ବିହାରରେ ଛାତିଥରା ଘଟଣା: ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା

The Sakala Picture
Published On

ପାଟଣା: ବିହାରରେ ଦିଲ୍ଲୀ ନିର୍ଭୟା ହତ୍ୟା ଘଟଣାର ପୁନରାବୃତ୍ତି। ବିହାର ବାଙ୍କା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା କରାଯାଇଥିବା ଜଣାପଡ଼ିଛି। କାମନା ଲୋଭରେ ଯୌନ ପିପାସୁ ରକ୍ଷସମାନେ ଅତି ନିର୍ଦ୍ଦୟ ଭାବେ ଏହି କୁନି ଝିଅର ହତ୍ୟା କରିଛନ୍ତି । ଅଭିଯୋଗ ଅନୁଯାୟୀ, ହୋଲି ଦିନ କୁନି ଝିଅଟି ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିକଟସ୍ଥ ଦୁର୍ଗା ମନ୍ଦିର ପଖରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି […]

ପାଟଣା: ବିହାରରେ ଦିଲ୍ଲୀ ନିର୍ଭୟା ହତ୍ୟା ଘଟଣାର ପୁନରାବୃତ୍ତି। ବିହାର ବାଙ୍କା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା କରାଯାଇଥିବା ଜଣାପଡ଼ିଛି। କାମନା ଲୋଭରେ ଯୌନ ପିପାସୁ ରକ୍ଷସମାନେ ଅତି ନିର୍ଦ୍ଦୟ ଭାବେ ଏହି କୁନି ଝିଅର ହତ୍ୟା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ଅଭିଯୋଗ ଅନୁଯାୟୀ, ହୋଲି ଦିନ କୁନି ଝିଅଟି ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିକଟସ୍ଥ ଦୁର୍ଗା ମନ୍ଦିର ପଖରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ତ୍ବରିତ ପଦକ୍ଷେପ ନନେଇ ଆଖପାଖରେ ଖୋଜିବାକୁ କହି ଚୁପ ହୋଇ ବସି ଯାଇଥିଲା । ପଚରାଉଚରା ବେଳେ ଦୁର୍ଗା ମନ୍ଦିର ପାଖରୁ ଏକ ନାଲି ଅଟୋରେ ଝିଅ ଯାଇଥିବା ତା’ର ଜଣେ ସାଙ୍ଗ କହିଥିଲା । ଏହାପରେ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ପଚରାଉଚରା କରି ନାବାଳିକାଙ୍କ ପରିବାର ଲୋକେ ଅଟୋ ଚାଳକଙ୍କ ଘରେ ପହଞ୍ଚିଥିଲେ । ହେଲେ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଥିଲା । ପରେ ସେ ଘରୁ ଫେରାର ହୋଇଯାଇଥିଲା । ରାତି ପ୍ରାୟ ୧୧ଟାରେ ପରିବାର ଲୋକେ ଏକ ନାଳରେ ଝିଅର ମୃତଦେହ ବାଲିରେ ପୋତା ଯାଇଥିବା ଅବସ୍ଥାରେ ଦେଖିଥିଲେ । ଏହାର ସୂଚନା ଥାନାକୁ ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକଙ୍କ ପତ୍ନୀଙ୍କୁ ଗିରଫ କରି ପଚରାଉଚରା ଚଲାଇଛି ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର