱାଡାରେ ଥାଇ ଶର୍ମିଷ୍ଠାଙ୍କୁ ଲୁଚିବାରେ ସେ ସହାୟତା କରୁଥିଲେ । ଏହାସହ ତାଙ୍କ ଆକଉଂଟକୁ ଟଙ୍କା ଟ୍ରାନ୍ସଫର କରି ପ୍ରୋତ୍ସାହନ କରିଥିଲେ ବୋଲି ବିଜୟୱାଡାରୁ ଓଡିଶା ପୁଲିସ ଜାଣିବାକୁ ପାଇଛି ।ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି । ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅତି ସର୍ନ୍ତପଣରେ ମୋବାଇଲ ବ୍ୟବହାର କରୁଥିବା ପୁଲିସ ଅନୁମାନ କରୁଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ମାନସ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ଭଦ୍ରକ ଏସ୍‌ପି ୪ଟି ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ରାଉରକେଲା, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଦିଲ୍ଲୀ ଓ କୋଲକାତା ଯାଇଥିଲା। ତେବେ ରାଉରକେଲାରୁ ପୁଲିସ୍‌ ଖାଲି ହାତରେ ଫେରିଥିବା ବେଳେ ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରକୁ ଉଠାଇ ଆଣିଛି। ହେଲେ ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ କିଛି ପତ୍ତା ପାଉନି ପୁଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

22 Mar 2022 By The Sakala

ଚାନ୍ଦବାଲି ପୁଲିସକୁ ଆଉ ଏକ ସଫଳତା, ଗିରଫ ହେଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାର ଭାଇ ପରମେଶ୍ୱର

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ଚାନ୍ଦବାଲି ପୁଲିସ। ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୁଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର ।

ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୁଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୁଲିସ ।ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାର କରାଇ ଦେଇଥିବା ପୁଲିସକୁ ସୁରାକ୍ ମିଳିଛି । ଆନ୍ଧ୍ର ବିଜୟୱାଡାରେ ଥାଇ ଶର୍ମିଷ୍ଠାଙ୍କୁ ଲୁଚିବାରେ ସେ ସହାୟତା କରୁଥିଲେ । ଏହାସହ ତାଙ୍କ ଆକଉଂଟକୁ ଟଙ୍କା ଟ୍ରାନ୍ସଫର କରି ପ୍ରୋତ୍ସାହନ କରିଥିଲେ ବୋଲି ବିଜୟୱାଡାରୁ ଓଡିଶା ପୁଲିସ ଜାଣିବାକୁ ପାଇଛି ।ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି । ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅତି ସର୍ନ୍ତପଣରେ ମୋବାଇଲ ବ୍ୟବହାର କରୁଥିବା ପୁଲିସ ଅନୁମାନ କରୁଛି ।

ମାନସ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ଭଦ୍ରକ ଏସ୍‌ପି ୪ଟି ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ରାଉରକେଲା, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଦିଲ୍ଲୀ ଓ କୋଲକାତା ଯାଇଥିଲା। ତେବେ ରାଉରକେଲାରୁ ପୁଲିସ୍‌ ଖାଲି ହାତରେ ଫେରିଥିବା ବେଳେ ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରକୁ ଉଠାଇ ଆଣିଛି। ହେଲେ ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ କିଛି ପତ୍ତା ପାଉନି ପୁଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି ।

https://www.thesakala.in/crime/cameraman-manas-swai-murder-case-sharmista-brother-arrested/article-10157
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର